Indonesia Earthquake Leaves 47 Dead: ଇଣ୍ଡୋନେସିଆରେ ବଡ଼ ଭୂକମ୍ପ, ୭.୭ ତୀବ୍ରତାରେ ଥରିଲା ପଶ୍ଚିମ ସୁମାତ୍ରା
ଇଣ୍ଡୋନେସିଆରେ ଭୟଙ୍କର ଭୂମିକମ୍ପ। ଲଗାତର 2 ଥର ଝଟକାରେ ଭୁଶୁଡ଼ିଲା ପଶ୍ଚିମ ସୁମାତ୍ରାରେ ବଡ଼ ବଡ଼ ଅଟ୍ଟାଳିକା। ପ୍ରଳୟଙ୍କାରୀ ଭୂକମ୍ପରେ ଦେଶରେ ମୋଟ 47 ଜଣ ପ୍ରାଣ ହରାଇଥିବା ପ୍ରାଥମିକ ସ୍ତରରେ ସୂଚନା ଆସିଛି। ଇଣ୍ଡୋନେସିଆର ମେଡାନ ସହରରୁ ପ୍ରାୟ ୧୨୬ କିଲୋମିଟର ଦୂର ପେମାଟାଙ୍ଗ ସିଆଣ୍ଟାରରେ ଭୂକମ୍ପର କେନ୍ଦ୍ରସ୍ଥଳ ରହିଥିଲା। ଶନିବାର ବିଳମ୍ବିତ ରାତିରେ ଏହି ଭୂମିକମ୍ପ ଅନୁଭୂତ ହୋଇଛି।
ଦକ୍ଷିଣ ପୂର୍ବ ଏସୀୟ ବିଶାଳ ରାଷ୍ଟ୍ରରେ ଦିନକରେ ଦୁଇ ଥର ଭୂକମ୍ପର ଝଟକା ଅନୁଭୂତ ହୋଇଥିବା ଆମେରିକାର ଭୂତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା କହିଛି। ତେବେ ଏଥିପାଇଁ କୌଣସି ସୁନାମି ଚେତାବନୀ ଜାରି କରାଯାଇ ନାହିଁ। ସେପଟେ ଇଣ୍ଡୋନେସିଆର ପାଣିପାଗ, ଜଳବାୟୁ ଏବଂ ଭୂଭୌତିକ ବିଜ୍ଞାନ ଏଜେନ୍ସି ପୂର୍ବରୁ ଭୂମିକମ୍ପ ନେଇ ସତର୍କ ସୂଚନା ଜାରି କରିଥିଲା। ଏଥିପାଇଁ ଲୋକେ ଆଗୁଆ ସତର୍କ ହୋଇ ମସତଳ ଭୂମିକୁ ଚାଲିଯାଇଥିଲେ। ଯେଉଁ କାରଣରୁ ମୃତ୍ୟୁ ସଂଖ୍ୟା କମ ହୋଇପାରେ ବୋଲି ଅନୁମାନ କରାଯାଉଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।