International Translation Day: ଆନ୍ତର୍ଜାତିକ ଅନୁବାଦ ଦିବସ

Sep 30, 2026 - 09:09
International Translation Day: ଆନ୍ତର୍ଜାତିକ ଅନୁବାଦ ଦିବସ

"ଆଜି ଆନ୍ତର୍ଜାତିକ ଅନୁବାଦ ଦିବସ।

ଭାଷାଗତ ଓ ସାଂସ୍କୃତିକ ବିଭେଦକୁ ଦୂର କରିବାରେ ଅନୁବାଦକ ଓ ସେମାନଙ୍କ ଅବଦାନକୁ ସ୍ବୀକୃତି ଦେବା ପାଇଁ ଏହି ଦିବସ ସମର୍ପିତ।

ମିଳିତ ଜାତିସଂଘ ଦ୍ବାରା ୨୦୧୭ ମସିହାରେ ଆରମ୍ଭ ହୋଇଥିବା ଏହି ଦିବସ ବିଭିନ୍ନ ଭାଷାଭାଷୀ ଓ ସାଂସ୍କୃତିକ ପୃଷ୍ଠଭୂମିର ବ୍ୟକ୍ତିବିଶେଷଙ୍କ ମଧ୍ୟରେ ଆଲୋଚନା, ଶାନ୍ତି ଓ ପାରସ୍ପରିକ ବୁଝାମଣାକୁ ପ୍ରୋତ୍ସାହନ ଦେବା ଦିଗରେ ଅନୁବାଦକ ଓ ସେମାନଙ୍କ ଅକ୍ଳାନ୍ତ ପ୍ରୟାସ ପ୍ରତି କୃତଜ୍ଞତା ଜ୍ଞାପନ କରିଥାଏ।

ଭାଷାଗତ ସୀମା ମଧ୍ୟରେ ସୂଚନାର ପ୍ରବାହକୁ ସୁନିଶ୍ଚିତ କରିବା ପାଇଁ ଯେଉଁମାନେ ପରଦା ପଛରେ ରହି ନିଷ୍ଠାର ସହ କାର୍ଯ୍ୟ କରୁଛନ୍ତି, ଏହା ହେଉଛି ସେମାନଙ୍କୁ ସ୍ବୀକୃତି ଦେବାର ଦିନ।

ଅନୁବାଦ ଦ୍ବାରା ପରସ୍ପର ସହ ଅଧିକ ସଂଶ୍ଳିଷ୍ଟ ଦୁନିଆରେ ଯୋଗାଯୋଗକୁ ସୁଗମ କରିହେଉଛି।

Advertisment Maa Taratarini Temple: ଅକ୍ଟୋବର ୩ରୁ ମା" ତାରାତାରିଣୀଙ୍କ ପୀଠରେ ଷୋଡଶ ପୂଜା ଅନୁବାଦ ଅନେକ ସମୟରେ ସଂସ୍କୃତି ଓ ସମ୍ପ୍ରଦାୟକୁ ସଂଯୋଗ କରୁଥିବା ଏକ ସେତୁ ଭାବରେ କାର୍ଯ୍ୟ କରିଥାଏ।

ତଥାପି ଏହା ଶକ୍ତି ଅସନ୍ତୁଳନକୁ ପ୍ରତିଫଳିତ ଓ ପ୍ରଭାବିତ କରିପାରେ।

ତେଣୁ ଏହି ଜଟିଳ ଗତିଶୀଳତା ଉପରେ ଆଲୋକପାତ କରିବା ଏବଂ ସ୍ବଦେଶୀ ଭାଷା ଅନୁବାଦକମାନେ ସମ୍ମୁଖୀନ ହେଉଥିବା ଆହ୍ବାନଗୁଡ଼ିକର ସମାଧାନ କରିବା ଅତ୍ୟାବଶ୍ୟକ।

ସମ୍ପ୍ରତି ପରସ୍ପର ସହ ଅଧିକ ଯୋଡ଼ି ହୋଇ ରହିଥିବା ବିଶ୍ବରେ, ଡିଜିଟାଲ୍‌ ଯୁଗରେ ସ୍ବଦେଶୀ ଭାଷାଗୁଡ଼ିକର ବିକାଶକୁ ସୁନିଶ୍ଚିତ କରିବା ଦିଗରେ ପ୍ରଯୁକ୍ତିବିଦ୍ୟା ଏକ ପ୍ରମୁଖ ଭୂମିକା ଗ୍ରହଣ କରୁଛି।

ଚଳିତବର୍ଷ ଏହି ଦିବସ ପାଳନର ବିଷୟବସ୍ତୁ ହେଉଛି: "ଭାଷାଗତ ବିବିଧତା ଓ ଭାଷା ଅଧିକାର"।

Special campaign: ଅକ୍ଟୋବର ୨ରୁ ୩୧ ପର୍ଯ୍ୟନ୍ତ ସ୍ୱଚ୍ଛତା ଏବଂ ବକେୟା କାର୍ଯ୍ୟ ହ୍ରାସ ଉପରେ ଗୁରୁତ୍ୱ"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।