ISRO: ଭାରତର ନିଜସ୍ୱ ନାଭିଗେସନ୍ ବ୍ୟବସ୍ଥାକୁ ନୂଆ ଶକ୍ତି ଦେବ ଏନ୍‌ଭିଏସ୍‌-୦୩

Oct 30, 2026 - 12:05
ISRO: ଭାରତର ନିଜସ୍ୱ ନାଭିଗେସନ୍ ବ୍ୟବସ୍ଥାକୁ ନୂଆ ଶକ୍ତି ଦେବ ଏନ୍‌ଭିଏସ୍‌-୦୩

ଶ୍ରୀହରିକୋଟା: ମହାକାଶ ବିଜ୍ଞାନ କ୍ଷେତ୍ରରେ ଆଉ ଏକ ବଡ଼ ସଫଳତା ହାସଲ ଲକ୍ଷ୍ୟରେ ଭାରତ।

ଦେଶର ନିଜସ୍ୱ ଉପଗ୍ରହ ଭିତ୍ତିକ ଦିଗ ନିର୍ଣ୍ଣୟ ବ୍ୟବସ୍ଥା 'ନାଭିକ୍‌'କୁ ଅଧିକ ସୁଦୃଢ଼ କରିବା ପାଇଁ ଆଜି ରାତି ୧୧ଟା ୫୧ ମିନିଟ୍‌ରେ ଏନ୍‌ଭିଏସ୍‌-୦୩ ଉପଗ୍ରହ ଉତ୍‌କ୍ଷେପଣ କରିବ ଭାରତୀୟ ମହାକାଶ ଗବେଷଣା ସଂସ୍ଥା ( ଇସ୍ରୋ )।

ଆନ୍ଧ୍ରପ୍ରଦେଶର ଶ୍ରୀହରିକୋଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରୁ ଜିଏସ୍‌ଏଲ୍‌ଭି-ଏଫ୍‌୧୮ ରକେଟ୍‌ ମାଧ୍ୟମରେ ଏହାକୁ ପଠାଯିବ।

Advertisment ଆମେରିକାର ଜିପିଏସ୍‌ ଭଳି ଭାରତର ନାଭିକ୍‌ ମଧ୍ୟ ଅବସ୍ଥାନ ଓ ଦିଗ ନିର୍ଣ୍ଣୟ କରିଥାଏ।

ଏହା ଭାରତ ସମେତ ଦେଶର ସୀମାଠାରୁ ପ୍ରାୟ ୧,୫୦୦ କିଲୋମିଟର ପର୍ଯ୍ୟନ୍ତ ଅଞ୍ଚଳରେ ସେବା ଯୋଗାଇଥାଏ।

ରେଳ ଚଳାଚଳ, ଯାନବାହନ ନିରୀକ୍ଷଣ, ଜାହାଜ ଚଳାଚଳ, ମତ୍ସ୍ୟଜୀବୀଙ୍କ ସୁରକ୍ଷା ଓ ସାମରିକ କାର୍ଯ୍ୟରେ ବ୍ୟବହାର ରହିଛି।

କକ୍ଷପଥରେ ପହଞ୍ଚିବାରେ ବିଫଳ ପୂର୍ବରୁ ନାଭିକ୍‌ର କେତେକ ଉପଗ୍ରହରେ ପରମାଣୁ ଘଣ୍ଟା ଖରାପ ହେବା ଓ ଉତ୍‌କ୍ଷେପଣ ପରେ ଉପଗ୍ରହ ନିର୍ଦ୍ଧାରିତ କକ୍ଷପଥରେ ପହଞ୍ଚି ନପାରିବା ଭଳି ସମସ୍ୟା ଦେଖାଦେଇଥିଲା।

୨୦୨୫ରେ ଉତ୍‌କ୍ଷେପିତ ଏନ୍‌ଭିଏସ୍‌-୦୨ ମଧ୍ୟ କକ୍ଷପଥରେ ପହଞ୍ଚିବାରେ ବିଫଳ ହୋଇଥିଲା।

Bank: ବ୍ୟାଙ୍କରେ କିପରି ଏବଂ କେତେଥର ଗଣନା କରାଯାଏ ଜମା ଟଙ୍କା?

ଜାଣନ୍ତୁ କିଏ ରଖେ ଏହାର ହିସାବ ଏନ୍‌ଭିଏସ୍‌-୦୩ରେ ସ୍ୱଦେଶୀ ପରମାଣୁ ଘଣ୍ଟା ସହ ଅନ୍ୟ ଘଣ୍ଟା ମଧ୍ୟ ରହିଛି।

ଏଥିରେ ନୂଆ ଏଲ୍‌-୧ ସଙ୍କେତ ବ୍ୟବସ୍ଥା ଯୋଡ଼ାଯାଇଛି।

ଏହା ସଫଳ ହେଲେ ନାଭିକ୍‌ ପୁଣି ସ୍ୱତନ୍ତ୍ର ଭାବେ ଅବସ୍ଥାନ ନିର୍ଣ୍ଣୟ ସେବା ଯୋଗାଇବାରେ ସକ୍ଷମ ହେବ।

ଏହି ଅଭିଯାନ ଭାରତର ମହାକାଶ ଆତ୍ମନିର୍ଭରତା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।