Jinping meets Trump: AI ହେବନି ମଣିଷର ମାଲିକ! ହ୍ୱାଇଟ ହାଉସରୁ ଚୀନର ବଡ଼ ବୟାନ
"ନୂଆଦିଲ୍ଲୀ: ବିଶ୍ୱକୁ ବଦଳାଇଦେଉଥିବା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା AI କ"ଣ ଆଗାମୀ ଦିନରେ ମଣିଷଠାରୁ ଅଧିକ ଶକ୍ତିଶାଳୀ ହୋଇପାରେ?
ଏହି ପ୍ରଶ୍ନକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା ଜୋର ଧରିଥିବା ବେଳେ, ୱାଶିଂଟନର ହ୍ୱାଇଟ ହାଉସରୁ ଆସିଛି ବଡ଼ ସନ୍ଦେଶ।
ଆମେରିକା ଗସ୍ତରେ ଥିବା ଚୀନ ରାଷ୍ଟ୍ରପତି ଶି ଜିନପିଙ୍ଗ, ଡୋନାଲ୍ଡ ଟ୍ରମ୍ପଙ୍କ ସହ ଆଲୋଚନା ବେଳେ AIକୁ ମଣିଷର ନିୟନ୍ତ୍ରଣରେ ରଖିବା ଉପରେ ଜୋର ଦେଇଛନ୍ତି ।
୩ ଦିନିଆ ରାଜକୀୟ ଗସ୍ତରେ ଆମେରିକା ପହଞ୍ଚିଥିବା ଜିନପିଙ୍ଗଙ୍କୁ ହ୍ୱାଇଟ ହାଉସରେ ଭବ୍ୟ ସ୍ୱାଗତ କରିଥିଲେ ରାଷ୍ଟ୍ରପତି ଟ୍ରମ୍ପ।
ଉଭୟ ନେତାଙ୍କ ମଧ୍ୟରେ ବାଣିଜ୍ୟ, ବିଶ୍ୱ ଶାନ୍ତି ଓ ନୂଆ ପ୍ରଯୁକ୍ତିକୁ ନେଇ ଆଲୋଚନା ହୋଇଥିଲା।
ତେବେ ସବୁଠାରୁ ଅଧିକ ଗୁରୁତ୍ୱ ପାଇଥିଲା AI ପ୍ରସଙ୍ଗ।Advertisment Trump's White House: ଟ୍ରମ୍ପଙ୍କ ୩ ଗଣମାଧ୍ୟମ ଉପରେ ହ୍ୱାଇଟ୍ ହାଉସ୍ ବ୍ୟାନ୍ ଉପରେ ଅଦାଲତଙ୍କ ରୋକ୍ ଜିନପିଙ୍ଗ କହିଥିଲେ, ବର୍ତ୍ତମାନ AI କ୍ଷେତ୍ରରେ ଚୀନ ଓ ଆମେରିକା ବିଶ୍ୱର ଦୁଇ ଅଗ୍ରଣୀ ଶକ୍ତି।
ତେଣୁ ଏହି ପ୍ରଯୁକ୍ତିର ବିକାଶ କିପରି ହେବ ଏବଂ ଏହା ମଣିଷଙ୍କ ମଙ୍ଗଳରେ କିପରି ବ୍ୟବହୃତ ହେବ, ତାହା ସୁନିଶ୍ଚିତ କରିବା ଦୁଇ ଦେଶର ବିଶେଷ ଦାୟିତ୍ୱ।
AI କେବେ ବି ମଣିଷର ନିୟନ୍ତ୍ରଣ ବାହାରକୁ ଯିବା ଉଚିତ୍ ନୁହେଁ ବୋଲି ସେ କହିଥିଲେ।ଏହାସହ ଆମେରିକା-ଚୀନ ସମ୍ପର୍କକୁ ନେଇ ମଧ୍ୟ ଜିନପିଙ୍ଗ ଗୁରୁତ୍ୱପୂର୍ଣ୍ଣ ମତ ରଖିଥିଲେ।
ଦୁଇ ଦେଶ ମଧ୍ୟରେ ପ୍ରତିଯୋଗିତା ରହୁ, କିନ୍ତୁ ତାହା ସଂଘର୍ଷରେ ପରିଣତ ନ ହେଉ ବୋଲି ସେ କହିଥିଲେ।
ତାଙ୍କ ଭାଷାରେ, “ଏହା ଦୌଡ଼ ହେଉ, କୁସ୍ତି ନୁହେଁ; ଯେଉଁଠି ଜଣେ ଜିତିବ ଓ ଅନ୍ୟଜଣେ ହାରିବ।” ଅନ୍ୟପଟେ ଟ୍ରମ୍ପ କହିଥିଲେ, ଶି ଜିନପିଙ୍ଗଙ୍କ ସହ ତାଙ୍କର ଭଲ ବନ୍ଧୁତ୍ୱ ରହିଛି ଏବଂ ଏହା ଦୁଇ ଦେଶର ଲୋକଙ୍କ ସ୍ୱାର୍ଥ ଉପରେ ଆଧାରିତ।
AIକୁ ନେଇ ବଢ଼ୁଥିବା ଚିନ୍ତା ମଧ୍ୟରେ ହ୍ୱାଇଟ ହାଉସରୁ ଆସିଥିବା ଏହି ବାର୍ତ୍ତା ଏବେ ସାରା ବିଶ୍ୱର ନଜର କାଢ଼ିଛି।
AIର ଭବିଷ୍ୟତ କେମିତି ହେବ, ତାହା ଏବେ ଦୁଇ ମହାଶକ୍ତିର ନିଷ୍ପତ୍ତି ଉପରେ ଅନେକାଂଶରେ ନିର୍ଭର କରୁଛି।
"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।