Indravati reservoir: ୦.୪୧ମିଟର ବଢ଼ିଲେ ଇନ୍ଦ୍ରାବତୀ ଜଳଭଣ୍ଡାରରୁ ଖୋଲିବ ଅଧିକ ଗେଟ୍‌

Sep 11, 2026 - 23:52
Indravati reservoir: ୦.୪୧ମିଟର ବଢ଼ିଲେ ଇନ୍ଦ୍ରାବତୀ ଜଳଭଣ୍ଡାରରୁ ଖୋଲିବ ଅଧିକ ଗେଟ୍‌

"ନବରଙ୍ଗପୁର (ସୁରେଶ ନାଇଡୁ): ଇନ୍ଦ୍ରାବତୀ ଜଳଭଣ୍ଡାରରେ ବଢୁଛି ଜଳସ୍ତର।

ବିପଦ ସଂକେତ ନିକଟତର ହେବା ପରେ ୩୧ତାରିଖରୁ ହିଁ ଗେଟ୍ ଖୋଲିବାକୁ ପ୍ରାକ୍ ପ୍ରସ୍ତୁତି ଆରମ୍ଭ କରିଛି ଡ୍ୟାମ୍ କର୍ତ୍ତୃପକ୍ଷ।

ଗତ ୧୫ଦିନ ହେବ ଅଚାନକ ଭାବେ ବର୍ଷା ବଢ଼ିବା ପରେ ଇନ୍ଦ୍ରାବତୀ ଜଳଭଣ୍ଡାରର ଜଳସ୍ତର ୬୪୦ ମିଟର ପହଚିଂବା ପରେ ମକ ଡ୍ରିଲ୍ କରିବା ସହ ଗୋଟିଏ ଗେଟ୍ ୪୦ମିନିଟ ଖୋଲା ରହିଥିଲା।

ଶୁକ୍ରବାର ୬୪୦.୦୯ ମିଟରରେ ଜଳସ୍ତର ପହଚିଂଛି।

Advertisment ୦.୪୧ମିଟର ପାଣି ବଢ଼ିଲେ ଜଳସ୍ତର ୬୪୦.୫ମିଟରେ ପହଚିଂଲେ ପୂର୍ବ ନିଷ୍ପତ୍ତି ଅନୁଯାଇ ଇନ୍ଦ୍ରାବତୀର ଦୁଇଟି ଓ ମୁରାନର ଗୋଟିଏ ଖୋଲିବାକୁ ନିଷ୍ପତ୍ତି ହୋଇଛି।

ଜଳଭଣ୍ଡାର ମଧ୍ୟକୁ ପ୍ରତି ସେକେଣ୍ଡରେ ୩୪୨.୮୫୭ କ୍ୟୁମେକ୍ସ ଜଳ ପ୍ରବେଶ କରୁଥିବା ବେଳେ ପ୍ରତି ସେକେଣ୍ଡରେ ୨୦୨.୭୦୭କ୍ୟୁମେକ୍ସ ଜଳ ନିଷ୍କାସିତ ହେଉଛି।

ପୁରାଦମରେ ବିଦ୍ୟୁତ ଉତ୍ପାଦନ ବୃଦ୍ଧି ପାଇବା ସହ ନୂଆ ରେକର୍ଡ ସ୍ଥାପନ ହୋଇଛି।

ମୁଖୀଗୁଡାସ୍ଥିତ ୬୦୦ ମେଗାୱାଟ୍ ଘଣ୍ଟା କ୍ଷମତାର ବିଦ୍ୟୁତ୍ ଉତ୍ପାଦନ କେନ୍ଦ୍ରରେ ୪ଟି ଟରବାଇନ୍ ବୁଲି ଆଜି ସର୍ବକାଳୀନ ରେକର୍ଡ ୫୮୧.୭୫୦ମେଗାୱାଟ୍ ଘଣ୍ଟା ବିଦ୍ୟୁତ ଉତ୍ପାଦନ ହୋଇଛି।

Indravati reservoir: ବିପଦସଂକୁଳର ନିକଟତର ଇନ୍ଦ୍ରାବତୀ, ବିଦ୍ୟୁତ ଉତ୍ପାଦନ ବଢ଼ିଲା ଗତ ୧୧ଦିନ ଧରି ବିଦ୍ୟୁତ ଉତ୍ପାଦନ ୫୨୫ ଉପରେ ରହୁଛି।

ଗତ ୧ତାରିଖରେ ୫୫୬.୫୪୨ମେଗାୱାଟ ଘଣ୍ଟା, ୨ତାରିଖରେ ୫୩୨.୮୫୪, ୩ତାରିଖରେ ୫୫୫.୪୩୮, ୪ତାରିଖରେ  ୫୫୩.

