ISRO: ଇସ୍ରୋରେ ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ବାହାରିଲା ବିଜ୍ଞାପନ, ଜାଣନ୍ତୁ ଯୋଗ୍ୟତା

Oct 21, 2026 - 18:36
ISRO: ଇସ୍ରୋରେ ବିଭିନ୍ନ ପଦବୀରେ ନିଯୁକ୍ତି ପାଇଁ ବାହାରିଲା ବିଜ୍ଞାପନ, ଜାଣନ୍ତୁ ଯୋଗ୍ୟତା

"ଶ୍ରୀହରିକୋଟା: ଭାରତୀୟ ମହାକାଶ ଗବେଷଣା ସଂଗଠନ (ISRO) ଅଧୀନସ୍ଥ ସତୀଶ ଧୱନ ମହାକାଶ କେନ୍ଦ୍ର (SDSC SHAR), ଶ୍ରୀହରିକୋଟା ପକ୍ଷରୁ ଏକ ବଡ଼ଧରଣର ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଛି।

ଏଥିରେ ବିଭିନ୍ନ ବର୍ଗର ମୋଟ ୯୭ଟି ପଦବୀ ପାଇଁ ଯୋଗ୍ୟ ପ୍ରାର୍ଥୀମାନଙ୍କଠାରୁ ଅନଲାଇନ୍ ଆବେଦନ ଆହ୍ୱାନ କରାଯାଇଛି।

ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇସାରିଥିବାବେଳେ ଆବେଦନ କରିବାର ଶେଷ ତାରିଖ ନଭେମ୍ବର ୯, ୨୦୨୬ ରହିଛି।Advertisment ଖାଲିଥିବା ପଦବୀଗୁଡ଼ିକ ମଧ୍ୟରେ ଟେକ୍ନିକାଲ୍ ଆସିଷ୍ଟାଣ୍ଟ, ସାଇଣ୍ଟିଫିକ୍ ଆସିଷ୍ଟାଣ୍ଟ, ଲାଇବ୍ରେରୀ ଆସିଷ୍ଟାଣ୍ଟ, ନର୍ସ 'ବି', ଟେକ୍ନିଶିୟନ୍, ଡ୍ରାଫ୍ଟସମ୍ୟାନ୍, ଫାୟାରମ୍ୟାନ୍, ଡ୍ରାଇଭର ଏବଂ ମଲ୍ଟି ଟାସ୍କିଂ ଷ୍ଟାଫ୍ ଆଦି ରହିଛି।

ମୋଟ ପଦବୀ ସଂଖ୍ୟା ୯୭ଟି ଥିବାବେଳେ ଟେକ୍ନିକାଲ୍ ଆସିଷ୍ଟାଣ୍ଟ ପାଇଁ ୧୪ ପଦ, ଟେକ୍ନିଶିୟନ୍ ପାଇଁ ୪୩ ପଦ, ମଲ୍ଟି ଟାସ୍କିଂ ଷ୍ଟାଫ୍ ପାଇଁ ୧୬ ପଦ, ଡ୍ରାଇଭର ପାଇଁ ୧୨ ପଦ ଏବଂ ଅନ୍ୟାନ୍ୟ ପଦବୀ ରହିଛି।

ଆହୁରି ପଢନ୍ତୁ: Monu Beturabala: ଆଧୁନିକ ଯୁଗର ଶ୍ରବଣ କୁମାର: ମା"ଙ୍କ ଆରୋଗ୍ୟ ପାଇଁ ନେଲେ ମହାସଂକଳ୍ପ ଶିକ୍ଷାଗତ ଯୋଗ୍ୟତାବିଭିନ୍ନ ପଦବୀ ଅନୁଯାୟୀ ଶିକ୍ଷାଗତ ଯୋଗ୍ୟତା ଭିନ୍ନ ରହିଛି।

ଯେପରିକି ଟେକ୍ନିକାଲ୍ ପଦ ପାଇଁ ସମ୍ପୃକ୍ତ ଇଞ୍ଜିନିୟରିଂ ଟ୍ରେଡ୍‌ରେ ଡିପ୍ଲୋମା, ଟେକ୍ନିଶିୟନ୍ ପାଇଁ ୧୦ମ ପାସ୍ ସହିତ ଆଇଟିଆଇ (ITI), ଏବଂ MTS ତଥା ଅନ୍ୟାନ୍ୟ ପଦ ପାଇଁ ସ୍ୱୀକୃତ ବୋର୍ଡରୁ ଦଶମ/ଦ୍ୱାଦଶ ବା ସ୍ନାତକ ଡିଗ୍ରୀ ଆବଶ୍ୟକ।

ପ୍ରାର୍ଥୀମାନଙ୍କୁ କମ୍ପ୍ୟୁଟର ଆଧାରିତ ଲିଖିତ ପରୀକ୍ଷା (CBT), ସ୍କିଲ୍ ଟେଷ୍ଟ୍/ଫିଜିକାଲ୍ ଟେଷ୍ଟ୍ ଏବଂ ଡକ୍ୟୁମେଣ୍ଟ୍ ଯାଞ୍ଚ ମାଧ୍ୟମରେ ଚୟନ କରାଯିବ।

ଆହୁରି ପଢନ୍ତୁ: Literature: ଗଳ୍ପ ପୁଣ୍ୟ: ଗାଳ୍ପିକା ରୋଜାଲିନି ମିଶ୍ରଙ୍କ କଲମରୁ ନିଃସୃତ...

ଆବେଦନ କିପରି କରିବେଇଚ୍ଛୁକ ଓ ଯୋଗ୍ୟ ପ୍ରାର୍ଥୀମାନେ ISRO SDSC SHAR ର ଅଫିସିଆଲ୍ ୱେବସାଇଟ୍ apps.shar.gov.in କୁ ଯାଇ ନିର୍ଦ୍ଧାରିତ ତାରିଖ (୯ ନଭେମ୍ବର ୨୦୨୬) ପୂର୍ବରୁ ଅନଲାଇନ୍ ଆବେଦନ କରିପାରିବେ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।