Jibanara Jalachhabi: ‘ଅକ୍ଷର ପ୍ରାର୍ଥନା’ ଗୌରହରି ଦାସଙ୍କ ଜୀବନର ଜଳଛବିରେ ଏଥର...

Sep 28, 2026 - 17:18
Jibanara Jalachhabi: ‘ଅକ୍ଷର ପ୍ରାର୍ଥନା’ ଗୌରହରି ଦାସଙ୍କ ଜୀବନର ଜଳଛବିରେ ଏଥର...

"ଅକ୍ଷର ପ୍ରାର୍ଥନା  ଜୀବନର ଜଳଛବିଗୌରହରି ଦାସ  ଋଷିକୁଲ୍ୟାର ପାଣିରେ ଅଶିଣର ଅସ୍ଥିର କାଶତଣ୍ଡୀ ତା"ର ମୁହଁ ଦେଖୁଥିଲା।

ଅଦୂରରୁ କିଆଫୁଲର ସମ୍ମୋହକ ସୁଗନ୍ଧ ଭାସିଆସି ନଈପଠାରେ ଖେଳିଯାଉଥିଲା।

ବସ୍‌ ଝରକାରୁ ସିଦ୍ଧାର୍ଥ ଚାହିଁଲେ- ନଈର ପାଣି କମିଆସିଲାଣି।

ଓଡ଼ିଶାର ନଦୀଗୁଡ଼ିକର ଭାଗ୍ୟ ଦରମାଜୀବୀ କିରାଣିର ଭାଗ୍ୟ ପରି।

ଦରମା ପାଇବାର ସପ୍ତାହେ ପର୍ଯ୍ୟନ୍ତ, ଭାବ; ଅବଶିଷ୍ଟ ଦିନ ଅଭାବ।

ଓଡ଼ିଶାରୁ ବର୍ଷାଋତୁ ବିଦାୟ ନେଉ ନ ନେଉଣୁ, ନଈଗୁଡ଼ିକ ବାଲିପଠା ପାଲଟିଯାଏ।Advertisment ଅଧ୍ୟାପକ ସିଦ୍ଧାର୍ଥ ବ୍ରହ୍ମପୁର ବିଶ୍ବବିଦ୍ୟାଳୟ ପାଠ୍ୟକ୍ରମ ସମିତିର ଜଣେ ସଭ୍ୟ।

ଭାଷା ସାହିତ୍ୟ ଶିକ୍ଷା ସମ୍ବନ୍ଧରେ ତାଙ୍କୁ ଜଣେ ମାର୍ଗଦର୍ଶକ ଭାବେ ସହାୟତା ଲୋଡ଼ି ବିଭାଗମୁଖ୍ୟ ବୈଠକରେ ଯୋଗଦେବାକୁ ଚିଠି ଦେଇଥିଲେ।

ସିଦ୍ଧାର୍ଥ ବିଭାଗମୁଖ୍ୟଙ୍କୁ କହିଥିଲେ, ""ଆମ ଦେଶରେ ମାର୍ଗଦର୍ଶକ ଶବ୍ଦର ଅର୍ଥ କ"ଣ ତାହା ତୁମେ ଭଲ ଭାବରେ ବୁଝିପାରିଛ, ଦେଖୁଛି।"" ପ୍ରତିରକ୍ଷାତ୍ମକ ଉତ୍ତରରେ ବିଭାଗମୁଖ୍ୟ କହିଥିଲେ, ""ନା, ନା, ଆପଣ ସଂପାଦନା ଏବଂ ପାଣ୍ଡୁଲିପି ପ୍ରସ୍ତୁତି ସମ୍ବନ୍ଧରେ କିଛି କହିବେ ବୋଲି ସେଦିନ ସୂଚନା ଦେଉଥିଲେ, ବୈଠକରେ ଆମେ ତାହା ଆପଣଙ୍କଠାରୁ ଶୁଣିବୁ।"" ଆହୁରି ପଢ଼ନ୍ତୁ- Char Dham Yatra: ଚାରିଧାମ ଯାତ୍ରା ପୁଣି ଆରମ୍ଭ: ଭୂସ୍ଖଳନ ପରେ ଚିରବାସାରୁ ୧,୫୦୦ ତୀର୍ଥଯାତ୍ରୀ ଉଦ୍ଧାର ଯୋଉଦିନୁ ଶିଶୁସାହିତ୍ୟ ସଭାରେ କବି ସୁରଞ୍ଜନଙ୍କ କଥା ଶୁଣିଲେଣି ସେହିଦିନୁ ସିଦ୍ଧାର୍ଥଙ୍କ ମନ ଭିତରେ ପୁରୁଣା ଆଶଙ୍କା ଆଉଥରେ ମୁଣ୍ଡଟେକିଛି।

