Inside BCCI's Injury Crisis: ଆହତ ସମସ୍ୟାରେ ଟିମ୍ ଇଣ୍ଡିଆ, BCCI ବଜେଟ୍ ୧୨୭ କୋଟିକୁ ବୃଦ୍ଧି
ଭାରତୀୟ କ୍ରିକେଟ୍ ଦଳରେ ବାରମ୍ବାର ଖେଳାଳି ଆହତ ହେବା ଚିନ୍ତା ବଢ଼ାଇଛି। ଏହାରି ମଧ୍ୟରେ BCCIର ସେଣ୍ଟର ଅଫ୍ ଏକ୍ସଲେନ୍ସ (CoE) ଗତ ପ୍ରାୟ ଏକ ବର୍ଷ ମଧ୍ୟରେ ୩୨ ଜଣ ପ୍ରମୁଖ ପୁରୁଷ ଭାରତୀୟ କ୍ରିକେଟରଙ୍କ ଚିକିତ୍ସା ଓ ପୁନର୍ବାସ ବ୍ୟବସ୍ଥା କରିଛି ବୋଲି ରିପୋର୍ଟରେ କୁହାଯାଇଛି।
ଖେଳାଳିଙ୍କ ଆହତ ସମସ୍ୟାର ମୁକାବିଲା ପାଇଁ BCCI CoEର ବଜେଟ୍କୁ ୯୨ କୋଟିରୁ ବଢ଼ାଇ ୧୨୭ କୋଟି ଟଙ୍କା କରିଛି। ଅର୍ଥାତ୍ ବଜେଟ୍ରେ ପ୍ରାୟ ୩୫ କୋଟି ଟଙ୍କା ବୃଦ୍ଧି ହୋଇଛି।
ବିରାଟ କୋହଲି, ରୋହିତ ଶର୍ମାଙ୍କ ସମେତ ଅନେକ ଖେଳାଳି ଏଠାରେ ଚିକିତ୍ସା ଓ ପୁନର୍ବାସ ପାଇଁ ପହଞ୍ଚିଛନ୍ତି। ରିପୋର୍ଟ ଅନୁସାରେ, ଗତ ୨୦ ମାସରେ ମହିଳା ଓ ପୁରୁଷଙ୍କୁ ମିଶାଇ ମୋଟ ୬୮ ଜଣ ଖେଳାଳିଙ୍କ ଚିକିତ୍ସା ହୋଇଛି। ଅଧିକାଂଶ ଆହତ ସମସ୍ୟା ମାଂସପେଶୀ ଓ ନରମ ଟିସୁ ସମ୍ବନ୍ଧୀୟ ଥିବାରୁ ଖେଳାଳିଙ୍କ ଫିଟନେସ୍ ଓ ଆହତ ପରିଚାଳନା ଉପରେ BCCI ଅଧିକ ଧ୍ୟାନ ଦେଉଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।