Indonesia: ମସଜିଦର ଲାଉଡସ୍ପିକର ରକ୍ଷା କରିବ ଜୀବନ: ଇଣ୍ଡୋନେସିଆରେ ଚାଲିଛି ଏକ ଅନନ୍ୟ ପରୀକ୍ଷଣ

Oct 12, 2026 - 13:03
Indonesia: ମସଜିଦର ଲାଉଡସ୍ପିକର ରକ୍ଷା କରିବ ଜୀବନ: ଇଣ୍ଡୋନେସିଆରେ ଚାଲିଛି ଏକ ଅନନ୍ୟ ପରୀକ୍ଷଣ

"ଜାକର୍ତ୍ତା: ପ୍ରଶାନ୍ତ ମହାସାଗରର ଅଗ୍ନି ବଳୟ(ରିଙ୍ଗ ଅଫ୍ ଫାୟାର)ରେ ଅବସ୍ଥିତ ଇଣ୍ଡୋନେସିଆ ଭୂମିକମ୍ପ ପାଇଁ ଅତ୍ୟନ୍ତ ସମ୍ବେଦନଶୀଳ।

ବୈଜ୍ଞାନିକମାନେ ଇଣ୍ଡୋନେସିଆ ପାଇଁ ଏକ ପ୍ରାରମ୍ଭିକ ଚେତାବନୀ ପ୍ରଣାଳୀ ଉପରେ କାମ କରୁଛନ୍ତି, ଏକ ପ୍ରଣାଳୀ ଯାହା ସମୟୋଚିତ ସତର୍କ ସୂଚନା ପ୍ରଦାନ କରିପାରିବ।

ସେମାନେ ଏବେ ଏକ ଧାର୍ମିକ ପଦ୍ଧତି ଗ୍ରହଣ କରିଛନ୍ତି ଯାହା ଦ୍ୱାରା ସବୁଠାରୁ ଦୂରବର୍ତ୍ତୀ ଅଞ୍ଚଳ ପର୍ଯ୍ୟନ୍ତ ମଧ୍ୟ ପହଞ୍ଚି ଆଲାର୍ମର ଏକ ନେଟୱାର୍କ ସୃଷ୍ଟି କରାଯାଇପାରିବ।Advertisment ପାଞ୍ଚ ବର୍ଷ ଧରି ଦେଶରେ ପରୀକ୍ଷଣ କରାଯାଉଛି ଯେ, ମସଜିଦରେ ଆଜାନ ପାଇଁ ବ୍ୟବହୃତ ଲାଉଡସ୍ପିକରଗୁଡ଼ିକୁ ଭୂମିକମ୍ପ ସତର୍କୀକରଣ ସାଇରନ୍ ଭାବରେ ବ୍ୟବହାର କରାଯାଇପାରିବ କି ନାହିଁ।ଇଣ୍ଡୋନେସିଆର ବିପର୍ଯ୍ୟୟ ପରିଚାଳନା ସଂସ୍ଥାକୁ ବିସ୍ତୃତ ଦୂରତା ଏବଂ କଷ୍ଟକର ଅଞ୍ଚଳଗୁଡ଼ିକର ମୁକାବିଲା କରିବାକୁ ପଡ଼ିଥାଏ।

ତେବେ ନିୟମିତ ଭାବରେ ସେବା ପ୍ରଦାନ କରାଯାଉଥିବା ପୂର୍ବରୁ ପ୍ରତିଷ୍ଠିତ ଲାଉଡସ୍ପିକର ନେଟୱାର୍କ ଦ୍ବାରା ଉପକୃତ ହୋଇପାରିବ।

ଏହି ସୁବିଧା ଅନ୍ୟ ଅନେକ ଦେଶରେ ନାହିଁ।

ବିଶ୍ୱର ସର୍ବବୃହତ ମୁସଲିମ ବହୁଳ ଦେଶ ଇଣ୍ଡୋନେସିଆରେ ଲକ୍ଷ ଲକ୍ଷ ମସଜିଦ ଅଛି।

ଦିନକୁ ପାଞ୍ଚ ଥର ନମାଜ ପାଠ ପାଇଁ ଆଜାନ ଦିଆଯାଏ।

ଏହି ପାଇଲଟ୍ ଯୋଜନା ଅନ୍ତର୍ଗତ ଅନେକ ମସଜିଦ ପୂର୍ବରୁ ଭୂମିକମ୍ପ ଚିହ୍ନଟ ସେନ୍ସର ନେଟୱାର୍କ ସହିତ ସଂଯୁକ୍ତ ହୋଇସାରିଛି।

ପ୍ରାୟତଃ ଭୂମିକମ୍ପ ଦ୍ୱାରା ପ୍ରଭାବିତ ୨୦୩୦ ପର୍ଯ୍ୟନ୍ତ ଚାଲିବାକୁ ଥିବା ଏହି ପ୍ରକଳ୍ପରେ ସ୍କୁଲ ଲାଉଡସ୍ପିକରରେ ଆଲାର୍ମ ସିଷ୍ଟମ ସ୍ଥାପନ କରିବା ଏବଂ ରେଡିଓ ଏବଂ ଟେଲିଭିଜନ ପ୍ରସାରଣ ବ୍ୟବହାର କରିବା ବିଷୟରେ ମଧ୍ୟ ବିଚାର କରାଯାଉଛି।

