30 OCTOBER 2026

Welcome!

Unlock your personalized experience.
Sign Up

Investment: ୨୨ କମ୍ପାନିର ୩୮୫୫ କୋଟି ନିବେଶ ପ୍ରସ୍ତାବକୁ ମଞ୍ଜୁରି

Oct 30, 2026 - 03:33
Investment: ୨୨ କମ୍ପାନିର ୩୮୫୫ କୋଟି ନିବେଶ ପ୍ରସ୍ତାବକୁ ମଞ୍ଜୁରି

ଭୁବନେଶ୍ବର: ଶିଳ୍ପାୟନ କ୍ଷେତ୍ରରେ ଓଡ଼ିଶା ଆଜି ଆଉ ପାଦେ ଆଗକୁ ବଢ଼ିଛି। ମୁଖ୍ୟ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ଅନୁ‌ଷ୍ଠିତ ୧୫୧ତମ ରାଜ୍ୟସ୍ତରୀୟ ସିଙ୍ଗଲ୍ ୱିଣ୍ଡୋ କ୍ଲିୟରାନ୍ସ ଅଥରିଟି ବୈଠକରେ ୨୨ଟି କମ୍ପାନିର ୩୮୫୫.୩୮ କୋଟି ଟଙ୍କାର ନିବେଶ ପ୍ରସ୍ତାବକୁ ମଞ୍ଜୁରି ଦିଆଯାଇଛି। ଏହି ପ୍ରକଳ୍ପଗୁଡ଼ିକରେ ୭୭୬୫ ଜଣଙ୍କ ପାଇଁ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ରାଜ୍ୟର ୧୨ଟି ଜିଲ୍ଲାରେ ୧୧ଟି କ୍ଷେତ୍ରର ପ୍ରକଳ୍ପକୁ ମଞ୍ଜୁରି ଦିଆଯାଇଛି। 

Neglect: ବିଧାୟକ ପାଣ୍ଠି ଖର୍ଚ୍ଚରେ ମନ୍ଥରତା: ବଳକା ପଡ଼ିଛି ୯.୬୭କୋଟି

ମଞ୍ଜୁରି ଲାଭ କରିଥିବା ପ୍ରସ୍ତାବ ମଧ୍ୟରେ ନୟାଗଡ଼ ଜିଲ୍ଲାରେ ଆଲିଶା ଟରେଣ୍ଟ କ୍ଲୋଜର୍ସ (ଇଣ୍ଡିଆ) ପକ୍ଷରୁ ୫୨୯.୯୧ କୋଟିରେ ପାନୀୟ ବୋତଲ ଠିପି ଓ କ୍ଲୋଜର ଉତ୍ପାଦନ ୟୁନିଟ୍‌ ରହିଛି। ଖୋରଧାରେ ଷ୍ଟାର୍କ ରିଜ୍‌ ୫୦୦ କୋଟି ନିବେଶ କରି ପେପରଜାତୀୟ ସାମଗ୍ରୀ ଉତ୍ପାଦନ କରିବ। ଜୈବଇନ୍ଧନ କ୍ଷେତ୍ରରେ ୬୮୦ କୋଟିର କମ୍ପ୍ରେସଡ୍‌ ବାୟୋଗ୍ୟାସ (ସିବିଜି) ପ୍ରକଳ୍ପକୁ ମଞ୍ଜୁରି ଦିଆଯାଇଛି। ଅନୁଗୋଳ, ଯାଜପୁର ଓ ସମ୍ବଲପୁରରେ ଏଥିପାଇଁ ଆଇଓସିଏଲ୍‌ ୩୬୦ କୋଟି ପୁଞ୍ଜି ଖଟାଇବ। କିନେଟା ଗ୍ଲୋବାଲ ଲିମିଟେଡ ସୁନ୍ଦରଗଡ଼ରେ ୧୭୦ କୋଟି ଏବଂ ଶ୍ରୀ ମେଟାଲିକ୍ସ ବାୟୋ ଏନର୍ଜି ଲିମିଟେଡ୍‌ ବାଲେଶ୍ବରରେ ଏଭଳି ପ୍ରକଳ୍ପ ପାଇଁ ୧୫୦ କୋଟି ନିବେଶ କରିବ। 

ଏଥିସହିତ ସାହା ଷ୍ଟିଲ୍‌ ସମ୍ବଲପୁରରେ ୭୨.୮୧ କୋଟିରେ ଏକ ପ୍ରିଇଞ୍ଜିନିୟର୍ଡ ବିଲଡିଂ ସିଷ୍ଟମ୍‌ ଏବଂ ଅନ୍ୟାନ୍ୟ ଉତ୍ପାଦ ପାଇଁ କାରଖାନା କରିବାକୁ ଥିବାବେଳେ ଏମ୍‌ପିଆଇଏଲ୍‌ ଷ୍ଟିଲ ଷ୍ଟ୍ରକଚର୍ସ ୨୦୦ କୋଟି ଟଙ୍କାରେ ଯାଜପୁରରେ ଏକ ହେଭି ଷ୍ଟିଲ ଷ୍ଟ୍ରକଚର ଫେବ୍ରିକେସନ୍‌ କାରଖାନା କରିବ। ସୁନ୍ଦରଗଡ଼ରେ ଏକ ଉତ୍ପାଦନ ୟୁନିଟ୍‌ରେ ଆର୍ମୋର ଇଣ୍ଡଷ୍ଟ୍ରିଜ୍‌ ୫୧ କୋଟି ନିବେଶ କରିବ। ରସାୟନ ଓ ପେଟ୍ରୋରସାୟନ କ୍ଷେତ୍ରରେ ଆରିସ୍‌ କୋଟିଂ ଟେକ୍ନୋଲୋଜି ଖୋରଧାରେ ୫୦ କୋଟି ନିବେଶରେ ଏକ ଇଣ୍ଡଷ୍ଟ୍ରିଆଲ ପେଣ୍ଟ ଉତ୍ପାଦନ ୟୁନିଟ୍‌ କରିବ। ପ୍ରୋଏକ୍‌ ଏନର୍ଜି ଲିମିଟେଡ୍‌ ଭଦ୍ରକରେ ୧୭୫ କୋଟି ନିବେଶରେ କାଲସିନେଡ୍‌ ପେଟ୍ରୋଲିୟମ କୋକ୍‌ ଏବଂ ଗ୍ରାଫିଟାଇଜଡ୍‌ ପେଟ୍ରୋଲିୟମ କୋକ୍‌ ଉତ୍ପାଦନ କରିବ।

