Isha Rikhi: ପ୍ରେମରେ ଧୋକା ପରେ ବଦଳିଗଲା ଚିନ୍ତାଧାରା? ଇଶାଙ୍କ ବଡ଼ ଖୁଲାସା

Sep 09, 2026 - 08:23
Isha Rikhi: ପ୍ରେମରେ ଧୋକା ପରେ ବଦଳିଗଲା ଚିନ୍ତାଧାରା? ଇଶାଙ୍କ ବଡ଼ ଖୁଲାସା

"ନୂଆଦିଲ୍ଲୀ: ବାଦଶାହାଙ୍କ ସହ ବିବାହ...

ତା"ପରେ ହଠାତ୍ ଛାଡ଼ପତ୍ର!

ଆଉ ଏବେ ପ୍ରେମକୁ ନେଇ ଇଶାଙ୍କ ବଡ଼ ବୟାନ।

ବିଗ୍ ବସ୍ ଘରେ କେହି ଯଦି ତାଙ୍କୁ ଭଲପାଇ ବସନ୍ତି, ତେବେ ପ୍ରେମ ନୁହେଁ...

ସିଧା ହାତରେ ବାନ୍ଧିଦେବେ ରାକ୍ଷୀ!

ତେବେ ଛାଡ଼ପତ୍ର ପରେ ସତରେ କ"ଣ ପ୍ରେମ ଉପରୁ ଇଶାଙ୍କ ଭରସା ତୁଟିଗଲା?

ନା ନିଜ ଜୀବନର ତିକ୍ତ ଅନୁଭୂତି ତାଙ୍କୁ ବଦଳାଇଦେଇଛି?

ବଲିଉଡ୍ ର୍ୟାପର୍ ବାଦଶାହାଙ୍କ ସହ ଛାଡ଼ପତ୍ର ପରେ ଏବେ ଚର୍ଚ୍ଚାରେ ପଞ୍ଜାବୀ ଅଭିନେତ୍ରୀ ଇଶା ରିଖି।

ସଲମାନ ଖାନଙ୍କ ରିଆଲିଟି ଶୋ"  ବିଗ୍ ବସ୍ ୨୦" ରେ ପ୍ରତିଯୋଗୀ ଭାବେ ଏଣ୍ଟ୍ରି କରିବା ପରେ ଇଶାଙ୍କ ବ୍ୟକ୍ତିଗତ ଜୀବନ ପୁଣିଥରେ ଲାଇମଲାଇଟ୍‌କୁ ଆସିଛି।

ଛାଡ଼ପତ୍ରର ଖବର ପରେ ସମସ୍ତଙ୍କ ନଜର ଥିଲା ବିଗ୍ ବସ୍ ଘରେ ଇଶାଙ୍କ ନୂଆ ଲଭ୍ ଷ୍ଟୋରୀ ଆରମ୍ଭ ହେବ କି?

କିନ୍ତୁ ଇଶାଙ୍କ ଉତ୍ତର ଶୁଣିଲେ ଆପଣ ବି ଚମକିଯିବେ !Advertisment  ଇଶା ସ୍ପଷ୍ଟ କହିଛନ୍ତି ବିଗ୍ ବସ୍ ଘରେ ସେ କୌଣସି ଲଭ୍ ଆଙ୍ଗେଲ୍‌ରେ ଆଗ୍ରହୀ ନୁହନ୍ତି।

ଯଦି ଶୋ" ଭିତରେ କୌଣସି ପୁଅ ତାଙ୍କ ପ୍ରତି ଆକର୍ଷିତ ହୁଅନ୍ତି, ତେବେ ସେ ତାଙ୍କୁ ପ୍ରେମର ପ୍ରସ୍ତାବ ଦେବା ପରିବର୍ତ୍ତେ ରାକ୍ଷୀ ବାନ୍ଧିଦେବେ !

ଇଶାଙ୍କ କହିବା କଥା ବର୍ତ୍ତମାନ ତାଙ୍କ ଜୀବନରେ ପ୍ରେମ ପାଇଁ କୌଣସି ସ୍ଥାନ ନାହିଁ।

ଏବେ ସେ ପ୍ରଥମେ ନିଜ ଉପରେ କାମ କରିବାକୁ ଚାହୁଁଛନ୍ତି ।

ତେବେ ଏହାର ଅର୍ଥ କ"ଣ ଇଶାଙ୍କ ପ୍ରେମ ଉପରୁ ବିଶ୍ୱାସ ଉଠିଗଲା?

ନା, ଏହାକୁ ମଧ୍ୟ ଇଶା ଖଣ୍ଡନ କରିଛନ୍ତି।

ସେ କହିଛନ୍ତି, ସେ ଏବେ ବି ପ୍ରେମ ଓ ବନ୍ଧୁତା ଉପରେ ବିଶ୍ୱାସ କରନ୍ତି।

କିନ୍ତୁ ଜୀବନର କିଛି ତିକ୍ତ ଅନୁଭୂତି ମଣିଷକୁ ଭିତରୁ ବଦଳାଇ ଦିଏ।

ତେଣୁ ଏବେ ପ୍ରେମ ନୁହେଁ, ନିଜ ଜୀବନ ଓ କ୍ୟାରିୟର୍‌କୁ ନେଇ ଫୋକସ୍ କରିବାକୁ ଚାହୁଁଛନ୍ତି ଇଶା।

Bipasha Basu: ଦୀର୍ଘ ବର୍ଷ ପରେ ପରଦାକୁ ଫେରୁଛନ୍ତି ବିପାଶା ବସୁ, "ବାରାବାଙ୍କି"ର ଆରମ୍ଭ କଲେ ସୁଟିଂ ଅନ୍ୟପଟେ ବାଦଶାହାଙ୍କ ସହ ବିବାହ ଓ ଛାଡ଼ପତ୍ରକୁ ନେଇ ମଧ୍ୟ ରହିଛି ଅନେକ ଚର୍ଚ୍ଚା।

ଚଳିତ ବର୍ଷ ମାର୍ଚ୍ଚରେ ଉଭୟଙ୍କ ବିବାହ ବିଷୟରେ ଖବର ସାମ୍ନାକୁ ଆସିଥିଲା।

ଇଶାଙ୍କ ମା" ବିବାହର ଫଟୋ ସେୟାର କରିବା ପରେ ଏହି ସମ୍ପର୍କ ସାର୍ବଜନୀନ ହୋଇଥିଲା।

କିନ୍ତୁ ସମ୍ପର୍କ ଅଧିକ ଦିନ ଚାଲିନଥିଲା।

ଅଗଷ୍ଟ ୩୧ରେ ଉଭୟ ଛାଡ଼ପତ୍ର ଘୋଷଣା କରିବା ପରେ ଫ୍ୟାନ୍ସଙ୍କ ମଧ୍ୟରେ ହଇଚଇ ସୃଷ୍ଟି ହୋଇଥିଲା ।

ଏବେ ବିଗ୍ ବସ୍ ଘରେ ଇଶାଙ୍କ ଗେମ୍ କେମିତି ରହିବ, ତା" ଉପରେ ସମସ୍ତଙ୍କ ନଜର।

ପ୍ରେମର ଦୁଆର ବନ୍ଦ କରି "ରାକ୍ଷୀ"ର ରାସ୍ତା ଖୋଲିଥିବା ଇଶା ଆଗକୁ କ"ଣ ନୂଆ ଖୁଲାସା କରିବେ, ତାହା ଦେଖିବାକୁ ରହିଲା।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।