୪୩୮, ୫ତାରିଖରେ ୫୪୬.୦୮୩, ୬ତାରିଖରେ ୫୫୧.୭୫୦, ୭ତାରିଖରେ ୫୨୫.୭୫୦, ୮ତାରିଖ ୫୬୦.୮୧୩, ୯ତାରିଖରେ ୫୬୨,୮୧୩, ୧୦ତାରିଖରେ ୫୭୯.୭୦୮ମେଘାୱାଟ୍ ଘଣ୍ଟା ବିଦ୍ୟୁତ ଉତ୍ପାଦିତ ହୋଇଛି।

ଜିଲ୍ଲାରେ ଗତ ଦିନକରେ ୪୩୩.୨ମିମି ବର୍ଷା ରେକର୍ଡ ହୋଇଛି।

ଧୀରେ ଧୀରେ ଜିଲ୍ଲା ଏବଂ ଉପରମୁଣ୍ଡରେ ଥିବା କଳାହାଣ୍ଡି ଜିଲ୍ଲାର ଥୁଆମୂଳରାମପୁର, ରାୟଗୁଡା ଜିଲ୍ଲାର କାଶୀପୁର, କୋରାପୁଟ ଜିଲ୍ଲାର ଦଶମନ୍ତପୁର, କାଠରଗୁଡା ଆଦି ଅଂଚଳରେ ବର୍ଷା ବଢ଼ିବା ପରେ ଜଳସେଚନ ବିଭାଗ ଓ ପ୍ରଶାସନର ଚିନ୍ତା ବଢ଼ିଛି।

ଜଳସ୍ତର ବଢ଼ି ବଢ଼ି  ୬୪୦.୫ମିଟରକୁ ଆସିଲେ ଯାଇ ଇନ୍ଦ୍ରାବତୀର ୨ଟି ଓ ମୁରାନର ଗୋଟିଏ ଗେଟ୍ ଖୋଲାଯିବ ବୋଲି କହିଛନ୍ତି ପୋଡାଗଡ ଡ୍ୟାମ ଡିଭିଜନର ନିର୍ବାହୀ ଯନ୍ତ୍ରୀ ଇଂ.ସୁଶାନ୍ତ ପଟ୍ଟନାୟକ।

ପାଣି ଜଳଭଣ୍ଡାରରୁ ଛାଡିଲେ ଇନ୍ଦ୍ରାବତୀ ନଦୀ ଜୀବନ୍ତ ହେବା ସହ କୂଳଲଙ୍ଗିବା ସହ କୂଳରେ ଥିବା ୧୦୦ଗ୍ରାମବାସୀ ଓ ହଜାରହଜାର ହେକ୍ଟର ଧାନ, ମକା, ପନିପରିବା ଓ ଆଖୁ କିଆରିରେ ପାଣି ପସି ନଷ୍ଟ ହେବା ସମ୍ଭାବନା ରହିଛି।

କୂଳଖାଇ ନବରଙ୍ଗପୁର ଓ କୋଷାଗୁମୁଡା ବ୍ଲକର କିଛି ଗାଁ ଜଳବନ୍ଦୀ ହେବାର ସମ୍ଭାବନା ରହିଛି।

ପ୍ରଶାସନ ଏହାକୁ ମୁକାବିଲା କରିବାକୁ ପ୍ରସ୍ତୁତ ବୋଲି କହିଛନ୍ତି ଜିଲ୍ଲାପାଳ ଡ.ମହେଶ୍ବର ସ୍ବାଇଁ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।