India’s Rabi Sowing Drops 46 Percent: ଦେଶରେ ବର୍ଷା ଅଭାବ, ରବି ଚାଷକୁ ବଡ଼ ଝଟକା!

Nov 07, 2026 - 17:25
India’s Rabi Sowing Drops 46 Percent: ଦେଶରେ ବର୍ଷା ଅଭାବ, ରବି ଚାଷକୁ ବଡ଼ ଝଟକା!

ଦେଶରେ ରବି ଚାଷ ଆରମ୍ଭରୁ ଦେଖାଦେଲା ବଡ଼ ସଙ୍କଟ।

ବର୍ଷା ଅଭାବ ଯୋଗୁଁ ଶୀତଦିନିଆ ଫସଲ ବୁଣା ଗତବର୍ଷ ତୁଳନାରେ ପ୍ରାୟ ୪୬ ପ୍ରତିଶତ କମିଯାଇଛି।

ତୈଳବୀଜ ଓ ଡାଲି ଜାତୀୟ ଫସଲର ଚାଷ ଜମିରେ ମଧ୍ୟ ବଡ଼ ହ୍ରାସ ଦେଖିବାକୁ ମିଳିଛି।

Advertisment ଅକ୍ଟୋବର ୩୦ ସୁଦ୍ଧା ଦେଶରେ ମୋଟ ୩୭.୬ ଲକ୍ଷ ହେକ୍ଟର ଜମିରେ ରବି ଫସଲ ବୁଣା ହୋଇଛି।

ଗତବର୍ଷ ଏହି ସମୟରେ ଏହା ୬୯ ଲକ୍ଷ ହେକ୍ଟର ଥିଲା।

ତୈଳବୀଜ ଚାଷ ୩୮.୬୨ ଲକ୍ଷ ହେକ୍ଟରରୁ ଖସି ୨୦.୯୭ ଲକ୍ଷ ହେକ୍ଟରରେ ପହଞ୍ଚିଛି।

ସେହିପରି ଡାଲି ଜାତୀୟ ଫସଲର ବୁଣା ୫୨ ପ୍ରତିଶତ କମି ୯.୪୫ ଲକ୍ଷ ହେକ୍ଟର ରହିଛି।

ଗହମ ବୁଣା ମଧ୍ୟ ଗତବର୍ଷର ୩.୩୪ ଲକ୍ଷ ହେକ୍ଟର ତୁଳନାରେ ଏବେ ମାତ୍ର ୧୯ ହଜାର ହେକ୍ଟର ରହିଛି।

ତେବେ ଗହମ ବୁଣା ଏବେ ପ୍ରାରମ୍ଭିକ ପର୍ଯ୍ୟାୟରେ ଅଛି।

ଏହି ସ୍ଥିତି ପଛରେ ରହିଛି ବର୍ଷାର ବଡ଼ ଅଭାବ।

ଭାରତୀୟ ପାଣିପାଗ ବିଭାଗ (IMD) ଅନୁସାରେ, ଅକ୍ଟୋବର ୧ରୁ ୨୮ ମଧ୍ୟରେ ଦେଶରେ ସ୍ୱାଭାବିକଠାରୁ ୪୮ ପ୍ରତିଶତ କମ୍ ବର୍ଷା ହୋଇଛି।

ଅନ୍ୟପଟେ, ଜଳଭଣ୍ଡାରଗୁଡ଼ିକରେ ମଧ୍ୟ ଜଳସ୍ତର ହ୍ରାସ ପାଇଛି।

ଗତବର୍ଷର ସମାନ ସମୟ ତୁଳନାରେ ନୁହେଁ, ବରଂ ଐତିହାସିକ ହାରାହାରି ସ୍ତରଠାରୁ ଜଳ ସଂରକ୍ଷଣ ୧୮.୬ ପ୍ରତିଶତ କମ୍ ରହିଛି।

ଫଳରେ ରବି ଫସଲ ପାଇଁ ଜଳସେଚନ ଚିନ୍ତା ବଢ଼ିଛି।

Advertisment କୃଷି ଅର୍ଥନୀତିଜ୍ଞଙ୍କ ମତରେ, ସୁପର ଏଲ୍‌ ନିନୋ ପ୍ରଭାବ ଯୋଗୁଁ ଚଳିତ ବର୍ଷ କୃଷି କ୍ଷେତ୍ରର ଅଭିବୃଦ୍ଧି ୧ ପ୍ରତିଶତରୁ କମ୍ ରହିପାରେ, ଏପରିକି ନକାରାତ୍ମକ ମଧ୍ୟ ହୋଇପାରେ।

ଯଦି ବର୍ଷା ଅଭାବ ଓ ଜଳସେଚନ ସମସ୍ୟା ଜାରି ରହେ, ତେବେ ରବି ଫସଲ ଉତ୍ପାଦନ ଉପରେ ଏହାର ପ୍ରଭାବ ପଡ଼ିବା ଆଶଙ୍କା ରହିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।