14 SEPTEMBER 2026

Welcome!

Unlock your personalized experience.
Sign Up

Jitendra Kumar: ଆଇଆଇଟି ଇଞ୍ଜିନିୟରିଂ ଛାଡ଼ି ଅଭିନୟକୁ ଆପଣେଇଲେ ଜିତେନ୍ଦ୍ର କୁମାର

Sep 14, 2026 - 17:43
Jitendra Kumar: ଆଇଆଇଟି ଇଞ୍ଜିନିୟରିଂ ଛାଡ଼ି ଅଭିନୟକୁ ଆପଣେଇଲେ ଜିତେନ୍ଦ୍ର କୁମାର

ନୂଆଦିଲ୍ଲୀ: ବଲିଉଡ୍‌ର ଜଣାଶୁଣା ଓ ଲୋକପ୍ରିୟ ଅଭିନେତା ଜିତେନ୍ଦ୍ର କୁମାର ଆଜିକାଲି ତାଙ୍କର ଆଗାମୀ ବହୁପ୍ରତୀକ୍ଷିତ ଫିଲ୍ମ ‘ମିର୍ଜାପୁର ଦି ମୁଭି’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏହି ଫିଲ୍ମରେ ସେ ‘ବବ୍ଲୁ ପଣ୍ଡିତ’ ଭୂମିକାରେ ନଜର ଆସୁଛନ୍ତି, ଯାହାକୁ ଦର୍ଶକଙ୍କ ପ୍ରଚୁର ଭଲପାଇବା ମିଳୁଛି। ତେବେ ଜଣେ ସଫଳ ଅଭିନେତା ଭାବେ ନିଜର ପରିଚୟ ସୃଷ୍ଟି କରିଥିବା ଜିତେନ୍ଦ୍ରଙ୍କ ଏହି ଅଭିନୟ ପଛରେ ରହିଛି ଏକ ଭିନ୍ନ ଓ ପ୍ରେରଣାଦାୟୀ କାହାଣୀ।

ଗୋପାଳ ଦତ୍ତଙ୍କ ଶୋ’ରେ ଯୋଗଦେଇ ଜିତେନ୍ଦ୍ର ନିଜ ଜୀବନ ଓ ଅଭିନୟ କ୍ୟାରିୟରର ପ୍ରାରମ୍ଭିକ ଦିନଗୁଡ଼ିକ ବିଷୟରେ ଆଲୋଚନା କରିଛନ୍ତି। ଜିତେନ୍ଦ୍ର ଜଣାଇଛନ୍ତି ଯେ, ସେ ସ୍କୁଲ ଦିନରେ ପ୍ରଥମ ଥର ପାଇଁ ରାମାୟଣ ନାଟକରେ ‘ତାଡ଼କା’ ରାକ୍ଷସୀ ଚରିତ୍ରରେ ଅଭିନୟ କରିଥିଲେ। ସେତେବେଳେ ସେ ଅଭିନୟକୁ ପେଶା ଭାବେ ବାଛିବେ ବୋଲି ଆଦୌ ଭାବି ନଥିଲେ, ତାହା କେବଳ ସ୍କୁଲର ଏକ କାର୍ଯ୍ୟକ୍ରମ ଥିଲା। ସ୍କୁଲ ପଢ଼ା ଶେଷ ହେବା ପରେ ଜିତେନ୍ଦ୍ରଙ୍କ ସମ୍ପୂର୍ଣ୍ଣ ଧ୍ୟାନ ପାଠପଢ଼ା ଉପରେ କେନ୍ଦ୍ରୀଭୂତ ହୋଇଥିଲା। ଆଇଆଇଟି ପ୍ରବେଶିକା ପରୀକ୍ଷା ପାଇଁ ସେ କୋଟା (ରାଜସ୍ଥାନ) ଯାଇ କଠିନ ପରିଶ୍ରମ କରିଥିଲେ ଏବଂ ପ୍ରତିଷ୍ଠିତ ଆଇଆଇଟି ଖଡ଼ଗପୁର (IIT Kharagpur) ରେ ନାମ ଲେଖାଇବାରେ ସଫଳ ହୋଇଥିଲେ।

