J&K's Budgam: ଜମ୍ମୁ-କାଶ୍ମୀରର ବଡଗାମ୍ରେ ଯୁଗ୍ମ ଅପରେସନରେ ଆତଙ୍କବାଦୀ ନିହତ
"ଶ୍ରୀନଗର: ଜମ୍ମୁ-କାଶ୍ମୀରର ବଡଗାମ ଜିଲ୍ଲାର ଏକ ଘଞ୍ଚ ଜଙ୍ଗଲ ଅଞ୍ଚଳରେ ଶୁକ୍ରବାର ଭାରତୀୟ ସେନା ଓ ଜମ୍ମୁ ଓ କାଶ୍ମୀର ପୁଲିସ ଦ୍ୱାରା କରାଯାଇଥିବା ମିଳିତ ଅପରେସନରେ ଜଣେ ଆତଙ୍କବାଦୀ ନିହତ ହୋଇଛି।
ଶ୍ରୀନଗରସ୍ଥିତ ଚିନାର କର୍ପସ୍ "ଏକ୍ସ"ରେ ଏ ସମ୍ପର୍କରେ ସୂଚନା ଦେଇଛି।Advertisment ନିର୍ଦ୍ଦିଷ୍ଟ ଗୁଇନ୍ଦା ସୂଚନା ଆଧାରରେ ଭାରତୀୟ ସେନା, ଜମ୍ମୁ-କାଶ୍ମୀର ପୁଲିସ ଓ ସିଆର୍ପିଏଫ୍ ଦ୍ୱାରା ବଡଗାମର ଅସଦର ଗଳିରେ ଏକ ମିଳିତ ସର୍ଚ୍ଚ ଅପରେସନ ଆରମ୍ଭ କରାଯାଇଥିଲା।
ସୁରକ୍ଷାବାହିନୀ ସନ୍ଦିଗ୍ଧ ଗତିବିଧି ଠାବ କରି ଚାଲେଞ୍ଜ କରିବା ଯୋଗୁ ଆତଙ୍କବାଦୀମାନେ ଗୁଳିଚାଳନା କରିଥିଲେ।
ସୁରକ୍ଷାବାହିନୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟରେ ଜଣେ ଆତଙ୍କବାଦୀ ନିହତ ହୋଇଥିଲା।
ତଲାସି ଅଭିଯାନ ବେଳେ ଗୋଟିଏ ଏକେ ରାଇଫଲ ଉଦ୍ଧାର କରାଯାଇଛି।
ସେହି ଅଞ୍ଚଳରେ ଆଉ ଜଣେ ଆତଙ୍କବାଦୀ ଲୁଚିଥିବା ସନ୍ଦେହରେ ସୁରକ୍ଷାବାହିନୀ ଅପରେସନ ଜାରି ରଖିଛନ୍ତି।
ମୃତ ଆତଙ୍କବାଦୀ ପରିଚୟ ଜଣାପଡ଼ିନାହିଁ।
ଜନ୍ମାଷ୍ଟମୀରେ ପ୍ରଘଟ; ମା'ର ତଣ୍ଟି ଚିପି ହତ୍ୟା କଲା ନୃଶଂସ ପୁଅ "
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।