Jeypore Brown Sugar Seizure Case: ଜୟପୁରରେ ବ୍ରାଉନସୁଗାର ଜବତ ମାମଲା: ଫେରାର ମୁଖ୍ୟ ଅଭିଯୁକ୍ତ ସହ ୨ ଗିରଫ
ଜୟପୁର(ଦେବାଶିଷ ସାହୁ): ଜୟପୁର କେନାଲ ରୋଡ୍ ନିକଟରେ ଅକ୍ଟୋବର ୩ ତାରିଖ ରାତିରେ ଚାଲିଥିବା ଏକ ବଡ଼ ଧରଣର ବ୍ରାଉନସୁଗାର କାରବାର ଉପରେ ଚଢ଼ଉ କରି ପୁଲିସ ୪୦୩.୨ ଗ୍ରାମ ବ୍ରାଉନସୁଗାର ଜବତ କରିବା ସହ ୬ ଜଣଙ୍କୁ ଗିରଫ କରିଥିଲା l ଏହି ମାମଲାରେ ଫେରାର ହୋଇଯାଇଥିବା ମୁଖ୍ୟ ଅଭିଯୁକ୍ତ ଏବଂ ତାଙ୍କ ସହଯୋଗୀଙ୍କୁ ଭୁବନେଶ୍ୱରରୁ ଗିରଫ କରି ଆଜି (ଗୁରୁବାର) କୋର୍ଟ ଚାଲାଣ କରାଯାଇଛି।
Advertisment Brown Sugar Seized ଜୟପୁରରୁ ୪୫ଲକ୍ଷଟଙ୍କା ମୂଲ୍ୟର ବ୍ରାଉନ୍ସୁଗାର ଜବତ, ଜଣେ ମହିଳାଙ୍କ ସମେତ ୬ ଗିରଫ ଗିରଫ ୨ ଅଭିଯୁକ୍ତଙ୍କ ମଧ୍ୟରୁ ମୁଖ୍ୟ ଫେରାର ଅଭିଯୁକ୍ତ ହାକିମ ଖାନ ଓ ତାଙ୍କ ସହଯୋଗୀ ଶେଖ୍ ରିୟାଜୁଦିନ।
ଦୁଇ ଅଭିଯୁକ୍ତଙ୍କ ଠାରୁ ଗୋଟେ କ୍ରେଟା କାର୍ ଏବଂ ବୁଲେଟ୍ ବାଇକ୍ ଜବତ କରାଯାଇଛି।
ମୁଖ୍ୟ ଫେରାର ଅଭିଯୁକ୍ତ ହାକିମ ଖାନଙ୍କ ନାମରେ ପୂର୍ବରୁ ୧୨ଟି ମାମଲା ଥିବା ନେଇ ତଦନ୍ତ ଅଧିକାରୀ ଏସ୍ଆଇ ସିଦ୍ଧାନ୍ତ ବେହେରା ସୂଚନା ଦେଇଛନ୍ତି।
ଜବତ ନିଶାଦ୍ରବ୍ୟର ଆନୁମାନିକ ବଜାର ମୂଲ୍ୟ ପ୍ରାୟ ୪୫ ଲକ୍ଷ ଟଙ୍କାରୁ ଊର୍ଦ୍ଧ୍ବ ହେବ ବୋଲି ପୁଲିସ ପକ୍ଷରୁ ପୂର୍ବରୁ ସୂଚନା ଦିଆଯାଇଥିଲା ।
Brown Sugar Seizure ୩ଲକ୍ଷ ଟଙ୍କାର ବ୍ରାଉନ୍ସୁଗାର ଜବତ, ଜଣେ ଗିରଫ ପୁଲିସ ସୂଚନା ଅନୁଯାୟୀ, ଗତ ୩ ତାରିଖ ଶନିବାର ବିଳମ୍ବିତ ରାତିରେ ପାଟ୍ରୋଲିଂ ଚାଲିଥିବା ସମୟରେ କେନାଲ ରୋଡ୍ ନିକଟରେ ବ୍ରାଉନସୁଗାର କାରବାର ହେଉଥିବା ନେଇ ଏକ ବିଶ୍ୱସ୍ତ ସୂତ୍ରରୁ ପୁଲିସକୁ ସୂଚନା ମିଳିଥିଲା।
ଘଟଣାସ୍ଥଳକୁ ଯାଇ ତଦନ୍ତ କରିବା ବେଳେ ପ୍ରଥମେ ଦୁଇ ଜଣ ନିଶା ଗ୍ରହଣକାରୀ ଉପସ୍ଥିତ ଥିବା ଦେଖିବାକୁ ମିଳିଥିଲା।
କିଛି ସମୟ ପରେ ସେଠାରେ ଏକ ଧଳା ରଙ୍ଗର ମାରୁତି ସୁଜୁକି ଡିଜାୟାର୍ କାର୍ ଆସି ପହଞ୍ଚିଥିଲା।
ସେଠାରେ ପୁଲିସ ୬ ଜଣଙ୍କୁ କାବୁ କରିବା ସହ କାର୍ରୁ ୩୭୦୦ଟି ଛୋଟ ବ୍ରାଉନସୁଗାର ପୁଡ଼ିଆ ଏବଂ ପ୍ରତ୍ୟେକଟି ୧୦ ଗ୍ରାମ ଲେଖାଏଁ ଥିବା ୧୧ଟି ପ୍ୟାକେଟ୍ ମିଳିଥିଲା।
ସମୁଦାୟ ୪୦୩.୨ ଗ୍ରାମ ଓଜନର ବ୍ରାଉନସୁଗାର ଜବତ ହୋଇଥିଲା ।
Police Operation ବ୍ରାଉନ୍ସୁଗାର ବେପାରୀଙ୍କୁ ମୁଣ୍ଡରେ ବନ୍ଧୁକ ଲଗାଇ ଅପହରଣ, ଘଟଣା ପଛରେ ପୁଲିସ!
ଜୟପୁରର ସ୍ଥାନୀୟ ରିସିଭରଙ୍କ ନିକଟରୁ ୧୦୦ଟି ପୁଡ଼ିଆ ମିଳିଥିବା ବେଳେ କାର୍ରେ ଆସିଥିବା ଖୋର୍ଦ୍ଧାର ଅଲ୍ଲୀ ନାମକ ଜଣେ ଯୁବକଙ୍କ ନିକଟରୁ ପ୍ରାୟ ୧୧୦ ଗ୍ରାମ ବ୍ରାଉନସୁଗାର ଉଦ୍ଧାର କରାଯାଇଛି।
ଏହା ବ୍ୟତୀତ ଘଟଣାସ୍ଥଳରୁ ଗୋଟିଏ କାର୍, ନଗଦ ୨୦ ହଜାର ଟଙ୍କା, ୮ଟି ମୋବାଇଲ୍ ଫୋନ୍ ଏବଂ ଗାଡ଼ି ଡିକିରୁ ୨ଟି ମାରଣାସ୍ତ୍ର ମଧ୍ୟ ଜବତ କରାଯାଇଥିଲା।
ଉକ୍ତ ଘଟଣାର ତଦନ୍ତ ଅଧିକାରୀ ଭାବେ ଏସ୍ଆଇ ସିଦ୍ଧାନ୍ତ ବେହେରା ଥିଲେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।