ଆଜିର ପିଲାଏ ଆତ୍ମକୈନ୍ଦ୍ରିକ ଓ ସଂପର୍କକୁଣ୍ଠିତ ହୋଇପଡୁଛନ୍ତି ବୋଲି କହି ତାହାର କାରଣ ଭାବେ ସୁରଞ୍ଜନ ବ୍ରିଟିଶ ଲେଖକ ହାୱାର୍ଡ ଜାକବସନ୍‌ଙ୍କର କଥା ଉଦ୍ଧାର କରିଥିଲେ।

ବୁକର ପ୍ରାଇଜ ଜିଣିଥିବା ସେହି ଲେଖକ ଜଣକ ସତର୍କ କରାଇଦେଇଥିଲେ ଯେ ଆସନ୍ତା କୋଡ଼ିଏରୁ ତିରିଶ ବର୍ଷ ଭିତରେ ଆମେ ଏମିତି ଶିଶୁଙ୍କୁ ପାଇବା ଯେଉଁମାନେ ଏକାସାଙ୍ଗରେ ପାଞ୍ଚଧାଡ଼ି ଲେଖି ପଢ଼ିପାରିବେ ନାହିଁ।

ସ୍ମାର୍ଟଫୋନ୍‌ର ମାତ୍ରାଧିକ ବ୍ୟବହାର ସେମାନଙ୍କୁ କୌଣସି କଥାରେ ଏକାଗ୍ର ହେବାକୁ ଦେବନାହିଁ।

ଯୁଦ୍ଧ, ଭୂମିକଂପ, ବନ୍ୟା ବିଭୀଷିକା କି ରକ୍ତପାତ ସେମାନଙ୍କୁ ପ୍ରଭାବିତ କରିବ ନାହିଁ।

ଭୟଙ୍କର ଭାବେ ଆତ୍ମକୈନ୍ଦ୍ରିକ ସେହିପ୍ରକାର ଶିଶୁ ପିତାମାତା କିମ୍ବା ସଂପର୍କକୁ ଭୁଲିଯିବା ଅବଧାରିତ।

ସୁରଂଜନଙ୍କର ଏହି କଥାଗୁଡ଼ିକ ଯେପରି ତାଙ୍କୁ ବିଚଳିତ କରିବାଲାଗି ଯଥେଷ୍ଟ ନଥିଲା ଯେ, ପରଦିନ ଭୁବନେଶ୍ବରର ଏକ ସମ୍ବାଦପତ୍ର ପ୍ରକାଶ କରିଥିଲା, ଦଶମ ଶ୍ରେଣୀର ପିଲାମାନେ ହାତରେ ଆଉ ନିଜ ନାମ ଲେଖିପାରୁନାହାନ୍ତି।