ଏରୋସ୍ପେସ ଓ ପ୍ରତିରକ୍ଷା କ୍ଷେତ୍ରରେ ଖୋରଧାରେ ୨ଟି ପ୍ରକଳ୍ପରେ ୧୧୭ କୋଟି ନିବେଶ ହେବ। ଷ୍ଟୋନହକ୍‌ ଟେକ୍ନୋଲୋଜିଜ୍‌  ୬୫ କୋଟି ନିବେଶରେ ଡ୍ରୋନ ଓ ଅନ୍‌ମ୍ୟାନଡ୍‌ ଏରିଏଲ ସିଷ୍ଟମ୍ସ ପାଇଁ ଏକ ସମନ୍ବିତ କାରଖାନା କରିବ। ସେହିଭଳି କ୍ଲାସିକ ଟେକ୍ନୋଲୋଜିଷ୍ଟିକ୍ସ ଆଣ୍ଡ ଟ୍ରେଡ୍‌ ୫୨ କୋଟି ନିବେଶରେ ଏକ ସମନ୍ବିତ ଏରୋସ୍ପେସ ଉତ୍ପାଦନ କେନ୍ଦ୍ର ସ୍ଥାପନ କରିବ। ଅମ୍ରିତାଶ ହେଲଥକେୟାର ପକ୍ଷରୁ ଖୋରଧାରେ ୧୫୨.୬୯ କୋଟିରେ ଫାର୍ମା ଉତ୍ପାଦ ୟୁନିଟ୍‌ ସ୍ଥାପନ କରିବ। ଆର୍‌ବି ଆଡୋବ୍‌ସ ଗଞ୍ଜାମରେ ୨୦୯.୩୫ କୋଟିରେ ଏକ ସମନ୍ବିତ ଲଜିଷ୍ଟିକ୍ସ ପାର୍କ କରିବ। 

US Iran attack: ଆମେରିକାର ମଧ୍ୟବର୍ତ୍ତୀ ନିର୍ବାଚନ ପରେ ଇରାନ ଉପରେ ଆକ୍ରମଣ ଆଶଙ୍କା

ପର୍ଯ୍ୟଟନ କ୍ଷେତ୍ରରେ ଅନେକଗୁଡ଼ିକ ତାରକା ‌ହୋଟେଲ ଓ ରିସର୍ଟକୁ ମଞ୍ଜୁରି ଦିଆଯାଇଛି। ଆଶୀର୍ବାଦ ଇଞ୍ଜିନିୟରିଂ ଆଣ୍ଡ କନଷ୍ଟ୍ରକସନ୍‌ ଖୋରଧାରେ ୩୧୦ କୋଟିରେ ଏକ ପଞ୍ଚତାରକା ‌ହୋଟେଲ କରିବ। ସେହିଭଳି ସ୍ବାମୀ ରିସର୍ଟସ ଖୋରଧାରେ ୧୫୩ କୋଟି ନିବେଶରେ ଏକ ପଞ୍ଚତାରକା ହୋଟେଲ କରିବ। ଝାରସୁଗୁଡ଼ାରେ ଦ ରୟାଲ ନେଷ୍ଟ ହସ୍ପିଟାଲିଟି ୧୫୦ କୋଟି ନିବେଶ କରି ଏକ ପଞ୍ଚତାରକା ଲକ୍‌ଜରି ରିସର୍ଟ ସ୍ଥାପନ କରିବ। ପୁରୀରେ ଶ୍ରୀକ୍ରିଷ୍ଣା ଇଷ୍ଟେଟ୍‌ସ ଆଣ୍ଡ କନ୍‌ଷ୍ଟ୍ରକସନ ୧୩୫ କୋଟି ନିବେଶରେ ଏକ ହାଇ‌ଏଣ୍ଡ ଡେଷ୍ଟିନେସନ୍‌ ସେଣ୍ଟର ସ୍ଥାପନ କରିବ। ମା ଭଟ୍ଟାରିକା ମିନେରାଲ୍ସ ୬୪.୦୪ କୋଟି ନିବେଶରେ କଟକରେ ୪ ତାରକା ବିଶିଷ୍ଟ ଏକ ରିଭର ଫ୍ରଣ୍ଟ ରିସର୍ଟ କରିବ। ଲିଣ୍ଡେ ସାଉଥ୍‌ ଏସିଆ ସର୍ଭିସେସ୍‌ ପକ୍ଷରୁ ୮୨ କୋଟି ନିବେଶରେ ଖୋରଧାରେ ଟ୍ରାନ୍ସପୋର୍ଟ ଅପରେସନ ଓ ରିମୋଟ୍‌ ଅପରେସନ ପାଇଁ ଏକ ଗ୍ଲୋବାଲ କମ୍ପିଟେନ୍ସି ସେଣ୍ଟର ସ୍ଥାପନକୁ ଆଜିର ବୈଠକରେ ଅନୁମୋଦନ ଦିଆଯାଇଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।