Jajpur Medical College: ଯାଜପୁର ମେଡିକାଲ କଲେଜ: ରୋଗୀ ବଢୁଛନ୍ତି, ସେବା ବଢୁନି
"ଯାଜପୁର: ଦିନକୁ ଦିନ ରୋଗୀ ସଂଖ୍ୟା ବଢ଼ୁଛି।
ଆଶା ଥିଲା, ଯାଜପୁରବାସୀଙ୍କୁ ନିଜ ଜିଲ୍ଲାରେ ଉନ୍ନତମାନର ଚିକିତ୍ସା ସେବା ମିଳିବ।
ହେଲେ ମହାରାଜା ଯଯାତିକେଶରୀ ମେଡିକାଲ କଲେଜ ଓ ହସ୍ପିଟାଲ ଏଯାଏଁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇ ନପାରିବାରୁ ସେହି ଆଶା ମଉଳିବାରେ ଲାଗିଛି।
୫୦୦ ଶଯ୍ୟା ବିଶିଷ୍ଟ ହସ୍ପିଟାଲ ଥିଲେ ମଧ୍ୟ ରୋଗୀ ଆଡମିସନ୍ ବ୍ୟବସ୍ଥା ଠିକ୍ ଭାବେ ହୋଇନାହିଁ।
ଫଳରେ ଚିକିତ୍ସା ସେବା ସହ ଡାକ୍ତରୀ ଛାତ୍ରଛାତ୍ରୀଙ୍କ ପ୍ରାକ୍ଟିକାଲ୍ ଶିକ୍ଷା ପ୍ରଭାବିତ ହେଉଛି।
ଆବଶ୍ୟକ ଡାକ୍ତର ଓ ଚିକିତ୍ସା ସୁବିଧା ଅଭାବରୁ ଗୁରୁତର ରୋଗୀଙ୍କୁ ଏବେ ବି କଟକ କିମ୍ବା ଭୁବନେଶ୍ୱର ଯିବାକୁ ପଡ଼ୁଛି।
ବର୍ତ୍ତମାନ ଭେଷଜ (ମେଡିସିନ୍), ଚର୍ମ (ସ୍କିନ୍ ଆଣ୍ଡ ଭିଡି), ମାନସିକ ରୋଗ (ସାଇକିଆଟ୍ରିକ୍) ଓ ଶଲ୍ୟ (ସର୍ଜରି) ଚିକିତ୍ସା ବିଭାଗର ଓପିଡି ଚାଲୁଛି।
ଅସ୍ଥିଶଲ୍ୟ ବିଭାଗରେ କେବଳ ଓଟି ସେବା ଉପଲବ୍ଧ।
ଅନ୍ୟ ବିଭାଗଗୁଡ଼ିକରେ ଅଦ୍ୟାବଧି ଆଉଟ୍ଡୋର ସେବା ଆରମ୍ଭ ହୋଇ ପାରିନାହିଁ।
କାଜୁଆଲିଟି, ଏମ୍ଆର୍ଆଇ, ଡିଜିଟାଲ ଏକ୍ସ-ରେ, ରକ୍ତଭଣ୍ଡାର, ହାଇ ଆଣ୍ଡ ପାଥୋଲାବ୍ ଓ ନିଦାନ ବିଭାଗ ମଧ୍ୟ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇନାହିଁ।
ସବୁଠାରୁ ଆଶ୍ଚର୍ଯ୍ୟର କଥା, ନୂଆ ମେଡିକାଲ କଲେଜ ପରିସରରେ ସମସ୍ତ ବିଭାଗ ଚାଲିବା ପାଇଁ ଭିତ୍ତିଭୂମି ପ୍ରସ୍ତୁତ ରହିଥିଲେ ମଧ୍ୟ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଏବେ ମଧ୍ୟ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଭାଗ ଚାଲୁଛି।
ଦୈନିକ ୨୫୦୦ରୁ ଅଧିକ ରୋଗୀ ନିର୍ଭର କରୁଥିବା ଯାଜପୁର ଭଳି ଜିଲ୍ଲାରେ ମେଡିକାଲ କଲେଜର ଏଭଳି ଅଧାନ୍ତରିଆ ବ୍ୟବସ୍ଥାକୁ ନେଇ ସାଧାରଣରେ ପ୍ରଶ୍ନ ଉଠିଛି।Advertisment Sex Racket Busted: ଲାଗିଥିଲା ଅବସରପ୍ରାପ୍ତ ପୁଲିସ ଇନ୍ସପେକ୍ଟର ନାମଫଳକ, ଚାଲିଥିଲା ଦେହ ବ୍ୟବସାୟ ଖାଲି ପଡ଼ିଛି ୬୯ ଫାକଲ୍ଟି ପଦସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହେଲାନି ୫୦୦ ଶଯ୍ୟା ହସ୍ପିଟାଲଗୁରୁତର ରୋଗୀଙ୍କ ଭରସା କଟକ, ଭୁବନେଶ୍ବର ମେଡିକାଲ କଲେଜରେ ପ୍ରଥମ ଓ ଦ୍ୱିତୀୟ ବର୍ଷକୁ ମିଶାଇ ଏବେ ମୋଟ ୧୦୦ ଜଣ ଡାକ୍ତରୀ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି।
