Jitu Kandi Murder: ଅଭିଯୁକ୍ତ ହତ୍ୟାକାରୀଙ୍କ ଘରେ ବୁଲିଲା ବୁଲଡୋଜର, ଜିତୁ କାଣ୍ଡି ହତ୍ୟା ମାମଲାରେ ଆକ୍ସନ୍
ହତ୍ୟାକାରୀଙ୍କ ଘରେ ବୁଲିଲା ବୁଲ୍ଡୋଜର। ଭୁବନେଶ୍ୱରର ଚର୍ଚ୍ଚିତ ଜିତୁ କାଣ୍ଡି ହତ୍ୟାକାଣ୍ଡ ମାମଲାରେ ପୋଲିସ ଓ ପ୍ରଶାସନ ପକ୍ଷରୁ କଡ଼ା କାର୍ଯ୍ୟାନୁଷ୍ଠାନ। ଲିଙ୍ଗରାଜ ଥାନା ଗ୍ୟାରେଜ ଛକସ୍ଥିତ ଗାୟତ୍ରୀ ବସ୍ତିରେ ହତ୍ୟାକାରୀଙ୍କ ଘର ବୁଲ୍ଡୋଜର ଚଳାଇ ଭଙ୍ଗାଯାଇଛି।
ଗତ ଜୁଲାଇ ୩୦ ତାରିଖରେ ଜିତୁ କାଣ୍ଡି ନାମକ ଜଣେ ବ୍ୟକ୍ତିଙ୍କୁ ଅତି ନିର୍ମମ ଭାବେ ପଥରରେ ଛେଚି ହତ୍ୟା କରାଯାଇଥିଲା। ଆଜି ପୋଲିସ ଏବଂ ପ୍ରଶାସନର ମିଳିତ ସହଯୋଗରେ ମୁଖ୍ୟ ଅଭିଯୁକ୍ତ ଶୁଭମ ଦାସ ଏବଂ ବିଶ୍ୱନାଥ ବେହେରାଙ୍କ ଘର ଭଙ୍ଗାଯାଇଛି।
ବୁଲ୍ଡୋଜର ମାଧ୍ୟମରେ ଘରଗୁଡ଼ିକୁ ଭଙ୍ଗାଯିବା ସମୟରେ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡ଼ା କରାଯାଇଥିଲା। ଏହି କାର୍ଯ୍ୟାନୁଷ୍ଠାନ ପରେ ହତ୍ୟା ମାମଲାରେ ଆଇନଶୃଙ୍ଖଳା ଦୃଷ୍ଟିରୁ ପ୍ରଶାସନର ଆଭିମୁଖ୍ୟ କଡ଼ା ରହିଥିବା ସ୍ପଷ୍ଟ ହୋଇଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।