Jantar Mantar: ତ୍ରିରଙ୍ଗା ଯାତ୍ରା ପୂର୍ବରୁ ଦୀପ୍କେଙ୍କୁ ଅଟକ ରଖିଲା ଦିଲ୍ଲୀ ପୁଲିସ
"ନୂଆଦିଲ୍ଲୀ: କକ୍ରୋଚ୍ ଜନତା ପାର୍ଟି (ସିଜେପି)ର ତିରଙ୍ଗା ଯାତ୍ରା "ଲେହରା ଦୋ ତ୍ରିରଙ୍ଗା" ରାଲି ପୂର୍ବରୁ ଦିଲ୍ଲୀ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି।
ଅଭିଜିତ୍ ଦୀପକେଙ୍କୁ ପୁଲିସ ସତର୍କତାମୂଳକ ଭାବେ ଅଟକ ରଖିଛି।
ସପ୍ତାହରେ ଦ୍ବିତୀୟ ଥର ପାଇଁ ଦୀପକେଙ୍କୁ ଅଟକ ରଖାଯାଇଛି।
ପୁଲିସ ଭାରତୀୟ ନ୍ୟାୟ ସଂହିତ ୧୬୩ ଲାଗୁ କରିଛି।
ଦୀପକେଙ୍କୁ ହେପାଜତକୁ ନିଆଯାଇଥିଲାବେଳେ ସେ ପୁଲିସକୁ ପ୍ରଶ୍ନ କରୁଥିଲେ, ମୁଁ କ''ଣ ଉଲ୍ଲଂଘନ କରିଛି?
ମୁଁ ଏକା ଅଛି, ବାକି ସବୁ କେବଳ ଗଣମାଧ୍ୟମ।
ଦୀପକେ କହିଥିଲେ ଯେ, ତାଙ୍କୁ କନ୍ନଟପ୍ଲେସ ଯିବାକୁ ବାରଣ କରାଯାଇଥିଲା, କିନ୍ତୁ ସେ ଏପର୍ଯ୍ୟନ୍ତ ଘରୁ ବାହାରି ନଥିଲେ।
ପୁଲିସ ଉତ୍ତର ଦେଇଥିଲା, ସେମାନେ ତାଙ୍କୁ ସତର୍କତାମୂଳକ ଭାବେ ଅଟକ ରଖିଛନ୍ତି।Advertisment ଏହାପୂର୍ବରୁ ଦିଲ୍ଲୀ ପୁଲିସ ଦୀପକେଙ୍କ ନୂଆଦିଲ୍ଲୀସ୍ଥିତ ବାସଭବନରେ ପହଞ୍ଚି ନୋଟିସ୍ ଜାରି କରିଥିଲା।
ଶୁକ୍ରବାର ସେଣ୍ଟ୍ରାଲ୍ ପାର୍କଠାରେ ଜାତୀୟ ପତାକା ଉଡ଼ାଇବା ପାଇଁ ଦୀପକେ ଜନସାଧାରଣଙ୍କୁ ଆହ୍ୱାନ ଦେଇଥିବା ବେଳେ, ପୁଲିସର ଏହି ନୋଟିସକୁ ନେଇ ଦୀପକେ ଓ ପୁଲିସ ଅଧିକାରୀଙ୍କ ମଧ୍ୟରେ ତୀବ୍ର ବାକଯୁଦ୍ଧ ଦେଖିବାକୁ ମିଳିଥିଲା।
ସାମ୍ନାକୁ ଆସିଥିବା ଏକ ଭିଡିଓରେ, ୩୧ ବର୍ଷୀୟ ଦୀପକେ ନିଜ କାନ୍ଧରେ ତ୍ରିରଙ୍ଗା ପକାଇ ପୁଲିସ ନୋଟିସ୍ ପଢ଼ୁଥିବା ଓ କ୍ରୋଧାନ୍ୱିତ ହୋଇ ପ୍ରଶ୍ନ ପଚାରୁଥିବା ଦେଖାଯାଇଥିଲା।
ଏସ୍ଏସ୍ଆର୍ ପରେ ରାଜନୈତିକ ଦଳମାନଙ୍କୁ ଭୋଟର ତାଲିକାର ସଫ୍ଟ କପି ଦେବାକୁ ଇସିଙ୍କ ପ୍ରତିଶ୍ରୁତି; ୨୪ ଘଣ୍ଟାରେ ନିର୍ବାଚନ କମିସନଙ୍କ ଦୁଇଟି ବଡ଼ ପଦକ୍ଷେପ"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।