ଆହୁରି ପଢନ୍ତୁ: Neredi Barrage Dispute ନେରେଡ଼ି ବ୍ୟାରେଜ ବିବାଦ: ‘ବଂଶଧାରା ବଞ୍ଚାଅ, ଓଡ଼ିଶା ବଞ୍ଚାଅ’ ଦାବିରେ ଗୁଣୁପୁରରେ ନିରବ ସତ୍ୟାଗ୍ରହ

ଇଂରାଜୀ ଭାଷାର ଭୟ ଓ ଥିଏଟରରୁ ନୂଆ ଆଶା
ଆଇଆଇଟି କ୍ୟାମ୍ପସରେ ପହଞ୍ଚିବା ପରେ ଜିତେନ୍ଦ୍ରଙ୍କୁ ଏକ ନୂଆ ଆହ୍ୱାନର ସାମ୍ନା କରିବାକୁ ପଡ଼ିଥିଲା। ଆଖପାଖର ସମସ୍ତ ଛାତ୍ରଛାତ୍ରୀ ଇଂରାଜୀରେ କଥା ହେଉଥିବାରୁ ସେ କିଛିଟା ଦୁର୍ବଳ ଅନୁଭବ କରୁଥିଲେ। ଏହି ସମୟରେ ସେ କ୍ୟାମ୍ପସରେ ଥିଏଟର ବିଷୟରେ ଜାଣିବାକୁ ପାଇଥିଲେ। ସେ ବିଭିନ୍ନ ଥିଏଟର ପ୍ରତିଯୋଗିତାରେ ଭାଗ ନେବା ଆରମ୍ଭ କଲେ। ପ୍ରତିଟି ମଞ୍ଚ ପ୍ରଦର୍ଶନ ସହ ସେ ଅନୁଭବ କଲେ ଯେ, ଅଭିନୟ ପ୍ରତି ନିଜର ଗଭୀର ଭଲପାଇବା ରହିଛି। ଆଇଆଇଟି ପରିବେଶରେ ହିଁ ପ୍ରଥମ ଥର ପାଇଁ ସେ ଇଞ୍ଜିନିୟରିଂ ବଦଳରେ ଅଭିନୟକୁ ନିଜର କ୍ୟାରିୟର ଭାବେ ବାଛିବା ପାଇଁ ଚିନ୍ତା କରିଥିଲେ।

ଆହୁରି ପଢନ୍ତୁ: Trump: ଚୀନ୍ ଆମ ଉପରେ ଗୁପ୍ତଚରୀ କରୁଛି, ଆମେ ମଧ୍ୟ ସେହିପରି କରୁଛୁ: ଖୋଲି କହିଲେ ଟ୍ରମ୍ପ

ବର୍ତ୍ତମାନ ଜିତେନ୍ଦ୍ର ‘ମିର୍ଜାପୁର’ର ଚଳଚ୍ଚିତ୍ର ସଂସ୍କରଣରେ ‘ବବ୍ଲୁ ପଣ୍ଡିତ’ ଭୂମିକାରେ ଅଭିନୟ କରି ଦର୍ଶକଙ୍କ ମନ ଜିଣୁଛନ୍ତି। ଇଞ୍ଜିନିୟରିଂ ବ୍ୟାକଗ୍ରାଉଣ୍ଡରୁ ଆସି ବଲିଉଡରେ ସଫଳତାର ଶୀର୍ଷରେ ପହଞ୍ଚିଥିବା ଜିତେନ୍ଦ୍ର କୁମାରଙ୍କ ଏହି ଯାତ୍ରା ଆଜିର ଯୁବପିଢ଼ି ପାଇଁ ବେଶ ପ୍ରେରଣାଦାୟୀ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।