Jharpada Durga Puja Committee: ପୁଣି ଝାରପଡ଼ା ଦୁର୍ଗାପୂଜା ସମିତିର ଦୁଇ ଗୋଷ୍ଠୀ ମୁହାଁମୁହିଁ
"ଭୁବନେଶ୍ବର: ରାଜଧାନୀର ଝାରପଡ଼ା ଅଞ୍ଚଳରେ କ୍ୟାବିନ୍ ଉଚ୍ଛେଦକୁ କେନ୍ଦ୍ର କରି ଦୁର୍ଗାପୂଜା ସମିତିର ଦୁଇ ଗୋଷ୍ଠୀ ମଧ୍ୟରେ ଆଜି ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ଉପୁଜିଛି।
ବିଏମ୍ସି ପକ୍ଷରୁ କ୍ୟାବିନ୍ ଉଠାଯାଉଥିବା ସମୟରେ ଉଭୟ ଗୋଷ୍ଠୀ ମୁହାଁମୁହିଁ ହୋଇଥିଲେ।
ଫଳରେ ଜେଲ୍ ଛକ ନିକଟରେ କିଛି ସମୟ ପାଇଁ ଉତ୍ତେଜନା ଦେଖାଦେବା ସହ କ୍ରେନ୍ରେ ଉଠାଯାଇଥିବା କ୍ୟାବିନ୍ଟି ବହୁ ସମୟ ଧରି ଝୁଲି ରହିଥିଲା।
ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଭୟ ପକ୍ଷଙ୍କୁ ବୁଝାସୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।Advertisment Nabarangpur flood: ୨୦ଦିନରେ ସ୍ବତନ୍ତ୍ର ପ୍ୟାକେଜରେ ବନ୍ୟା କ୍ଷତିପୂରଣ ଦିଅ, ନଚେତ ନବରଂଗପୁର ଜିଲ୍ଲାବନ୍ଦ ସୂଚନା ଅନୁଯାୟୀ, ଝାରପଡ଼ା ଦୁର୍ଗାପୂଜାକୁ ନେଇ ପୁରୁଣା ଓ ନୂଆ ପୂଜା ସମିତି ମଧ୍ୟରେ ପୂର୍ବରୁ ବିବାଦ ରହିଆସିଛି।
ପୁରୁଣା ପୂଜା ସମିତି ପକ୍ଷରୁ ଏକ ତୋରଣ ନିକଟରେ ଥିବା କ୍ୟାବିନ୍କୁ ଉଠାଇବା ପାଇଁ ବିଏମ୍ସି ନିକଟରେ ଅନୁରୋଧ କରାଯାଇଥିଲା।
ସମ୍ପୃକ୍ତ କ୍ୟାବିନ୍ର ମାଲିକ ଅନ୍ୟ ଗୋଷ୍ଠୀର ହୋଇଥିବାରୁ ଏହାକୁ ହଟାଇବା ପୂର୍ବରୁ ତାଙ୍କୁ ଅନ୍ୟ ସ୍ଥାନରେ ଥଇଥାନ କରାଯାଉ ବୋଲି ଅପର ଗୋଷ୍ଠୀ ପକ୍ଷରୁ ଦାବି କରାଯାଇଥିଲା।
ତେବେ ଆଜି ସନ୍ଧ୍ୟାରେ ବିଏମ୍ସି ପକ୍ଷରୁ କ୍ୟାବିନ୍ ଉଚ୍ଛେଦ କରାଯାଉଥିବା ବେଳେ ନୂଆ ପୂଜା ସମିତି ପକ୍ଷରୁ ତୀବ୍ର ବିରୋଧ କରାଯାଇଥିଲା।
ଫଳରେ ଉଭୟ ଗୋଷ୍ଠୀର ସଦସ୍ୟମାନେ ଜେଲ୍ ଛକ ନିକଟରେ ମୁହାଁମୁହିଁ ହୋଇଥିଲେ।
ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ହେବାରୁ କ୍ୟାବିନ୍ ଉଠାଇବା କାର୍ଯ୍ୟ କିଛି ସମୟ ପାଇଁ ଅଟକି ରହିଥିଲା।
କ୍ୟାବିନ୍ଟି କ୍ରେନ୍ରେ ଝୁଲି ରହିଥିଲା।
ଏହାକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ବଢ଼ିଥିଲା।
Protest: ଦିଲ୍ଲୀରେ କଂଗ୍ରେସ ପ୍ରତିବାଦ: ଚର୍ଚ୍ଚାରେ ବ୍ୟାଟ୍ମ୍ୟାନ୍ ମାସ୍କ ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା।
ଡିସିପିଙ୍କ ଉପସ୍ଥିତିରେ ଉଭୟ ପକ୍ଷର ଲୋକଙ୍କ ସହ ଆଲୋଚନା କରି ପରିସ୍ଥିତିକୁ ନିୟନ୍ତ୍ରଣକୁ ଆଣିବାକୁ ଉଦ୍ୟମ କରିଥିଲା।
କ୍ୟାବିନ୍ ମାଲିକଙ୍କୁ ଏକ ନିର୍ଦ୍ଦିଷ୍ଟ ସ୍ଥାନରେ ଥଇଥାନ କରାଯିବ ବୋଲି ପ୍ରତିଶ୍ରୁତି ଦିଆଯିବା ପରେ ବିବାଦର ସମାଧାନ ପାଇଁ ସହମତି ସୃଷ୍ଟି ହୋଇଥିଲା।
ଏହାପରେ ପରିସ୍ଥିତି ଶାନ୍ତ ପଡ଼ିଥିଲା।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।