୨୧ଟି ବିଭାଗ ପାଇଁ ମଞ୍ଜୁରିପ୍ରାପ୍ତ ୧୫୭ଟି ଫାକଲ୍ଟି ପଦ ମଧ୍ୟରୁ ୫ଟି ପ୍ରଫେସର, ୨୭ଟି ଆସୋସିଏଟ୍ ପ୍ରଫେସର, ୮ଟି ଆସିଷ୍ଟାଣ୍ଟ ପ୍ରଫେସର, ୨୬ଟି ସିନିୟର ରେସିଡେଣ୍ଟ ଓ ୩ଟି ଟ୍ୟୁଟର ପଦ ଖାଲି ପଡ଼ିଛି।
ଅର୍ଥାତ ମୋଟ ୬୯ଟି ପଦବି ପୂରଣ ହୋଇନାହିଁ।
ବାୟୋକେମିଷ୍ଟ୍ରି ବିଭାଗରେ ପ୍ରଫେସର ଓ ଆସୋସିଏଟ୍ ପ୍ରଫେସର ନଥିବାବେଳେ ଆସିଷ୍ଟାଣ୍ଟ ପ୍ରଫେସର, ସିନିୟର ରେସିଡେଣ୍ଟ ଓ ଟ୍ୟୁଟରଙ୍କ ଭରସାରେ ବିଭାଗ ଚାଲିଛି।
ଚର୍ମ, ମାନସିକ ରୋଗ ଓ ଦନ୍ତ ବିଭାଗରେ ପ୍ରଫେସର ପଦ ଖାଲି ପଡ଼ିଛି।
ଏହି ବିଭାଗଗୁଡ଼ିକ ମଧ୍ୟ ଆସିଷ୍ଟାଣ୍ଟ ପ୍ରଫେସର, ସିନିୟର ରେସିଡେଣ୍ଟ ଓ ଜୁନିୟର ରେସିଡେଣ୍ଟଙ୍କ ଭରସାରେ ଚାଲିଛି।
ଆନାଟୋମି ବିଭାଗରେ ଦୁଇଟି ଆସିଷ୍ଟାଣ୍ଟ ପ୍ରଫେସର ପଦ ସହିତ ଫିଜିଓଲୋଜି ଓ ବାୟୋକେମିଷ୍ଟ୍ରି ବିଭାଗରେ ପ୍ରଫେସର ଏବଂ ଆସିଷ୍ଟାଣ୍ଟ ପ୍ରଫେସର ପଦ ଖାଲି ରହିଛି।
ପାଥୋଲୋଜି ବିଭାଗରେ ମଧ୍ୟ ଆସିଷ୍ଟାଣ୍ଟ ପ୍ରଫେସର ନାହାନ୍ତି।
ମେଡିକାଲ କଲେଜର ପ୍ରଥମ ବ୍ୟାଚ୍ ଏଯାଏଁ ପାଠପଢ଼ା ସମ୍ପୂର୍ଣ୍ଣ କରିନଥିବାରୁ ହାଉସ୍ ସର୍ଜନ୍ ବାହାରିନାହାନ୍ତି।
ଅନ୍ୟପକ୍ଷରେ ଜେଆର୍ ପଦବିଗୁଡ଼ିକ ମଧ୍ୟ ଖାଲି ରହିଛି।
ଫଳରେ ଏଠାକୁ ଆସୁଥିବା ରୋଗୀଙ୍କ ଚିକିତ୍ସା ମୁଖ୍ୟତଃ ଡିଷ୍ଟ୍ରିକ୍ଟ ରେସିଡେନ୍ସି ପ୍ରୋଗ୍ରାମ (ଡିଆର୍ପି)ରେ ଆସୁଥିବା ପିଜି ଡାକ୍ତରୀ ଛାତ୍ରଛାତ୍ରୀଙ୍କ ଉପରେ ନିର୍ଭରଶୀଳ।
ଝିଟିପିଟିମାନଙ୍କର ବିଷ ଅଛି କି?
ମେଡିକାଲ କଲେଜ କର୍ତ୍ତୃପକ୍ଷଙ୍କ କହିବାନୁଯାୟୀ, ୫୦ଟି ସିଟ୍କୁ ନେଇ ଏଠାରେ ମେଡିକାଲ କଲେଜ ଆରମ୍ଭ ହୋଇଛି।
ପାଠପଢ଼ା ସହ ରୋଗୀସେବାକୁ ସମନ୍ୱିତ କରାଯାଇଛି।
ତେବେ ଫାକଲ୍ଟି ଅଭାବ ଯୋଗୁଁ ଛାତ୍ରଛାତ୍ରୀଙ୍କ ଶିକ୍ଷା ସହ ରୋଗୀସେବା ପ୍ରଭାବିତ ହେଉଥିବା କର୍ତ୍ତୃପକ୍ଷ ସ୍ୱୀକାର କରିଛନ୍ତି।
ମେଡିକାଲ କଲେଜର ଭିତ୍ତିଭୂମି ପ୍ରସ୍ତୁତ ଥାଇ ମଧ୍ୟ ଆବଶ୍ୟକ ମାନବ ସମ୍ବଳ ଓ ଚିକିତ୍ସା ସୁବିଧା ଅଭାବରୁ ଯଦି ଏହାର ସମ୍ପୂର୍ଣ୍ଣ ସେବା ଉପଲବ୍ଧ ହୋଇ ପାରୁନାହିଁ ତେବେ ଏହାର ଉଦ୍ଦେଶ୍ୟ ନେଇ ପ୍ରଶ୍ନ ଉଠିବା ସ୍ୱାଭାବିକ।
ଯାଜପୁରବାସୀଙ୍କ ଦୀର୍ଘଦିନର ଆଶା ପୂରଣ ପାଇଁ ମେଡିକାଲ କଲେଜକୁ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବା ଲାଗି ଦାବି ହେଉଛି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।