Jal Arpan Diwas ରାଇରଙ୍ଗପୁର ପୋଖରୀଆ ଗ୍ରାମରେ ଜଳ ଅର୍ପଣ ଦିବସ
"ରାଇରଙ୍ଗପୁର(ତୁଷାରକାନ୍ତ ମହାନ୍ତ): ରାଇରଙ୍ଗପୁର ବ୍ଲକ ପୁରୁଣାପାଣି ପଞ୍ଚାୟତର ପୋଖରୀଆଠାରେ ରାଇରଙ୍ଗପୁର ପଞ୍ଚାୟତିରାଜ ଓ ଜଳ ଯୋଗାଣ ବିଭାଗ ପକ୍ଷରୁ ଗାନ୍ଧୀ ଜୟନ୍ତୀ ଅବସରରେ ଜଳ ଅର୍ପଣ ଦିବସ ପାଳିତ ହୋଇଛି ।
Advertisment Water Crisis: ଜଳ ସଙ୍କଟରେ ଅତିଷ୍ଠ ହୋଇ "ଗାଁ ବିକ୍ରି ହେବ"ର ପୋଷ୍ଟ ମାରିଲେ ଗ୍ରାମବାସୀଏହି ଜଳ ଅର୍ପଣ ଓ ସଂସ୍କାର ଉତ୍ସବରେ ମୟୂରଭଞ୍ଜ ଲୋକସଭା ସାଂସଦ ନବଚରଣ ମାଝୀ ଯୋଗଦେଇ "ହର ଘର ଜଳ" ଯୋଜନା ଓ ସୁରକ୍ଷିତ ପାନୀୟ ଜଳର ଗୁରୁତ୍ୱ ସମ୍ପର୍କରେ ଜନସାଧାରଣଙ୍କୁ ଉଦ୍ବୋଧନ ଦେଇଥିଲେ।
ରାଇରଙ୍ଗପୁର ବ୍ଲକରେ ପ୍ରଧାନମନ୍ତ୍ରୀ ଜଳ ଜୀବନ ମିଶନର କାର୍ଯ୍ୟ ଜାରି ରହିଥିବା ବେଳେ ଲୋକଙ୍କୁ ଜଳର ଅପଚୟ ନକରି ସଞ୍ଚୟ କରିବାକୁ ସଚେତନ କରାଯାଇଥିଲା।
ରାତିରେ ଭଗବାନଙ୍କୁ ଜଳ ଅର୍ପଣ କରି କଳସ ଚୋରାଇ ନେଲା ଚୋରଏହି ଅବସରରେ ସାଂସଦ ନବଚରଣ ମାଝୀ ଉପସ୍ଥିତ ଜନସାଧାରଣଙ୍କୁ ଜଳ ସଞ୍ଚୟ ନେଇ ଶପଥ ପାଠ କରାଇଥିଲେ।
କାର୍ଯ୍ୟକ୍ରମରେ ରାଇରଙ୍ଗପୁର ଅତିରିକ୍ତ ଜିଲ୍ଲାପାଳ ଅଜିତ କୁମାର, ରାଇରଙ୍ଗପୁର ପଞ୍ଚାୟତ ସମିତି ଅଧ୍ୟକ୍ଷ ଜ୍ଞାନରଞ୍ଜନ ହେମ୍ବ୍ରମ, ସାଂସଦ ପ୍ରତିନିଧି ମନୋଜ କୁମାର ଦାସ,ପୁରୁଣାପାଣି ସରପଞ୍ଚ ବାଲ୍ଲହି ମଣୀ ଟୁଡୁ, ସମିତି ସଭ୍ୟା ଝୁନୁମଣି ଗିରି, ସମାଜସେବୀ ପ୍ରଦୀପ ରାଉତ, କାର୍ଯ୍ୟନିର୍ବାହୀ ଅଧିକାରୀ ଶ୍ରୀକାନ୍ତ ରାଉତ, କନିଷ୍ଠ ଯନ୍ତ୍ରୀ ଅଭିମନ୍ୟୁ ଜେନା,ଦେବବ୍ରତ ଦାସଙ୍କ ସମେତ ବହୁ ଅଧିକାରୀ ଓ ଜନପ୍ରତିନିଧି ଉପସ୍ଥିତ ଥିଲେ।
କାର୍ଯ୍ୟକ୍ରମରେ ଶତାଧିକ ଜନସାଧାରଣ ଯୋଗଦେଇଥିଲେ।
ଶେଷରେ କୁନି କୁନି କଳାକାରମାନଙ୍କ ପକ୍ଷରୁ ଭଜନ ଓ ନୃତ୍ୟ ପରିବେଷଣ କରାଯାଇଥିଲା।ଉକ୍ତ କାର୍ଯ୍ୟକ୍ରମକୁ ପଞ୍ଚାୟତିରାଜ ଓ ଜଳ ଯୋଗାଣ ବିଭାଗର କର୍ମଚାରୀ ମାନେ ପରିଚାଳନା କରିଥିଲେ।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।