IPL Stars Demand ₹40 Crore For Retention: ଆଇପିଏଲ୍‌ ରିଟେନ୍‌ସନ୍‌ ପାଇଁ ଷ୍ଟାର୍‌ ଖେଳାଳିଙ୍କ ବଡ଼ ଡିମାଣ୍ଡ!, ଚିନ୍ତାରେ ଫ୍ରାଞ୍ଚାଇଜ୍‌

Nov 06, 2026 - 18:18
IPL Stars Demand ₹40 Crore For Retention: ଆଇପିଏଲ୍‌ ରିଟେନ୍‌ସନ୍‌ ପାଇଁ ଷ୍ଟାର୍‌ ଖେଳାଳିଙ୍କ ବଡ଼ ଡିମାଣ୍ଡ!, ଚିନ୍ତାରେ ଫ୍ରାଞ୍ଚାଇଜ୍‌

ଆଇପିଏଲ୍‌ରେ ୪୦ କୋଟି ଟଙ୍କାର ଖେଳ।

ରିଟେନ୍‌ସନ୍‌ ପାଇଁ ଷ୍ଟାର୍‌ ଖେଳାଳିଙ୍କ ବଡ଼ ଦାବି।

ମେଗା ନିଲାମ ପୂର୍ବରୁ କିଛି ଟପ୍‌ ଖେଳାଳି ନିଜ ନିଜ ଫ୍ରାଞ୍ଚାଇଜ୍‌ ଆଗରେ ୪୦ କୋଟି ଟଙ୍କା ରିଟେନ୍‌ସନ୍‌ ଫି' ଦାବି କରିଥିବା ରିପୋର୍ଟ ପ୍ରକାଶ ପାଇଛି।

ଏତେ ଟଙ୍କା ମିଳିଲେ ଦଳରେ ରହିବାକୁ ସେମାନେ ଆଗ୍ରହୀ ଥିବା କୁହାଯାଉଛି।

Advertisment ଏପର୍ଯ୍ୟନ୍ତ ଆଇପିଏଲ୍‌ ନିଲାମରେ ସବୁଠାରୁ ଅଧିକ ୨୭ କୋଟି ଟଙ୍କାରେ ରିଷଭ ପନ୍ତଙ୍କୁ କିଣିଥିଲା ଲକ୍ଷ୍ନୌ ସୁପର ଜାଏଣ୍ଟସ୍‌।

ତେବେ ଆଗାମୀ ମେଗା ନିଲାମ ପାଇଁ ଦଳଗୁଡ଼ିକର ପର୍ସ ୧୨୦ କୋଟିରୁ ବଢ଼ି ପ୍ରାୟ ୧୫୦ କୋଟି ହୋଇପାରେ ବୋଲି ରିପୋର୍ଟରେ କୁହାଯାଇଛି।

ଏପଟେ ଆଇପିଏଲ୍‌ ୨୦୨୭ ମିନି ନିଲାମ ପୂର୍ବରୁ ଖେଳାଳିଙ୍କ ରିଟେନ୍‌ସନ୍‌ ଓ ରିଲିଜ୍‌ ତାଲିକା ଦେବାର ସମୟସୀମା ନଭେମ୍ବର ୧୫ରୁ ବଢ଼ାଇ ୧୭ ତାରିଖ କରାଯାଇଛି।

ଡିସେମ୍ବର ୧୬ରେ ଗୋଆରେ ନିଲାମ ହେବ।

ଏହା ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସ ରିଷଭ ପନ୍ତଙ୍କୁ ଲକ୍ଷ୍ନୌରୁ ଫେରାଇ ଆଣିଛି ଏବଂ କୁଲଦୀପ ଯାଦବଙ୍କୁ ଲକ୍ଷ୍ନୌକୁ ପଠାଇଛି।

ସେହିପରି ଟି.

ନଟରାଜନଙ୍କ ବଦଳରେ ଜିଶାନ ଅନସାରୀଙ୍କୁ ଦିଲ୍ଲୀରୁ ନେଇଛି ସନ୍‌ରାଇଜର୍ସ ହାଇଦ୍ରାବାଦ।

Advertisment

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।