17 OCTOBER 2026

Welcome!

Unlock your personalized experience.
Sign Up

Jio: ୧୯ ହଜାର ପିନ୍‌କୋଡ୍‌ ଅଞ୍ଚଳରେ ସେବା ଦେବାରେ ଏକମାତ୍ର କମ୍ପାନି ହେବ ଜିଓ: ଆକାଶ

Oct 17, 2026 - 03:10
Jio: ୧୯ ହଜାର ପିନ୍‌କୋଡ୍‌ ଅଞ୍ଚଳରେ ସେବା ଦେବାରେ ଏକମାତ୍ର କମ୍ପାନି ହେବ ଜିଓ: ଆକାଶ

ଭୁବନେଶ୍ବର: ଓଡ଼ିଶା ସମେତ ସାରା ଦେଶରେ ଜିଓର ୫ଜି ଓ ଫିକ୍ସଡ ଓୟାରଲେସ୍‌ ଆକ୍ସେସ୍‌ (ଏଫ୍‌ଡବ୍ଲ୍ୟୁଏ)ର ଅଭିବୃଦ୍ଧି ହେବ। କମ୍ପାନିର ୫ଜି ନେଟ୍‌ୱର୍କ ଦେଶର ୯୯% ଲୋକଙ୍କ ପାଖରେ ପହଞ୍ଚିଛି। ୫ଜି ସିମ୍‌ ଓ ୫ଜି ସମର୍ଥ ମୋବାଇଲ୍‌ ଥିବା ଯେକୌଣସି ବ୍ୟକ୍ତି ଆମ ନେଟ୍‌ୱର୍କ ବ୍ୟବହାର କରିପାରିବେ। ଆମର ଏହି ସଂଯୋଗ ବ୍ୟବସ୍ଥା ଆମେରିକା ଓ ଅନ୍ୟାନ୍ୟ ବିକଶିତ ଦେଶ ତୁଳନାରେ ମଧ୍ୟ ଅଧିକ। ଘରୋଇ ବ୍ରଡ୍‌ବ୍ୟାଣ୍ଡ କ୍ଷେତ୍ରରେ ଆମ ନେଟ୍‌ୱର୍କ ସହ ଅଧିକ ସଂଖ୍ୟକ ଗ୍ରାହକଙ୍କୁ ଯୋଡ଼ିବାର ବଡ଼ ସୁଯୋଗ ରହିଛି। ଏବେ ଆମ ୫ଜି ନେଟ୍‌ୱର୍କର ମାତ୍ର ୩୩ ପ୍ରତିଶତ ବ୍ୟବହାର ହେଉଛି।

Seva Sankalp campaign: ସେବା ସଂକଳ୍ପ ଅଭିଯାନରେ ମାଗଣା ହେଲମେଟ୍ ବଣ୍ଟନ କାର୍ଯ୍ୟକ୍ରମ

ଅଧିକ ଗ୍ରାହକଙ୍କୁ ୫ଜି ସେବାକୁ ଆଣିଲେ ବିଶେଷକରି ଘରୋଇ ବ୍ରଡ୍‌ବ୍ୟାଣ୍ଡରେ ଆମେ ନେଟ୍‌ୱର୍କର ଦକ୍ଷତା ବଢ଼ାଇ ପାରିବୁ। ଛୋଟ ସହର ଓ ଗ୍ରାମାଞ୍ଚଳରେ ସୁଲଭ ଡିଜିଟାଲ୍‌ ସଂଯୋଗ ବଢ଼ାଇବାରେ ଜିଓର ବଡ଼ ଭୂମିକା ଥିବାରୁ ଓଡ଼ିଶା ଭଳି ରାଜ୍ୟରେ ୫ଜି ଓ ଫିକ୍ସଡ୍‌ ଓୟାରଲେସ୍‌ ଆକ୍ସେସ୍‌ (ଏଫ୍‌ଡବ୍ଲ୍ୟୁଏ) ଆଗାମୀ ଦିନରେ କିପରି ଅଭିବୃଦ୍ଧିକୁ ଆଗେଇ ନେବ ବୋଲି ଅନ୍‌ଲାଇନ୍‌ରେ ଓଡ଼ିଶାରୁ ‘ସମ୍ବାଦ’ ଓ ‘କନକ ନ୍ୟୁଜ୍‌’ର ବାର୍ତ୍ତା ସମ୍ପାଦକ ଭବାନୀ ଶଙ୍କର ତ୍ରିପାଠୀଙ୍କ ପ୍ରଶ୍ନର ଉତ୍ତରରେ ଏହା କହିଛନ୍ତି ଜିଓ ପ୍ଲାଟଫର୍ମସ୍‌ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ ଆକାଶ ଅମ୍ବାନୀ। ଆକାଶ ଏହା ମଧ୍ୟ କହିଥି‌ଲେ ଯେ ଘରଗୁଡ଼ିକୁ ଫିକ୍ସଡ୍‌ ଓୟାରଲେସ୍‌ ସେବା ଯୋଗାଇବା ପାଇଁ ଆମେ ନିଜସ୍ୱ ପ୍ରଯୁକ୍ତି ‘ୟୁବିଆର୍‌’  ବ୍ୟବହାର କରୁଛୁ। ୟୁବିଆର୍‌ ନେଟ୍‌ୱର୍କ ଉପକରଣ ସ୍ଥାପନ କାର୍ଯ୍ୟ ଶେଷ ହୋଇଛି।

Judegement: ତ୍ବିଷା ଶର୍ମା ମୃତ୍ୟୁ ମାମଲା: ଭୋପାଳ ଅଦାଲତରେ ବିଚାର ସ୍ଥଗିତ ରଖିଲେ ସୁପ୍ରିମ୍‌କୋର୍ଟ

ଏବେ ଘରୋଇ ବ୍ରଡ୍‌ବ୍ୟାଣ୍ଡ ସଂଯୋଗ ପାଇଁ ଅନୁରୋଧ ମିଳିବାର ୪୮ ଘଣ୍ଟା ମଧ୍ୟରେ ଦେଶର ଗ୍ରାହକଙ୍କୁ ସେବା ଯୋଗାଇ ପାରିବୁ। ଶେଷ ପର୍ଯ୍ୟାୟର ସଂଯୋଗ ଓୟାରଲେସ୍‌ ହୋଇଥିବାରୁ ଏହା ସମ୍ଭବ ହୋଇଛି। ଟାୱାର୍‌ ଭିତ୍ତିଭୂମି ପୂର୍ବରୁ ସ୍ଥାପିତ ହୋଇସାରିଛି। କୌଣସି ଘରୁ ଚାହିଦା ଆସିଲେ ଆମେ ତୁରନ୍ତ ସଂଯୋଗ ଯୋଗାଇବାକୁ ପଦକ୍ଷେପ ନେଇପାରିବୁ। କେବଳ ଓଡ଼ିଶା ନୁହେଁ, ସମଗ୍ର ଭାରତରେ ଆମ ଘରୋଇ ବ୍ରଡ୍‌ବ୍ୟାଣ୍ଡ ରଣନୀତିର ଏହା ମୂଳ ଆଧାର। ଦେଶର ୧୯ ହଜାର ପିନ୍‌କୋଡ୍‌ ଅଞ୍ଚଳରେ ଏହି ସେବା ଯୋଗାଇବାର କ୍ଷମତା ଆମର ରହିବ। ଏଭଳି ସେବା ଯୋଗାଇବାରେ ଆମେ ଏକମାତ୍ର କମ୍ପାନି ହେବୁ ବୋଲି ଆକାଶ କହିଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।