ସେହିଦିନ ତାଙ୍କର ଅନୁଜପ୍ରତିମ ସହଦେବ ପୁଣି କହିଥିଲେ, ସିଏ କାମ କରୁଥିବା ଖବରକାଗଜ ଅନୁଷ୍ଠାନରୁ ଅବସର ନେବା ଦିନ ତାଙ୍କ ବିଦାୟ ସଭାରେ ଜଣେ ତରୁଣ ସହକର୍ମୀ କହିଥିଲେ- ସହଦେବ ମିଶ୍ରଙ୍କ ବିଦାୟ ସହିତ ଆମର ଏ କାର୍ଯ୍ୟାଳୟ କାଗଜକଲମ ସଂସ୍କୃତିକୁ ବିଦାୟ ଦେଲା।

ସଂଯୋଗବଶତଃ, ଆଜିଠାରୁ କାହାକୁ ଉପସ୍ଥାନ ଦେବାଲାଗି ସୁଦ୍ଧା ନିଜ ନାମ ଦସ୍ତଖତ କରିବାଲାଗି ପଡ଼ିବ ନାହିଁ; କାରଣ ଆମର ମାନବସମ୍ବଳ ବିଭାଗ ସେଥିପାଇଁ "ଡିଜିଟାଲ୍‌" ଉପସ୍ଥାନ ବ୍ୟବସ୍ଥା ଲାଗୁ କରିଛନ୍ତି।

ଏକଥା କହି ସହଦେବ ସେଦିନ ସିଦ୍ଧାର୍ଥଙ୍କୁ କହିଥିଲେ, ""ଆମେ ହାତରେ ଲେଖାଲେଖି କରୁଥିବା କିଛି ବ୍ୟକ୍ତି ଖୁବ୍‌ ଶୀଘ୍ର ଇତିହାସ ପାଲଟିଯିବା।"" ସହଦେବର କଥା ଶୁଣି ସିଦ୍ଧାର୍ଥ ଚମକିପଡ଼ିଥିଲେ।

କୌଣସି ମଣିଷ କ"ଣ ନିଜକୁ ଇତିହାସର ଶୀତଳ ପୃଷ୍ଠା ଭିତରେ ସମାଧି ଦେବାର ସାହସ କରିପାରେ?

ମଣିଷକୁ ତା"ର ହାତରେ ଲେଖିବାର ଏହି କଳାଟିକକ ଶିଖିବା ପାଇଁ ଦୀର୍ଘ ଚାରି ହଜାର ବର୍ଷ ଲାଗିଯାଇଥିଲା।

ଅଥଚ ସହଦେବ କୁହନ୍ତି, ଆସନ୍ତା ଚାଳିଶ ବର୍ଷ ଭିତରେ ହାତଲେଖା ବ୍ୟବସ୍ଥା ଉଠିଯିବ।ଗଲା ଶନିବାରର କଥା ମନେପଡ଼ିଗଲା ସିଦ୍ଧାର୍ଥଙ୍କର।

ଜ୍ବାଇଁ ପ୍ରତ୍ୟୁଷ ଗ୍ରହଶାନ୍ତି ନିମନ୍ତେ ନବଗ୍ରହ ପୂଜା ଆୟୋଜନ କରିଥିଲେ।

ପ୍ରୟୋଜନ ନଥିଲେ ବି ସିଦ୍ଧାର୍ଥ ସେଇଠି, ନଅବର୍ଷର ନାତୁଣୀ ସାଙ୍ଗରେ କିଛିକାଳ ବସିଥିଲେ।

ପୂଜକ ଜଣକ ମନ୍ତ୍ରପାଠ ପାଇଁ ମଝିରେ ମଝିରେ ସାହାଯ୍ୟ ନେଉଥିବା ବସ୍ତୁଟିକୁ ଦେଖାଇ କୌତୂହଳୀ ନାତୁଣୀ ପ୍ରଶ୍ନ କରିଥିଲା- ତାହା କ"ଣ?ସିଦ୍ଧାର୍ଥ ତା" କାନ ପାଖରେ, ପୂଜକମାନେ ନ ଶୁଣିପାରିଲା ଭଳି ଅନୁଚ୍ଚ ସ୍ବରରେ ଉତ୍ତର ଦେଇଥିଲେ- ତାହା ପୋଥି।: ପୋଥି ପୁଣି କ"ଣ?ଅନନ୍ୟୋପାୟ ସିଦ୍ଧାର୍ଥ ନାତୁଣୀକୁ ଧରି ସେଠୁ ଚାଲିଆସିଥିଲେ।

