Jeypore Dussehra 2026: ମୂଳାଷ୍ଟମୀରୁ ବାଜିବ ଜୟପୁର ଦଶହରା ବିଗୁଲ୍

Sep 21, 2026 - 16:22
Jeypore Dussehra 2026: ମୂଳାଷ୍ଟମୀରୁ ବାଜିବ ଜୟପୁର ଦଶହରା ବିଗୁଲ୍

"ଜୟପୁର(ଦେବାଶିଷ ସାହୁ): ଅକ୍ଟୋବର ୩ ତାରିଖ ମୂଳାଷ୍ଟମୀରେ ଶୁଭ ଅନୁକୂଳ ସହ ବିଭିନ୍ନ ଦେବୀପୀଠକୁ ନିମନ୍ତ୍ରଣ, ୬ ଖଣ୍ଡ ଗ୍ରାମକୁ ଯାତ୍ରା ଏବଂ ଆରାଧ୍ୟ ଦେବୀ ଭଗବତୀଙ୍କ ପୀଠରେ ପୂଜା ଓ ଜୟପୁରର ଐତିହାସିକ ଦଶହରା ମହୋତ୍ସବ ଆରମ୍ଭ ହେବ।

ଚଳିତ ବର୍ଷ ଦଶହରାକୁ ଉତ୍ସବମୁଖର ଓ ଶୃଙ୍ଖଳିତ କରିବା ପାଇଁ  ଜୟପୁର ପୌର ସମ୍ମିଳନୀ କକ୍ଷରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା।

ଦଶହରା ପୂଜା କମିଟି ସଭାପତି ତଥା ବିଧାୟକ ତାରା ପ୍ରସାଦ ବାହିନୀପତିଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ୧୧ଟି ପ୍ରମୁଖ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା।

Advertisment Jaypur: ଜୟପୁରରେ ଆମେରିକୀୟ ଷ୍ଟାର୍ଟଅପ୍‌ ମୁଖ୍ୟଙ୍କ ରାଜକୀୟ ବିବାହ: ଭାରତୀୟ ବଂଶୋଦ୍ଭବ ଉଦ୍ୟୋଗୀଙ୍କୁ ବିବାହ କଲେ ଜେନି ଲି ଦଶହରା ସମୟରେ ସହରକୁ ଆସୁଥିବା ଶ୍ରଦ୍ଧାଳୁଙ୍କ ପାଇଁ ୧୧ରୁ ୨୦ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ପ୍ରମୁଖ ସ୍ଥାନ ଓ ଦେବୀପୀଠ ନିକଟରେ ନିରବଚ୍ଛିନ୍ନ ପାନୀୟ ଜଳ ଓ ବିଦ୍ୟୁତ୍‌ ଯୋଗାଣ ସହ  ପରିମଳ ଓ ସଫେଇ ବ୍ୟବସ୍ଥାକୁ ଗୁରୁତ୍ବ ଦିଆଯାଇଛି।

ଅକ୍ଟୋବର ୧୧ରୁ ୧୮ ପର୍ଯ୍ୟନ୍ତ ଭଗବତୀଙ୍କ ପୀଠରୁ ମା" ବିଜୟା ଠାକୁରାଣୀଙ୍କ ଭ୍ରମଣ ଯାତ୍ରା ଅନୁଷ୍ଠିତ ହେବ।

ବିଭିନ୍ନ ଗ୍ରାମରୁ ଆସୁଥିବା ନିମନ୍ତ୍ରିତ ଲାଠି ଓ ଭକ୍ତଙ୍କ ରହଣି, ଖାଦ୍ୟ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ସୁବିଧା ଯୋଗାଣ ଉପରେ ମଧ୍ୟ ଆଲୋଚନା ହୋଇଥିଲା।

ଉତ୍ସବ ସମୟରେ ଭିଡ଼ ନିୟନ୍ତ୍ରଣ, ପାର୍କିଂ, ଟ୍ରାଫିକ ପରିଚାଳନା ଓ ଯାନବାହନ ନିୟନ୍ତ୍ରଣ ପାଇଁ ପୁଲିସ ପ୍ରଶାସନ ସହ ସମନ୍ୱୟ ରଖିବାକୁ ନିଷ୍ପତ୍ତି ହୋଇଛି।

