JantarMantar: ଯନ୍ତରମନ୍ତର ଆକ୍ରମଣ ମାମଲା: ଅନ୍ତରୀଣ ଜାମିନରେ ତିହାରରୁ ମୁକୁଳିଲେ ସ୍ବତନ୍ତ୍ର ଭାରଦ୍ବାଜ

Sep 18, 2026 - 22:32
JantarMantar: ଯନ୍ତରମନ୍ତର ଆକ୍ରମଣ ମାମଲା: ଅନ୍ତରୀଣ ଜାମିନରେ ତିହାରରୁ ମୁକୁଳିଲେ ସ୍ବତନ୍ତ୍ର ଭାରଦ୍ବାଜ

"ନୂଆଦିଲ୍ଲୀ: ସାମାଜିକ ଗଣମାଧ୍ୟମ ଇନଫ୍ଲୁଏନ୍ସର ସ୍ୱତନ୍ତ୍ର ଭାରଦ୍ବାଜ ଗୁରୁବାର ବିଳମ୍ବିତ ରାତିରେ ତିହାର ଜେଲ୍‌ରୁ ମୁକୁଳିଛନ୍ତି।

ଯନ୍ତରମନ୍ତରରେ ଜଣେ ଛାତ୍ର ସାମାଜିକ କାର୍ଯ୍ୟକର୍ତ୍ତାଙ୍କ ବାପାଙ୍କ ଉପରେ କଥିତ ଆକ୍ରମଣ ମାମଲାରେ ଦିଲ୍ଲୀ କୋର୍ଟ ତାଙ୍କୁ ୩ ସପ୍ତାହର ଅନ୍ତରୀଣ ଜାମିନ ଦେବାର ୩ ଦିନ ପରେ ସେ ଜେଲ୍‌ରୁ ବାହାରିଛନ୍ତି।Advertisment ସେପ୍ଟେମ୍ବର ୧୫ରେ ଅତିରିକ୍ତ ସେସନ୍ସ ଜଜ୍‌ ଭାରଦ୍ବାଜଙ୍କୁ ୩ ସପ୍ତାହର ଅନ୍ତରୀଣ ଜାମିନ ଦେଇଥିଲେ।

ଏହି ସମୟରେ ତାଙ୍କ ଆଚରଣ ଅନୁଧ୍ୟାନ କରିବା ପରେ ନିୟମିତ ଜାମିନ ଉପରେ ବିଚାର କରାଯିବ।

ଅକ୍ଟୋବର ୬ରେ ମାମଲାର ପୁଣି ଶୁଣାଣି ହେବ।

ଜାମିନ ସମୟରେ କୋର୍ଟ ଏକାଧିକ ସର୍ତ୍ତ ରଖିଛନ୍ତି।

ଭାରଦ୍ବାଜ ମାମଲା, ନିଜ ପକ୍ଷ କିମ୍ବା ଅଭିଯୋଗକାରୀଙ୍କ ପରିବାର ସମ୍ପର୍କରେ ସାମାଜିକ ଗଣମାଧ୍ୟମ କିମ୍ବା ଅନ୍ୟ କୌଣସି ଗଣମାଧ୍ୟମରେ ପୋଷ୍ଟ୍‌, ପ୍ରକାଶନ କିମ୍ବା ଆଲୋଚନା କରିପାରିବେ ନାହିଁ।

ଆହୁରି ପଢନ୍ତୁ: Sasi Tharoor: ପ୍ରଧାନମନ୍ତ୍ରୀଙ୍କୁ ଜନ୍ମଦିନ ଶୁଭେଚ୍ଛା ବାର୍ତ୍ତାରେ ଥରୁର୍‌ଙ୍କ ବ୍ୟାକରଣ ତ୍ରୁଟି ଏଥିସହ ଅଭିଯୋଗକାରୀ, ତାଙ୍କ ଝିଅ କିମ୍ବା କୌଣସି ସାକ୍ଷୀଙ୍କ ସହ ଯୋଗାଯୋଗ କରିବା ଏବଂ ପ୍ରମାଣରେ ହେରଫେର କରିବାକୁ ମଧ୍ୟ ବାରଣ କରାଯାଇଛି।

ଉଲ୍ଲେଖଯୋଗ୍ୟ, ଜୁନ୍ ୨୩ରେ ଯନ୍ତରମନ୍ତରରେ ସିଜେପିର ଆନ୍ଦୋଳନ ସମୟରେ ଛାତ୍ର କାର୍ଯ୍ୟକର୍ତ୍ତାଙ୍କ ବାପାଙ୍କୁ ଆକ୍ରମଣ କରାଯାଇଥିଲା।

ଏହି ମାମଲାରେ ଭାରଦ୍ବାଜଙ୍କୁ ସେପ୍ଟେମ୍ବର ୪ରେ ବୁଲନ୍ଦଶହରରୁ ଗିରଫ କରାଯାଇଥିଲା।

ତାଙ୍କ ଗିରଫ ଦାବିରେ ସିଜେପି ପାର୍ଲାମେଣ୍ଟ୍‌ ଷ୍ଟ୍ରିଟ୍‌ ଥାନା ବାହାରେ ଆନ୍ଦୋଳନ କରିଥିଲା।

ସେପ୍ଟେମ୍ବର ୭ରେ ତାଙ୍କୁ ନ୍ୟାୟିକ ହାଜତକୁ ପଠାଯାଇ ତିହାର ଜେଲ୍‌ରେ ରଖାଯାଇଥିଲା।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।