ସେ ଜାଣିଥିଲେ ଅନୁସନ୍ଧିତ୍ସୁ ନାତୁଣୀର ପ୍ରଶ୍ନବାଣ ନବଗ୍ରହ ପୂଜାରେ ବିଘ୍ନ ସୃଷ୍ଟି କରିବାର ଆଶଙ୍କା ଥିଲା।

ଆହୁରି ପଢ଼ନ୍ତୁ- Khudputuli Robbery and Murder Case: ଖୁଦପୁଟୁଳି ଡକାୟତି ଓ ହତ୍ୟା ମାମଲା: ୪ ଅଭିଯୁକ୍ତ ଗିରଫ ସେଦିନ ଅପରାହ୍‌ଣରେ ନାତୁଣୀକୁ ପୋଥି ସମ୍ବନ୍ଧରେ ବୁଝଉଥିବାବେଳେ, ସିଦ୍ଧାର୍ଥଙ୍କ ଆଖି ଆଗରେ ଘଣ୍ଟେଶ୍ବରର ଗ୍ରହାଚାର୍ଯ୍ୟ ଭଗବାନ ନାୟକଙ୍କ କଥା ମନେପଡୁଥିଲା।

ଆଖପାଖ ପଚିଶଖଣ୍ଡି ଗ୍ରାମର, ସବୁ ନବଜାତକଙ୍କର ଜାତକ ପ୍ରସ୍ତୁତି ଦାୟିତ୍ବ ଥିଲା ଭଗବାନଙ୍କର।

ଅବସର ସମୟରେ ସେ ବିଭିନ୍ନ ପୋଥିରୁ ପାଠ ଉଦ୍ଧାର କରି ନୂଆ ପୋଥି ପ୍ରସ୍ତୁତ କରୁଥିଲେ।

ତାଳପତ୍ର ପିଠିରେ ଲୁହାର ଲେଖନୀରେ ସେ ପୁରାଣ, ଜାତକ ଆଦି ନିଜେ ଲେଖୁଥିଲେ।

ସ୍କୁଲ୍‌ ଯା"ଆସ ସମୟରେ, ଭଗବାନ ନାୟକଙ୍କ କଣ୍ଠରୁ ପୋଥିପାଠର ଉଦାତ୍ତ ଉଚ୍ଚାରଣ ସିଦ୍ଧାର୍ଥଙ୍କ କିଶୋର ପ୍ରାଣକୁ ଅପୂର୍ବ ଅଭିଜ୍ଞତାରେ ଋଦ୍ଧିମନ୍ତ କରୁଥିଲା।

ଆଜି ସେକଥା ଭାବିବାବେଳେ, ମଣିଷର ଲେଖିବା ଅଭ୍ୟାସର ବିକାଶ ନେଇ ଅଜସ୍ର କୃଚ୍ଛ୍ର ସାଧନାର ପ୍ରସଙ୍ଗ ମନକୁ ଆସୁଥିଲା।

କେବେ ମାଟି, କେବେ ପଥର, କେବେ କାଠ, କେବେ ଗଛର ବକଳ ପୁଣି କେବେ ପତ୍ର ଓ କାଗଜ ପିଠିରେ ଦୀର୍ଘପଥ ଅତିକ୍ରମ କରିଥିବା ମଣିଷର ହସ୍ତାକ୍ଷର ବାସ୍ତବରେ ମଣିଷ ଜାତିର ଦିଗ୍‌ବିଜୟୀ ଜୈତ୍ରବାନା।

ଏହାରି ମାଧ୍ୟମରେ କେତେ ପ୍ରାର୍ଥନା, କେତେ ପ୍ରେମ, କେତେ ଆବେଦନ, କେତେ ନିର୍ଦ୍ଦେଶ ପୁଣି କେତେ ସାହିତ୍ୟର ଶବ୍ଦକୋଣାର୍କ ଗଢ଼ି ନ ଉଠିଛି!