୧୬ ତାରିଖ ମହାଷଷ୍ଠୀରେ ମା" ଦକ୍ଷିଣକାଳୀଙ୍କ ସୁନାବେଶ ଏବଂ ୧୯ ତାରିଖ ବିଶ୍ରାମ ପୂଜା ଅବସରରେ ମା" ଭଗବତୀଙ୍କ ସୁନାବେଶ ଅନୁଷ୍ଠିତ ହେବ।

୧୮ ତାରିଖ ସୁଦ୍ଧା ଦଶହରା ପଡ଼ିଆରେ ଅପରାଜିତା ପୂଜା ପାଇଁ ପୂର୍ଣ୍ଣାଙ୍ଗ ତୋରଣ ଓ ୪ଟି ପୂଜାମଣ୍ଡପ ନିର୍ମାଣ କରାଯିବ।

ଅକ୍ଟୋବର ୨୦ରେ ପାରମ୍ପରିକ ରୀତିରେ ବିରାଟ ଦଶହରା ଶୋଭାଯାତ୍ରା (ପଟୁଆର) ସହ ଅପରାଜିତା ପୂଜା ସମାପନ ହେବ।

ସେହି ରାତିରେ ରାବଣ ପୋଡ଼ି ଉତ୍ସବ ଆୟୋଜନ ହେବ।

ଭକ୍ତଙ୍କ ମନୋରଞ୍ଜନ ଲାଗି ସାଂସ୍କୃତିକ କାର୍ଯ୍ୟକ୍ରରେ ଚଳିତ ବର୍ଷ ବଲିଉଡ୍‌ ଏବଂ ଓଲିଉଡ୍‌ର କଣ୍ଠଶିଳ୍ପୀଙ୍କ ସମେତ କଳାକାର ଯୋଗଦେବା ନେଇ ସ୍ଥିର ହୋଇଥିବା ସୂଚନା ଦେଇଛନ୍ତି ବିଧାୟକ ଶ୍ରୀ ବାହିନୀପତି।

ରାଜ୍ୟବାସୀଙ୍କୁ ଦଶହରାର ଶୁଭକାମନା ଜଣାଇଲେ ମୁଖ୍ୟମନ୍ତ୍ରୀ ଅଷ୍ଟମୀ, ନବମୀ ଓ ଦଶମୀ ୩ ଦିନ ସହରରେ ମଦ ଦୋକାନ ବନ୍ଦ ରହିବ।

ବିଭିନ୍ନ ଗ୍ରାମରୁ ଆସୁଥିବା ଦେବାଦେବୀଙ୍କ ଲାଠି ଓ ପୂଜକମାନଙ୍କୁ ସମ୍ମାନଜନକ ବିଦାୟ ସହ ମୃଣ୍ମୟୀ ମୂର୍ତ୍ତି ଗୁଡ଼ିକର ନିରାପଦ ଓ ନିୟମାନୁଯାୟୀ ବିସର୍ଜନ ପାଇଁ ମଧ୍ୟ ବ୍ୟବସ୍ଥା କରାଯିବ।

ପ୍ରସ୍ତୁତି ବୈଠକରେ ଉପଜିଲ୍ଲାପାଳ ଶୁଭ୍ରା ପଣ୍ଡା, ଏସଡିପିଓ ଅର୍ଚ୍ଚିତା ମିତ୍ତଲ, ପୌରାଧ୍ୟକ୍ଷ ନରେନ୍ଦ୍ର ମହାନ୍ତି, ତହସିଲଦାର ସବ୍ୟସାଚୀ ଜେନା, ବିଡିଓ ଶକ୍ତି ମହାପାତ୍ର, ପୌର କାର୍ଯ୍ୟନିର୍ବାହୀ ଅଧିକାରୀ ପୂଜା ରାଉତ, ଦେବୋତ୍ତର କମିଟି ସଭାପତି ଦେବେନ୍ଦ୍ର ବାହିନୀପତି, ଜୟପୁର ବଣିକ ସଂଘ ସଭାପତି ସଞ୍ଜୟ ଜୈନ, କୃଷ୍ଣଚନ୍ଦ୍ର ଦାସ, କାଳୀପ୍ରସାଦ ଦାସଙ୍କ ସମେତ ପୂଜା କମିଟି କର୍ମକର୍ତ୍ତା ଓ ମନ୍ଦିରର ସେବାୟତ ଉପସ୍ଥିତ ଥିଲେ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।