Irregularities In PAC ସମବାୟ ସମିତିରେ ଅନିୟମିତତା ଅଭିଯୋଗ, ସମ୍ପାଦକ ବଦଳି ଦାବି

Oct 05, 2026 - 17:45
Irregularities In PAC ସମବାୟ ସମିତିରେ ଅନିୟମିତତା ଅଭିଯୋଗ, ସମ୍ପାଦକ ବଦଳି ଦାବି

"ଭଦ୍ରକ (ହରିହର ନାୟକ):  ଧାମନଗର ବ୍ଲକ ଭଗବାନପୁର ପଞ୍ଚାୟତ ଅନ୍ତର୍ଗତ ଶ୍ରୀଜଗନ୍ନାଥ ସେବା ସମବାୟ ସମିତିର ଭାରପ୍ରାପ୍ତ ସମ୍ପାଦକ ପ୍ରକାଶ ଚନ୍ଦ୍ର ରାଉତଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି ସମିତିର ସଭ୍ୟସଭ୍ୟା ଓ ଚାଷୀ।

ସମ୍ପାଦକଙ୍କୁ ବଦଳି କରିବା ସହ ଅଭିଯୋଗର ନିରପେକ୍ଷ ତଦନ୍ତ ଦାବିରେ ସେମାନେ ଭଦ୍ରକ ଜିଲାପାଳଙ୍କୁ ଏକ ଦାବିପତ୍ର ଦେଇଛନ୍ତି।

Advertisment Sambandha: ସମବାୟ ସଦସ୍ୟତା ମହାଅଭିଯାନ "ସମ୍ବନ୍ଧ"ର ଶୁଭାରମ୍ଭ: ଗ୍ରାମାଞ୍ଚଳର "ୱାନ୍-ଷ୍ଟପ୍ ସଲ୍ୟୁସନ୍" ସେଣ୍ଟର ହେବ ସମବାୟ ସମିତି ସାହାଡ଼ା ଗ୍ରାମପଞ୍ଚାୟତରେ ଅନୁଷ୍ଠିତ ଯୁଗ୍ମ ଜନଶୁଣାଣି ଶିବିରରେ ଜିଲାପାଳ ସୋମେଶ ଉପାଧ୍ୟାୟଙ୍କୁ ଦିଆଯାଇଥିବା ଦାବିପତ୍ରରେ ସମ୍ପାଦକଙ୍କ କାର୍ଯ୍ୟକଳାପକୁ ନେଇ ଏକାଧିକ ପ୍ରଶ୍ନ ଉଠାଯାଇଛି।

ଅଭିଯୋଗ ଅନୁଯାୟୀ, ୨୦୧୪ରୁ ପ୍ରକାଶ ଚନ୍ଦ୍ର ରାଉତ ଭାରପ୍ରାପ୍ତ ସମ୍ପାଦକ ଦାୟିତ୍ୱରେ ରହିଛନ୍ତି।

ଦୀର୍ଘବର୍ଷ ଧରି ସମିତିର ବାର୍ଷିକ ସାଧାରଣ ସଭା ସାର୍ବଜନୀନ ଭାବେ ହୋଇନାହିଁ।

ସବୁଠାରୁ ଗୁରୁତର ଅଭିଯୋଗ ହେଉଛି ଚାଷୀଙ୍କ କେସିସି କାର୍ଡ ଓ ଚେକ୍‌ବହି ନିଜ ପାଖରେ ରଖି ଋଣ ଉଠାଣ, ବେନିୟମ ଚାଷୀ ପଞ୍ଜୀକରଣ, ଧାନ କିଣା ଏବଂ ସାର ବଣ୍ଟନରେ ଅନିୟମିତତା।

ପ୍ରକୃତ ଚାଷୀଙ୍କ ବଦଳରେ କିଛି ବଡ଼ ଚାଷୀଙ୍କ ନାମରେ ଧାନ ବିକ୍ରି ଦର୍ଶାଯାଉଛି।

ସମିତିକୁ ମିଳୁଥିବା ମଣ୍ଡି ଚାର୍ଜ ଓ ସରକାରୀ ସାର ଯୋଗାଣରେ ମଧ୍ୟ ଅନିୟମିତତାର ଅଭିଯୋଗ ରହିଛି।

ଅଭିଯୋଗକାରୀ ଚାଷୀଙ୍କୁ ଧମକ ଦିଆଯିବା ଏବଂ ସମିତିର ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର କାର୍ଯ୍ୟାଳୟ ବାହାରେ ରଖି କାର୍ଯ୍ୟ କରାଯାଉଥିବା ନେଇ ମଧ୍ୟ ଦାବିପତ୍ରରେ ଉଲ୍ଲେଖ କରାଯାଇଛି।

Mathili LAMPS scam ମାଥିଲି ଲ୍ୟାମ୍ପସରୁ ୨.୪୯ ଲକ୍ଷ ଗାଏବ: ରାଜ୍ୟ ସମବାୟ ସମିତି ରେଜିଷ୍ଟାରର ତଦନ୍ତ ଆରମ୍ଭଜନଶୁଣାଣି ଶିବିରରେ ସୁଦର୍ଶନ ମାଝୀ, ସୁଦୀପ୍ତ ଖଟୁଆ, ଭାଗବତ ଜେନା, ବିଦ୍ୟାଧର ବେହେରା, ଦିବାକର ସାହୁ, ଅରବିନ୍ଦ ବେହେରା, ଅଶୋକ ଜେନା, ଶଙ୍କର୍ଷଣ ଜେନା, ନରେନ୍ଦ୍ର ସାହୁ, ଯଦୁନାଥ ଖଟୁଆ, ଗୌରାଙ୍ଗ ଦାଶ, ନିଧିଆନନ୍ଦ ସ୍ୱାଇଁ ଓ ସୁଧାଂଶୁ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

ତେବେ ଏସବୁ ଅଭିଯୋଗ ନେଇ ସମ୍ପାଦକ ପ୍ରକାଶ ଚନ୍ଦ୍ର ରାଉତଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।