IPS: ଅଙ୍ଗନୱାଡ଼ି କର୍ମୀଙ୍କ ପୁଅ ଏବେ ଆଇପିଏସ: ତୃତୀୟ ପ୍ରଚେଷ୍ଟାରେ ୫୭୪ ରାଙ୍କ ହାସଲ କରି ସଫଳ ହେଲେ ଆଫଜାଲ ଅଲ୍ଲୀ

Oct 02, 2026 - 15:17
IPS: ଅଙ୍ଗନୱାଡ଼ି କର୍ମୀଙ୍କ ପୁଅ ଏବେ ଆଇପିଏସ: ତୃତୀୟ ପ୍ରଚେଷ୍ଟାରେ ୫୭୪ ରାଙ୍କ ହାସଲ କରି ସଫଳ ହେଲେ ଆଫଜାଲ ଅଲ୍ଲୀ

"ନୂଆଦିଲ୍ଲୀ: ୟୁପିଏସସି (UPSC) ସିଭିଲ ସେବା ପରୀକ୍ଷାରେ ସଫଳତା ପାଇବା ସହଜ କଥା ନୁହେଁ।

ବାରମ୍ବାର ବିଫଳତା ପରେ ବି ହାର୍ ନମାନି ନିଜର ଦୃଢ଼ ଇଚ୍ଛାଶକ୍ତି ଓ ପରିଶ୍ରମ ବଳରେ ସଫଳତା ହାସଲ କରିଛନ୍ତି ବିହାରର ଯୁବକ ଆଫଜାଲ ଅଲ୍ଲୀ।

ତାଙ୍କ ମାଆ ଜଣେ ଅଙ୍ଗନୱାଡ଼ି କର୍ମୀ ଏବଂ ବାପା ସ୍କୁଲର ପ୍ରଧାନଶିକ୍ଷକ।

ଆଫଜାଲ ତୃତୀୟ ପ୍ରଚେଷ୍ଟାରେ ଅଲ ଇଣ୍ଡିଆ ୫୭୪ ରାଙ୍କ ହାସଲ କରି ଜଣେ ଆଇପିଏସ (IPS) ଅଫିସର ହୋଇପାରିଛନ୍ତି।Advertisment ୨୯ ଜାନୁଆରୀ ୨୦୦୦ ମସିହାରେ ବିହାରର ହୁସେନୀରେ ଜନ୍ମ ହୋଇଥିବା ଅଲ୍ଲୀ  ସୈନିକ ସ୍କୁଲରୁ ପ୍ରାରମ୍ଭିକ ପାଠପଢ଼ା ଶେଷ କରିବା ପରେ ୨୦୨୧ ମସିହାରେ ବାରାଣସୀ ହିନ୍ଦୁ ବିଶ୍ୱବିଦ୍ୟାଳୟ (BHU) ରୁ ସ୍ନାତକ ଡିଗ୍ରୀ ହାସଲ କରିଥିଲେ।

ସ୍ନାତକ ପରେ ସେ ଏନଡିଏ ଏବଂ ବିଏସଏଫ କମାଣ୍ଡାଣ୍ଟ ପରୀକ୍ଷା ଦେଇଥିଲେ।

ମାତ୍ର ଏନଡିଏରେ ମେଡିକାଲ ଗ୍ରାଉଣ୍ଡରୁ ବାଦ୍ ପଡ଼ିଥିଲେ ଏବଂ ବିଏସଏଫରେ ଯୋଗ ନଦେଇ ସେ ସମ୍ପୂର୍ଣ୍ଣ ଭାବେ ୟୁପିଏସସି ପ୍ରସ୍ତୁତିରେ ମନୋନିବେଶ କରିଥିଲେ।

ଆହୁରି ପଢନ୍ତୁ: Earth Again Conference 2026: ନେପାଳ ବନ୍ୟା ମାନବ ସମାଜ ଦ୍ୱାରା ହୋଇଥିବା ଏକ ସାଂଘାତିକ ତ୍ରୁଟିର ପ୍ରଭାବ: ବିରାଟ ଅନୁପମ୍ ପ୍ରଥମ ପ୍ରଚେଷ୍ଟାରେ ସେ ଇଣ୍ଟରଭ୍ୟୁ ପର୍ଯ୍ୟାୟ ପର୍ଯ୍ୟନ୍ତ ପହଞ୍ଚିଥିଲେ ମଧ୍ୟ ଚୂଡ଼ାନ୍ତ ଚୟନ ହୋଇପାରିନଥିଲା।

ଦ୍ୱିତୀୟ ପ୍ରଚେଷ୍ଟାରେ ସେ ପ୍ରିଲିମ୍ସ ପରୀକ୍ଷାରେ ବିଫଳ ହୋଇଥିଲେ।

ଏହାପରେ ସେ ଦିଲ୍ଲୀ ଆସି ଦୈନିକ ୧୮ ଘଣ୍ଟା ପର୍ଯ୍ୟନ୍ତ କଠିନ ପରିଶ୍ରମ କରି ପାଠପଢ଼ିଥିଲେ।

ଫଳରେ ୟୁପିଏସସି ୨୦୨୩ ପରୀକ୍ଷାରେ ୫୭୪ ରାଙ୍କ ହାସଲ କରି ପଶ୍ଚିମବଙ୍ଗ କ୍ୟାଡରର ଆଇପିଏସ ଅଫିସର ଭାବେ ମନୋନୀତ ହୋଇଥିଲେ।

ସେ ୨୬ ଅଗଷ୍ଟ ୨୦୨୪ ରେ ଭାରତୀୟ ପୋଲିସ ସେବାରେ (IPS) ଯୋଗ ଦେଇଥିଲେ ଏବଂ ବର୍ତ୍ତମାନ ପଶ୍ଚିମବଙ୍ଗର ଦାର୍ଜିଲିଂଠାରେ କାର୍ଯ୍ୟରତ ଅଛନ୍ତି।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।