Jammu & Kashmir: କୁପୱାରାରେ ସର୍ଚ୍ଚ ଅପରେସନ: ଅନୁପ୍ରବେଶ ଉଦ୍ୟମ ପଣ୍ଡ, ୨ ଆତଙ୍କବାଦୀଙ୍କ ଏନକାଉଣ୍ଟର
"ଶ୍ରୀନଗର: ଜମ୍ମୁ ଏବଂ କାଶ୍ମୀରରେ ଶୀତ ଋତୁରେ ସୀମାପାର ଆତଙ୍କବାଦୀ ଅନୁପ୍ରବେଶ ଘଟଣା ବୃଦ୍ଧି ପାଇଥାଏ।
ତେବେ ସୁରକ୍ଷା ବାହିନୀର କଡ଼ା ସତର୍କତା ଯୋଗୁଁ ଅନୁପ୍ରବେଶ ଉଦ୍ୟମ ପଣ୍ଡ ହେଉଛି।
ଉତ୍ତର କାଶ୍ମୀରର କୁପୱାରା ଜିଲ୍ଲାରେ ନିୟନ୍ତ୍ରଣ ରେଖା(ଏଲଓସି) ନିକଟରେ ଏକ ସର୍ଚ୍ଚ ଅପରେସନ ସମୟରେ ଶନିବାର ଦୁଇ ଜଣ ଆତଙ୍କବାଦୀଙ୍କୁ ଏନକାଉଣ୍ଟର କରାଯାଇଛି।
Advertisment ସୂତ୍ର ଅନୁଯାୟୀ, କେରାନ ସେକ୍ଟରର ଜୁମାଗୁଣ୍ଡ ଅଞ୍ଚଳରେ ଯବାନମାନେ କିଛି ସନ୍ଦେହଜନକ କାର୍ଯ୍ୟକଳାପ ଦେଖି ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ।
ଆତଙ୍କବାଦୀମାନେ ଭାରତୀୟ ଯବାନଙ୍କ ଉପରକୁ ପ୍ରଥମେ ଗୁଳିଚାଳନା କରିଥିଲେ।
ଏହାର ଜବାବରେ ଯବାନମାନେ ପାଲଟା ଆକ୍ରମଣ ଆରମ୍ଭ କରିଥିଲେ।
ଜଣେ ବରିଷ୍ଠ ପ୍ରତିରକ୍ଷା ଅଧିକାରୀ କହିଛନ୍ତି,ଭୋର ପ୍ରାୟ ସାଢ଼େ ୩ଟା ସମୟରେ ଏନକାଉଣ୍ଟରରେ ଦୁଇ ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି।
ଅଧିକ ଆତଙ୍କବାଦୀ ଲୁଚି ରହିଥିବାର ଆଶଙ୍କା ଥିବାରୁ ସର୍ଚ୍ଚ ଅପରେସନ ଜାରି ରହିଛି।
ହାଇ ଆଲର୍ଟରେ ଭାରତୀୟ ସେନା ଶୀତ ଋତୁ ଆରମ୍ଭ ହେବା ପୂର୍ବରୁ ପାକିସ୍ତାନ ପଟୁ ଜମ୍ମୁ-କାଶ୍ମୀରରେ ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରିବା ଷଡ଼ଯନ୍ତ୍ର କରୁଥିବା ଆଶଙ୍କା ରହିଛି।
ଗୁଇନ୍ଦା ସୂଚନା ଅନୁଯାୟୀ ପାକ୍ ଅଧିକୃତ କାଶ୍ମୀର(ପିଓକେ)ରେ ପ୍ରାୟ ୫୦୦ ଆତଙ୍କବାଦୀ ଲଞ୍ଚପ୍ୟାଡରେ ସୁଯୋଗକୁ ଉଣ୍ଡି ବସିଛନ୍ତି।
ତୁଷାରପାତ ଯୋଗୁଁ ପାର୍ବତ୍ୟ ପଥ ବନ୍ଦ ହେବା ପୂର୍ବରୁ ଭାରତୀୟ ସୀମାରେ ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରିବାକୁ ଚେଷ୍ଟା କରାଯାଉଥିବା ଆଶଙ୍କା କରାଯାଉଛି।
ଏହାକୁ ଦୃଷ୍ଟିରେ ରଖି ଭାରତୀୟ ସେନା ଯବାନ ସଜାଗ ରହିଛନ୍ତି।
ରିପୋର୍ଟ ଅନୁଯାୟୀ, ପାକିସ୍ତାନ ନିୟନ୍ତ୍ରଣ ରେଖା ନିକଟରେ ଥିବା ଲଞ୍ଚପ୍ୟାଡ୍ ବ୍ୟବହାର କରି ଆତଙ୍କବାଦୀଙ୍କୁ ଅନୁପ୍ରବେଶ କରିବାକୁ ଚେଷ୍ଟା କରିପାରେ।
ଶୀତଦିନେ ଉଚ୍ଚା ପାହାଡ଼ିଆ ଅଞ୍ଚଳରେ ପ୍ରବଳ ତୁଷାରପାତ ପାରମ୍ପରିକ ଅନୁପ୍ରବେଶ ପଥଗୁଡ଼ିକୁ ବନ୍ଦ କରିଦିଏ।
ତେଣୁ, ତୁଷାରପାତ ପୂର୍ବରୁ ଆତଙ୍କବାଦୀମାନଙ୍କୁ ଭାରତୀୟ ସୀମା ଭିତରକୁ ପଠାଇବା ପାଇଁ ପ୍ରୟାସ ଚାଲିଛି।
Earthquake: ଭାରତରେ ଭୂମିକମ୍ପ ହେବାର ୬ ଘଣ୍ଟା ପରେ ଥରିଲା ପାକିସ୍ତାନ: ବଲୁଚିସ୍ତାନର ଖୁଜଦାରରେ ୫.୮ ତୀବ୍ରତାଯୁକ୍ତ ଶକ୍ତିଶାଳୀ ଭୂମିକମ୍ପ ଅନ୍ତର୍ଜାତୀୟ ସୀମାରେ ପ୍ରଥମ ପ୍ରତିରକ୍ଷା ଲାଇନ୍ ଭାବରେ ବିବେଚିତ ସୀମା ସୁରକ୍ଷା ବାହିନୀ (ବିଏଏସଏଫ)କୁ ଅନୁପ୍ରବେଶ ବିରୋଧୀ ଅଭିଯାନ କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ପିଓକେରେ ୫୦୦ ଆତଙ୍କବାଦୀଙ୍କ ଉପସ୍ଥିତି ବିଷୟରେ ଗୁଇନ୍ଦା ସୂଚନା ମିଳିବା ପରେ ଭାରତୀୟ ସେନାକୁ ହାଇ ଆଲର୍ଟରେ ରଖାଯାଇଛି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।