ସିଦ୍ଧାର୍ଥ ଅଟୋରିକ୍ସାଟିଏ ଧରି ଭଂଜବିହାର ପରିସରରେ ପହଞ୍ଚିବାବେଳକୁ ସକାଳ ସାଢ଼େଦଶଟା।

ବୈଠକ ବସିବା ସମୟ ଆଉ ଅଧଘଣ୍ଟା ବାକୀ ଥିବାରୁ, ବିଶ୍ବବିଦ୍ୟାଳୟ ପରିସରରେ ଖୋଲାଯାଇଥିବା ପ୍ରାଚ୍ୟ ସଂସ୍କୃତି ସଂଗ୍ରହାଳୟ ଦେଖିବାଲାଗି ସେ ବାହାରିପଡ଼ିଲେ।

ଏତେ ସକାଳୁ ସକାଳୁ କୌଣସି ପରିଦର୍ଶକର ଅପେକ୍ଷା କରୁ ନଥିବା ତତ୍ତ୍ବାବଧାରକ ଯୁବକ ଜଣକ ତରବରରେ ଫୁଙ୍ଗୁଳା ଦେହ ଉପରେ ସାର୍ଟଟିଏ ଗଳାଇଦେଇ ସିଦ୍ଧାର୍ଥଙ୍କୁ ପ୍ରସ୍ତାବ ଦେଲେ- ଉପର ମହଲାକୁ ଚାଲନ୍ତୁ।

ଆହୁରି ପଢ଼ନ୍ତୁ- Gen Z: ଜବ୍‌ ଇଣ୍ଟରଭ୍ୟୁରେ ଜେନ୍ ଜିର ନୂଆ ଷ୍ଟାଇଲ୍‌, ରିକ୍ରୁଟରଙ୍କୁ ଚକିତ କରୁଛି ଏହି ଟ୍ରେଣ୍ଡ ଉପର ମହଲାର ଗୋଟିଏ କକ୍ଷରେ ଭିନ୍ନ ଭିନ୍ନ ‌ପୋଥିଗୁଡ଼ିକ ରହିଥିବା ସିଦ୍ଧାର୍ଥ ଦେଖିଲେ।

ସେଗୁଡ଼ିକ ଭିତରେ ଗୋଟିଏ ରୁଦ୍ରାକ୍ଷମାଳ ଦେଖି ସେ ପଚାରିଲେ- ଏଠି ଏ ରୁଦ୍ରାକ୍ଷମାଳ କାହିଁକି?""ନିରିଖେଇ ଦେଖନ୍ତୁ।

ଏହା ରୁଦ୍ରାକ୍ଷମାଳ ନୁହେଁ, ପୋଥି।

ଏଥିରେ ରାମାୟଣ ଲେଖାଯାଇଛି।"" - ତତ୍ତ୍ବାବଧାରକ କହିଲେ।ପାଖରେ ପଡ଼ିଥିବା ଯବକାଚଟିକୁ ଉଠେଇନେଇ ପ୍ରୌଢ଼ ସିଦ୍ଧାର୍ଥ ଦେଖିଲେ- ସତକଥା।

ଏତେ କ୍ଷୁଦ୍ରାକାର ତାଳପତ୍ର ପୋଥି ସେ ଆଗରୁ ଦେଖି ନଥିଲେ।ପାଠ୍ୟକ୍ରମ ନିର୍ଦ୍ଧାରଣ ବୈଠକରେ ଓଡ଼ିଆ ଭାଷାର ବିଦ୍ବାନ୍‌ମାନେ ଭିନ୍ନ ଭିନ୍ନ ପରାମର୍ଶ ଦେଲେ।