ଇଣ୍ଡୋନେସିଆ ଏବଂ ଜାପାନ ଉଭୟ ପ୍ରଶାନ୍ତ ମହାସାଗରୀୟ ବଳୟରେ ଅବସ୍ଥିତ ଏବଂ ପ୍ରାୟତଃ ଭୂମିକମ୍ପ ଦ୍ୱାରା ପ୍ରଭାବିତ ହୋଇଥାନ୍ତି।

ଗବେଷକମାନେ ଜାପାନ ଏବଂ ଇଣ୍ଡୋନେସିଆରେ ସାଧାରଣ ଉଦ୍ଧାର ପଦ୍ଧତିରେ ଥିବା ପାର୍ଥକ୍ୟ ଅଧ୍ୟୟନ କରୁଛନ୍ତି।

ଜାପାନରେ ସରକାରୀ ବିପର୍ଯ୍ୟୟ ପରିଚାଳନା ନିର୍ଦ୍ଦେଶାବଳୀରେ ତୁରନ୍ତ ଏକ ସୁରକ୍ଷିତ ସ୍ଥାନରେ ଲୁଚି ରହିବା, ଯେପରିକି ଏକ ଟେବୁଲ ତଳେ ଏବଂ ଘର ଭିତରେ ରହିବା ପାଇଁ କୁହାଯାଇଥାଏ।

ଛୋଟ ଘରଗୁଡ଼ିକ ଭୁଶୁଡ଼ି ପଡ଼ିବାର ସମ୍ଭାବନା ଅଧିକ ବିପରୀତରେ ଇଣ୍ଡୋନେସିଆ ଭଳି କିଛି ବିକାଶଶୀଳ ଦେଶରେ ଛୋଟ ଛୋଟ ଘରଗୁଡ଼ିକ ପ୍ରାୟତଃ ଭୁଶୁଡ଼ି ପଡ଼ିବାର ସମ୍ଭାବନା ଅଧିକ ଥାଏ।

ତେଣୁ, ଲୋକମାନେ ନିଜ ଜୀବନ ବଞ୍ଚାଇବା ପାଇଁ ଘରୁ ବାହାରକୁ ଦୌଡ଼ିଥାନ୍ତି।

ମୁସଲିମ ବିଶ୍ୱର ଅନ୍ୟ ଦେଶମାନେ ସମାନ ବ୍ୟବସ୍ଥା ବିଷୟରେ ବିଚାର କରିଛନ୍ତି।

ସଂଯୁକ୍ତ ଆରବ ଏମିରେଟ୍ସ ସରକାର ଏହାର ବାରାକାହ ପରମାଣୁ ଶକ୍ତି କେନ୍ଦ୍ର ଆରମ୍ଭ କରିବାକୁ ଯୋଜନା କରିଥିଲେ, ସେତେବେଳେ ପ୍ରକଳ୍ପ ସହିତ ଜଡିତ ଜଣେ ଅଧିକାରୀ କହିଥିଲେ ଯେ ରେଡିଏସନ୍ ଲିକ୍ ହେବା କ୍ଷେତ୍ରରେ ମସଜିଦ ଲାଉଡସ୍ପିକରଗୁଡ଼ିକ ଏକ ବୃହତ ଆଲାର୍ମ ନେଟୱାର୍କର ଅଂଶ ହୋଇପାରିବ।

ପାଇଲଟ୍ ପ୍ରକଳ୍ପ ଘୋଷଣା ସେହିପରି ଉଜବେକିସ୍ତାନରେ ମସଜିଦଗୁଡ଼ିକରେ ଲାଉଡସ୍ପିକର ଲଗାଇବା ପାଇଁ ଏକ ବିଶାଳ ପ୍ରକଳ୍ପ ଚାଲିଛି।

ଜରୁରୀକାଳୀନ ପରିସ୍ଥିତି ମନ୍ତ୍ରଣାଳୟ ଚଳିତ ବର୍ଷ ୨୭୨ଟି ମସଜିଦରେ ଏହି ଡିଭାଇସଗୁଡ଼ିକ ସ୍ଥାପନ କରିବା ପାଇଁ ଏକ ପାଇଲଟ୍ ପ୍ରକଳ୍ପ ଘୋଷଣା କରିଛି।

ଏହା ମାଧ୍ୟମରେ ବନ୍ୟା, କାଦୁଆ ପ୍ରବାହ, ଭୂସ୍ଖଳନ ଏବଂ ହିମସ୍ଖଳନ ବିଷୟରେ ଲୋକଙ୍କୁ ସତର୍କ କରାଯାଇ ପାରିବ।

CJI Surya Kant: ସୁପ୍ରିମ କୋର୍ଟଙ୍କ ଦ୍ୱାର ସମସ୍ତଙ୍କ ପାଇଁ ଖୋଲା ଅଛି: ଇଣ୍ଡିଆ ବ୍ଲକ୍ ସହ ସାକ୍ଷାତ ନକରିବା ନେଇ ସିଜେଆଇ ସୂର୍ଯ୍ୟକାନ୍ତଙ୍କ ବଡ଼ ବିବୃତି"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।