ISKCON's Untimely Ratha Yatra: ଭକ୍ତଙ୍କ ଭାବାବେଗ ସହ ଖେଳୁଛି ଇସ୍କନ, ପୁଣି ଅଦିନରେ ରଥ ଗଡାଇଲା
ଅମାନିଆ ଇସ୍କନ ପୁଣି ଆମେରିକାରେ ଅଦିନିଆ ରଥଯାତ୍ରା ଆୟୋଜନ କଲା। ବୋଷ୍ଟନ୍ ସହରରେ ଶନିବାର ଅଦିନିଆ ରଥ ଟାଣିଲା ଇସ୍କନ୍। ବାରମ୍ବାର ଜଗନ୍ନାଥ ସଂସ୍କୃତି ଓ ପରମ୍ପରାର ଧଜ୍ଜିଆ ଉଡାଉଛି ଇସ୍କନ। ଗତ ୨୧ ତାରିଖରେ ଆମେରିକାର ଚିକାଗୋ ଏବଂ ପାରାଗୁଏ ଚେକ୍ ରିପବ୍ଲିକରେ ଆୟୋଜିତ ହୋଇଥିଲା ଅଦିନିଆ ରଥଯାତ୍ରା। ସେହିପରି ସ୍ବିଜରଲ୍ୟାଣ୍ଡର ଜୁରିକରେ ଅଦିନିଆ ସ୍ନାନଯାତ୍ରା ଆୟୋଜିତ ହୋଇଥିଲା।
ଜୁନ୍ ୧୯ ତାରିଖରେ ବେଲଜିୟମର ଆଣ୍ଟଓ୍ୱେପରେ ହୋଇଥିଲା ଅଦିନିଆ ରଥଯାତ୍ରା। ଏହାପରେ ୨୦ ତାରିଖରେ ୪ଟି ସ୍ଥାନରେ ଅଦିନିଆ ରଥଯାତ୍ରା ଆୟୋଜିତ ହୋଇଥିଲା। ଇଟାଲୀର ରୋମ, ଆମେରିକା ପେନସିଲଭାନିଆ ହାରିସବର୍ଗ, କାନାଡାର କାଲଗାରି ଆଲବର୍ଟା, ଓଟାଓ୍ୱା ଓଣ୍ଟାରିଓ ଓ ବ୍ୟାରି ଓଣ୍ଟାରିଓରେ ଅନୁଷ୍ଠିତ ହୋଇଥିଲା ଅଦିନିଆ ରଥଯାତ୍ରା। ଅଦିନିଆ ରଥଯାତ୍ରାକୁ ବିଭିନ୍ନ ମହଲରେ ନିନ୍ଦ କରାଯାଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।