Janani Express: ରାସ୍ତାରେ ଜନନୀ ଏକ୍ସପ୍ରେସ ଗାଡ଼ିର ଚକ ଭାଙ୍ଗିଲା, ୪୫ ମିନିଟ ପରେ ଅନ୍ୟ ଗାଡ଼ିରେ ଗଲେ ଗର୍ଭବତୀ
"ମହାକାଳପଡ଼ା: ମହାକାଳପଡ଼ା ବ୍ଲକ କଂସାର ବଡ଼ଦାଣ୍ଡୁଆ ଅଞ୍ଚଳରୁ ଜଣେ ଗର୍ଭବତୀ ମହିଳାଙ୍କୁ ନେଇ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଯାଉଥିବା ଜନନୀ ଏକ୍ସପ୍ରେସର ଆଗ ଚକ ମଝି ରାସ୍ତାରେ ଭାଙ୍ଗି ଯାଇଛି | ଫଳରେ ପ୍ରାୟ ୪୫ ମିନିଟ ଧରି ରାସ୍ତାରେ ଅଟକି ରହିଲେ ଗର୍ଭବତୀ| Advertisment ଅନ୍ୟ ଗାଡ଼ି ଗର୍ଭବତୀଙ୍କୁ ନେଇ ଡାକ୍ତରଖାନା ଅଭିମୁଖେ ଯାଇଥିଲା ସୂଚନା ଅନୁଯାୟୀ, ଗତକାଲି ରାତି ପ୍ରାୟ ସାଢେ ୧୦ଟା ସମୟରେ ଉକ୍ତ ଅଞ୍ଚଳରୁ ଜଣେ ଗର୍ଭବତୀ ମହିଳାଙ୍କୁ ନେଇ ଜନନୀ ଏକ୍ସପ୍ରେସ କେନ୍ଦ୍ରାପଡ଼ା ଯାଉଥିଲା | ତେବେ ଗାଡ଼ିଟି ଦେଉଳପଡା ପଞ୍ଚାୟତ ଓରତ ଗ୍ରାମ ନିକଟରେ ଯାଉଥିବା ବେଳେ ହଠାତ ବାମ ପଟ ଆଗ ଚକ ଭାଙ୍ଗି ଯାଇଥିଲା | ସୌଭାଗ୍ୟକୁ ଗାଡ଼ିଟି ଭରସାମ୍ୟ ନ ହରାଇ ରାସ୍ତାଉପରେ ଛିଡ଼ା ହୋଇଯାଇଥିଲା | ଡ୍ରାଇଭର ଜଣକ ଅନ୍ୟ ଏକ ଜନନୀ ଏକ୍ସପ୍ରେସ ଗାଡ଼ିକୁ ଖବର ଦେବା ପରେ ପ୍ରାୟ ୪୫ ମିନିଟ ପରେ ଅନ୍ୟ ଗାଡ଼ିଟି ପହଞ୍ଚି ଗର୍ଭବତୀଙ୍କୁ ନେଇ ଡାକ୍ତରଖାନା ଅଭିମୁଖେ ଯାଇଥିଲା | ଜନନୀ ଏକ୍ସପ୍ରେସ ଭଳି ଜରୁରୀକାଳୀନ ସେବାରେ ଲାଗିଥିବା ଗାଡ଼ିଗୁଡିକର ରକ୍ଷଣାବେକ୍ଷଣ ଠିକ ଭାବେ କରାଯାଉ ନ ଥିବାରୁ ଏଭଳି ସମସ୍ୟା ହେଉଛି ବୋଲି ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି | Beef Seized: ଔପଦାରେ ବାଛୁରୀ ହତ୍ୟା ଅଭିଯୋଗ: ଗୋମାଂସ ଜବତ; ୩ ଅଟକ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।