ପୋଥିମନସ୍କ ସିଦ୍ଧାର୍ଥ ନିରୁତ୍ତର ରହିଥିଲେ।

ବିଭାଗମୁଖ୍ୟ, ସିଦ୍ଧାର୍ଥଙ୍କୁ ଲକ୍ଷ୍ୟକରି ପଚାରିଲେ, ""ଆମର ସରିଲାଣି।

ଆପଣଙ୍କର ଯଦି କିଛି କହିବାର ଥାଏ କହିଲେ, ଆମେ ରେକର୍ଡ କରିବୁ।"": ହା‌ତଲେଖା ଅଭ୍ୟାସକୁ ବଞ୍ଚେଇ ପାରି‌େବ? - ସିଦ୍ଧାର୍ଥ ପଚାରିଲେ।ପ୍ରସଙ୍ଗ ବହିର୍ଭୂତ ଏପରି ଏକ ଆକସ୍ମିକ ପ୍ରଶ୍ନ ଅନ୍ୟମାନଙ୍କ ପାଇଁ ଅସ୍ବସ୍ତିକର ହୋଇଉଠିଥିଲା।

ସେମାନଙ୍କର ନାସିକା କୁଞ୍ଚନରୁ ତାହା ସ୍ପଷ୍ଟ ଜଣାପଡୁଥିଲା।

ସିଦ୍ଧାର୍ଥ କହିଲେ, ""ସମୟ ଆସିବ, ଦିନେ ଆମର ବଂଶଧରମାନେ କଳ୍ପନା କରିପାରିବେ ନାହିଁ ଯେ ହଜାର ହଜାର ପଣ୍ଡିତ ତାଳପତ୍ର ଖେଦା ଉପରେ ନୋଇଁପଡ଼ି, ଲୁହାର ଲେଖନୀରେ ଲକ୍ଷ ଲକ୍ଷ ଶ୍ଳୋକ ଲେଖିଯାଇଥିଲେ।

ସେମାନଙ୍କର ସେ ଅକ୍ଷର ପ୍ରାର୍ଥନା ଯୋଗୁଁ ମଣିଷ ଜାତିର ସାହିତ୍ୟ, ସଂସ୍କୃତି ବଞ୍ଚିରହିଛି।

ମଣିଷ ହାତର ଅକ୍ଷରରେ ଲେଖାଯାଇଛି ମଣିଷର ପ୍ରେମ, ବାତ୍ସଲ୍ୟ ଓ ଆବେଦନ ନିବେଦନ।

କାଗଜ ଉପରେ କଲମରେ ଲେଖା ପାଣ୍ଡୁଲିପିଗୁଡ଼ିକୁ ଛୁଇଁଲେ ଯେଉଁ ଇନ୍ଦ୍ରିୟାତୀତ ଅନୁଭବ ପ୍ରାଣରେ ସଂଚରିଯାଏ ତାହାକୁ ବଞ୍ଚେଇ ରଖିବାଲାଗି କିଛି କରିପାରିବ ଆପଣଙ୍କର ବିଶ୍ବବିଦ୍ୟାଳୟ?"" ବିଭାଗମୁଖ୍ୟ ନିଜ ଆସନରୁ ଉଠି ସିଦ୍ଧାର୍ଥଙ୍କ ପାଖକୁ ଆସିଲେ।

ତାଙ୍କର ପିଠି ଆଉଁଶିଦେଇ କହିଲେ, ""ସାର୍‌, ଆପଣ ଅସୁସ୍ଥ ଦିଶୁଛନ୍ତି।

ବିବରଣୀ ପ୍ରସ୍ତୁତ ପରେ ଆମେ ଯାଇ ଆପଣଙ୍କଠାରୁ ସ୍ବାକ୍ଷର ନେଇ ଆସିବୁ।

ଚାଲନ୍ତୁ, ଅତିଥିଶାଳାରେ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା ହୋଇଛି।"" ମୋ: ୯୪୩୭୦୭୭୨୮୮ ଅଧିକ ଦେଖନ୍ତୁ- "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।