Investment Fraud Gang Busted: ଆର୍ଥିକ ଠକେଇ ଗ୍ୟାଙ୍ଗର ପର୍ଦ୍ଦାଫାସ, ୩ ଭାଇଭଉଣୀ ଗିରଫ
ସମ୍ବଲପୁରରେ ଆର୍ଥିକ ଠକେଇ ମାମଲାରେ ୩ ଗିରଫ । ଗିରଫ ଅଭିଯୁକ୍ତମାନେ ହେଲେ ଝରଣା ବାଦି,ରାଜକୁମାରୀ ବାଦି ଓ ରାଜେଶ ବାଦି । ସେମାନେ ସମ୍ପର୍କରେ ୨ ଭଉଣୀ ଓ ଭାଇ । ୨୫ ଲକ୍ଷ ଟଙ୍କା ନିବେଶ କଲେ ଅଧିକ ଲାଭ ମିଳିବ ବୋଲି କହି ଜଣେ ବ୍ୟକ୍ତିଙ୍କଠାରୁ ୨୫ ଲକ୍ଷ ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଥିଲା ।
ଅଭିଯୋଗ ପରେ ପୋଲିସ ଟେକ୍ନିକାଲ ଆନାଲିସିସ୍ ଆଧାରରେ ଅଇଁଠାପାଲି ଥାନା କାଇଁସିର ଅଞ୍ଚଳରେ ଚଢାଉ କରିଥିଲା । ସେଠାରୁ ୩ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ଅଭିଯୁକ୍ତଙ୍କଠାରୁ ନଗଦ ୧୫ ଲକ୍ଷ ୫୦ ହଜାର ଟଙ୍କା, ପ୍ରାୟ ୧୨ ଲକ୍ଷ ଟଙ୍କାର ସୁନା ଅଳଙ୍କାର, ୨୦ଟି ମୋବାଇଲ ଫୋନ, ଲାପଟପ୍, ଟାବ୍, ନକଲି ଆଧାର କାର୍ଡ ସହ ବିଭିନ୍ନ ସାମଗ୍ରୀ ଜବତ କରିଛି ପୋଲିସ । ...
ସମ୍ବଲପୁରରେ ଆର୍ଥିକ ଠକେଇ ଗ୍ୟାଙ୍ଗର ପର୍ଦ୍ଦାଫାସ
୩ ଜଣଙ୍କୁ ଗିରଫ କଲା ସମ୍ବଲପୁର ପୋଲିସ
ନିବେଶ କଲେ ଅଧିକ ଲାଭ କହି ଠକେଇ ଅଭିଯୋଗ
ନଗଦ ୧୫ ଲକ୍ଷ ୫୦ ହଜାର ଟଙ୍କା ଜବତ
ପ୍ରାୟ ୧୨ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଜବତ
୨୦ଟି ମୋବାଇଲ ଫୋନ, ଲାପଟପ୍, ଟାବ୍ ଜବତ
ନକଲି ଆଧାର କାର୍ଡ, ବିଭିନ୍ନ ସାମଗ୍ରୀ ଜବତ କଲା ପୋଲିସ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।