Is Toilet Paper Safe to Use: ଟଏଲେଟ୍ ପେପର୍ ବ୍ୟବହାର କରୁଛନ୍ତି କି? ସାବଧାନ! ହେବ ଜ୍ୱଳନ ଓ ଖୁଣ୍ଡିଆ!
ଆଜିକାଲି ଘର, ଅଫିସ୍, ହୋଟେଲ୍ କିମ୍ବା ଯାତ୍ରା ସମୟରେ ଟଏଲେଟ୍ ପେପର୍ ବ୍ୟବହାର ବଢ଼ିଛି।
ସଫାସୁତୁରା ପାଇଁ ଏହା ସୁବିଧାଜନକ ହୋଇଥିଲେ ମଧ୍ୟ ଭୁଲ୍ ଉପାୟରେ ବ୍ୟବହାର କଲେ ଚର୍ମରେ ଜ୍ୱଳନ, କୁଣ୍ଡେଇ ହେବା ସହ ଅନ୍ୟାନ୍ୟ ଅସୁବିଧା ହୋଇପାରେ।
Advertisment ସାଧାରଣତଃ ନରମ ଟଏଲେଟ୍ ପେପର୍କୁ ହାଲୁକା ହାତରେ ବ୍ୟବହାର କରିବା ସୁରକ୍ଷିତ।
କିନ୍ତୁ ଅତ୍ୟଧିକ ଖରାପ କିମ୍ବା ରଫ୍ ପେପର୍ରେ ବାରମ୍ବାର ଜୋରରେ ପୋଛିଲେ ମଳଦ୍ୱାର ଚାରିପାଖର ଚର୍ମରେ ଲାଲିମା, ଜ୍ୱଳନ ଓ କୁଣ୍ଡେଇ ହେବା ଦେଖାଦେଇପାରେ।
ଟଏଲେଟ୍ ପେପର୍ ବ୍ୟବହାରରେ କ'ଣ ସମସ୍ୟା ହୋଇପାରେ?
ଚର୍ମରେ ଜ୍ୱଳନ ଓ କୁଣ୍ଡେଇ ହେବା: ରଫ୍ ପେପର୍ରେ ଅଧିକ ଘଷିଲେ ସେନ୍ସିଟିଭ୍ ସ୍କିନ୍ରେ ସମସ୍ୟା ବଢ଼ିପାରେ।
ବଢ଼ିପାରେ ଅସୁବିଧା: ପୂର୍ବରୁ ପାଇଲ୍ସ ଥିଲେ ଜୋରରେ ପୋଛିବାରୁ ଯନ୍ତ୍ରଣା, ଜ୍ୱଳନ କିମ୍ବା ରକ୍ତସ୍ରାବ ବଢ଼ିପାରେ।
ସୁଗନ୍ଧିତ ପେପର୍ରୁ ଆଲର୍ଜି: କିଛି ସୁଗନ୍ଧ କିମ୍ବା ରଙ୍ଗିନ୍ ପେପରରେ ଥିବା ରାସାୟନିକ ଉପାଦାନ ସେନ୍ସିଟିଭ୍ ଚର୍ମରେ ଆଲର୍ଜି କରିପାରେ।
ମଇଳା ରହିଯିବା: କେବଳ ପେପର୍ ବ୍ୟବହାର କଲେ କେବେ କେବେ ଅବଶିଷ୍ଟ ମଇଳା ରହିଯାଇପାରେ।
ଏଥିପାଇଁ ପାଣି ବ୍ୟବହାର କରିବା ମଧ୍ୟ ଏକ ଭଲ ବିକଳ୍ପ।
Advertisment ପାଣି ନା ଟଏଲେଟ୍ ପେପର୍?
ଦୁଇଟି ଉପାୟରେ ମଧ୍ୟ ସଠିକ୍ ଭାବେ ସଫାସୁତୁରା ରଖାଯାଇପାରେ।
ପାଣି ଅବଶିଷ୍ଟ ମଇଳାକୁ ହଟାଇବାରେ ସାହାଯ୍ୟ କରେ, ଯେତେବେଳେ ଟଏଲେଟ୍ ପେପର୍ ସହଜ ଓ ସୁବିଧାଜନକ।
ପାଣି ବ୍ୟବହାର ପରେ ଚର୍ମକୁ ଘଷିବା ପରିବର୍ତ୍ତେ ହାଲୁକା ଭାବେ ଶୁଖାଇବା ଭଲ।
ଏହି କଥା ମନେ ରଖନ୍ତୁ ନରମ ଓ ସୁଗନ୍ଧମୁକ୍ତ ଟଏଲେଟ୍ ପେପର୍ ବାଛନ୍ତୁ।
ଜୋରରେ ଘଷିବାକୁ ଏଡାନ୍ତୁ।
ମହିଳାମାନେ ସାମ୍ନାରୁ ପଛକୁ ସଫା କରନ୍ତୁ।
ଟଏଲେଟ୍ ପରେ ସାବୁନ୍ ଓ ପାଣିରେ ହାତ ଧୁଅନ୍ତୁ।
ଦୀର୍ଘ ସମୟ ଧରି ଯନ୍ତ୍ରଣା, କୁଣ୍ଡେଇ ହେବା କିମ୍ବା ରକ୍ତସ୍ରାବ ହେଲେ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।