Jahnavi: ମାଆଙ୍କ ନାଗୁଣୀ ବେଶରେ ଜାହ୍ନବୀ
ଦିବଂଗତ ମାଆ ଶ୍ରୀଦେବୀ ଙ୍କ ଲୋକପ୍ରିୟ ସିନେମା 'ନାଗୀନା'ର ଲୁକ୍କୁ ରିକ୍ରିଏଟ୍ କରି ସେ ଏବେ ଚର୍ଚ୍ଚାକୁ ଆସିଛନ୍ତି।
ହଲୋୱିନ୍ ଅବସରରେ ଜାହ୍ନବୀ ମା'ଙ୍କ ଚର୍ଚ୍ଚିତ ନାଗୁଣୀ ବେଶକୁ ଅବିକଳ ଅନୁକରଣ କରିଛନ୍ତି।
ଏହି ବିଶେଷ ପ୍ରୟାସ ମାଧ୍ୟମରେ ସେ ନିଜ ମା'ଙ୍କ ସହ ଚଳଚ୍ଚିତ୍ରର ଅନ୍ୟ ଦୁଇ କିଂବଦନ୍ତି ଅଭିନେତା ଋଷି କପୁର ଓ ଅମରେଶ ପୁରୀଙ୍କୁ ମଧ୍ୟ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।
Advertisment Asia Cup: ରାଇଜିଂ ଷ୍ଟାର୍ସ ଏସିଆ କପ୍ ପାଇଁ ଭାରତ 'ଏ' ଦଳରେ ଅଭିଷେକ, ସୂର୍ଯ୍ୟବଂଶୀ ସାମାଜିକ ଗଣମାଧ୍ୟମ ଇନ୍ଷ୍ଟାଗ୍ରାମ୍ରେ ଏହି ଫଟୋଗୁଡ଼ିକ ଏବେ ଭାଇରାଲ୍ ହେବାରେ ଲାଗିଛି।
ଫଟୋରେ ସେ ମାଆଙ୍କ ପରି ଶାଢ଼ି, ଭାରୀ ଅଳଙ୍କାର, ସ୍ୱତନ୍ତ୍ର ଶୃଙ୍ଗାର ଓ କେଶବିନ୍ୟାସରେ ନଜର ଆସିଛନ୍ତି।
ଜାହ୍ନବୀଙ୍କର ଏହି ଫଟୋକୁ ମିଶ୍ର ପ୍ରତିକ୍ରିୟା ମିଳିଛି।
କେହି କେହି ତାଙ୍କୁ ମା'ଙ୍କର ଅବିକଳ ନକଲ ବୋଲି କହୁଥିବାବେଳେ କେହି କେହି ଶ୍ରୀଦେବୀଙ୍କ ସହ ସେ ତୁଳନୀୟା ଆଦୌ ନୁହନ୍ତି ବୋଲି ମତ ରଖିଛନ୍ତି।
ICMR-NIHR: ଆଦିବାସୀ ସ୍ୱାସ୍ଥ୍ୟ କର୍ମୀଙ୍କ ଦକ୍ଷତା ବିକାଶରେ ଭୁବନେଶ୍ୱର ଆଇସିଏମଆର-ଏନଆଇଏଚଆରର ପ୍ରମୁଖ ଅବଦାନ ଶ୍ରୀଦେବୀଙ୍କ 'ନାଗୀନା'ରୂପକୁ ରିକ୍ରିଏଟ୍ କରିବାରେ ଜାହ୍ନବୀଙ୍କୁ ବନ୍ଧୁ ଓରି ସାହାଯ୍ୟ କରିଥିବାର ଦେଖିବାକୁ ମିଳିଛି।
ସୋସିଆଲ୍ ମିଡିଆରେ କରିଥିବା ପୋଷ୍ଟରେ ଜାହ୍ନବୀ ଲେଖିଛନ୍ତି, ''ହାଲୋୱିନ୍ରେ ନିଜର ପ୍ରିୟ ଚରିତ୍ର କିମ୍ବା ଲୋକପ୍ରିୟ ସଂସ୍କୃତିର ସ୍ମରଣୀୟ ମୁହୂର୍ତ୍ତକୁ ଅନୁକରଣ କରିବାର ପରମ୍ପରା ରହିଛି।
ଏହା କେବଳ ରହସ୍ୟ କିମ୍ବା ମନୋରଞ୍ଜନ ର ମାଧ୍ୟମ ନୁହେଁ, ପ୍ରିୟ ବ୍ୟକ୍ତି ଓ ଚରିତ୍ରଙ୍କ ପ୍ରତି ଶ୍ରଦ୍ଧା ଜଣାଇବାର ଏକ ପ୍ରକୃଷ୍ଟ ଅବସର ମଧ୍ୟ।
ମାମା, ଋଷି ଅଙ୍କଲ୍ ଓ ଅମରୀଶ ସାର୍ଙ୍କଠାରୁ ସ୍ମରଣୀୟ ଆଉ କିଏ ହୋଇପାରିବେ!''
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।