Jolly LLB: ‘ଜଲି ଏଲ୍‌ଏଲ୍‌ବି ୪’ରେ ଫେରିବେ ଅର୍ଶଦ ୱାର୍ସି, ୨୦୨୭ରେ ହୋଇପାରେ ରିଲିଜ୍‌

Oct 21, 2026 - 10:25
Jolly LLB: ‘ଜଲି ଏଲ୍‌ଏଲ୍‌ବି ୪’ରେ ଫେରିବେ ଅର୍ଶଦ ୱାର୍ସି, ୨୦୨୭ରେ ହୋଇପାରେ ରିଲିଜ୍‌

"ମୁମ୍ବାଇ: "ଜଲି ଏଲ୍‌ଏଲ୍‌ବି" ଫ୍ରାଞ୍ଚାଇଜ୍‌ର ଚତୁର୍ଥ ଭାଗ ଆସିବାକୁ ଯାଉଛି।

ଏହି ଫିଲ୍ମରେ ଓକିଲ ଜଗଦୀଶ ତ୍ୟାଗୀ ଓରଫ୍‌ ଜଲି ଭୂମିକାରେ ପୁଣି ନଜର ଆସିବେ ଅର୍ଶଦ ୱାର୍ସି। "ଭାରାଇଟି ଇଣ୍ଡିଆ"ର ଏକ ରିପୋର୍ଟଅନୁଯାୟୀ, ଆଗାମୀ ଫିଲ୍ମର ସୁଟିଂ ଚାଲିଛି ଏବଂ ୨୦୨୭ ଜାନୁଆରୀ ସୁଦ୍ଧା ଏହାର ସୁଟିଂ ଶେଷ ହେବାର ଆଶା ରହିଛି।

ତେବେ ଫିଲ୍ମର ନାମ ଏପର୍ଯ୍ୟନ୍ତ ଚୂଡ଼ାନ୍ତ ହୋଇନାହିଁ।Advertisment ଚତୁର୍ଥ ଭାଗର ନିର୍ଦ୍ଦେଶନା ଦାୟିତ୍ୱରେ ରହିବେ ଉମେଶ ଶୁକ୍ଳା।

ରିପୋର୍ଟ ଅନୁଯାୟୀ, ଏହି ଫିଲ୍ମଟି ପୂର୍ବ ଭାଗଗୁଡ଼ିକର କାହାଣୀକୁ ଆଗକୁ ବଢ଼ାଇବା ପରିବର୍ତ୍ତେ ଏକ ପ୍ରିକ୍ୱେଲ୍‌ ଭାବେ ନିର୍ମାଣ ହେବ।

ଅର୍ଥାତ୍‌, ଏଥିରେ ପୂର୍ବ ଘଟଣାଗୁଡ଼ିକୁ ଦେଖିବାକୁ ମିଳିବ। "ଭାରାଇଟି ଇଣ୍ଡିଆ"କୁ ଏକ ସୂତ୍ର କହିଛି, “ଏହି ପ୍ରୋଜେକ୍ଟର ପ୍ରି-ପ୍ରଡକ୍ସନ୍‌ କାମ ଏବେ ଶେଷ ପର୍ଯ୍ୟାୟରେ ରହିଛି।

ଏହା କାହାଣୀକୁ ଆଗକୁ ନେଉନାହିଁ।

ଏହା ଏକ ପ୍ରିକ୍ୱେଲ୍‌।” ଏହି ଖବର ଫ୍ରାଞ୍ଚାଇଜ୍‌ର ମୁଖ୍ୟ ଓକିଲ ଭୂମିକାରେ ଅର୍ଶଦ ୱାର୍ସିଙ୍କ ପ୍ରତ୍ୟାବର୍ତ୍ତନକୁ ସୂଚାଉଛି।

ଦ୍ୱିତୀୟ ଓ ତୃତୀୟ ଭାଗରେ ଅକ୍ଷୟ କୁମାର ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ।

ଏହି ଫିଲ୍ମଟି ୨୦୨୭ରେ ରିଲିଜ୍‌ ହେବାର ଆଶା ରହିଛି।

ତେବେ ନିର୍ମାତାଙ୍କ ପକ୍ଷରୁ ରିଲିଜ୍‌ ତାରିଖ ନେଇ କୌଣସି ଅଧିକାରିକ ଘୋଷଣା କରାଯାଇନାହିଁ। "ଜଲି ଏଲ୍‌ଏଲ୍‌ବି ୪"ରେ ପୁଣି ଦେଖିବାକୁ ମିଳିବ ଅର୍ଶଦ ୱାର୍ସିଙ୍କ ଚରିତ୍ରର କାହାଣୀ ୨୦୧୩ରେ ରିଲିଜ୍‌ ହୋଇଥିବା "ଜଲି ଏଲ୍‌ଏଲ୍‌ବି" ଫିଲ୍ମରେ ପ୍ରଥମ ଥର ପାଇଁ ଜଲି ଚରିତ୍ରରେ ଅଭିନୟ କରିଥିଲେ ଅର୍ଶଦ ୱାର୍ସି।

ସୁଭାଷ କପୁର ଏହି ଫିଲ୍ମର କାହାଣୀ ଲେଖିବା ସହ ନିର୍ଦ୍ଦେଶନା ମଧ୍ୟ ଦେଇଥିଲେ।

ଏହି କୋର୍ଟରୁମ୍‌ କମେଡି ଫିଲ୍ମରେ ଆଇନଗତ ଲଢ଼େଇ ସହ ହାସ୍ୟରସ ଓ ସାମାଜିକ ବାର୍ତ୍ତାକୁ ମିଶ୍ରଣ କରାଯାଇଥିଲା।

ଏଥିରେ ଜଣେ ସାଧାରଣ ଓକିଲ ଏକ ହାଇପ୍ରୋଫାଇଲ୍‌ ମାମଲା ହାତକୁ ନେବାର କାହାଣୀ ଦେଖିବାକୁ ମିଳିଥିଲା।

ପରେ ଅକ୍ଷୟ କୁମାର "ଜଲି ଏଲ୍‌ଏଲ୍‌ବି ୨"ରେ ଫ୍ରାଞ୍ଚାଇଜ୍‌ରେ ପ୍ରବେଶ କରିଥିଲେ ଏବଂ "ଜଲି ଏଲ୍‌ଏଲ୍‌ବି ୩"ରେ ମଧ୍ୟ ଅଭିନୟ କରିଥିଲେ।

ସୁଭାଷ କପୁରଙ୍କ ନିର୍ଦ୍ଦେଶିତ ତୃତୀୟ ଭାଗରେ ଦୁଇ ଜଣ ଜଲିଙ୍କୁ ଗୋଟିଏ କୋର୍ଟରୁମ୍‌ରେ ସାମ୍ନାସାମ୍ନି ହେବାର ଦେଖାଯାଇଥିଲା।

ଏଥିରେ ଅର୍ଶଦ ୱାର୍ସି ଜଗଦୀଶ ତ୍ୟାଗୀ ଏବଂ ଅକ୍ଷୟ କୁମାର ଜଗଦୀଶ୍ୱର ମିଶ୍ରଙ୍କ ଭୂମିକାରେ ଅଭିନୟ କରିଥିଲେ।

ଚତୁର୍ଥ ଭାଗଟି ଅତୀତର କାହାଣୀକୁ ନେଇ ନିର୍ମାଣ ହେବାକୁ ଥିବାରୁ ଏଥିରେ ଅର୍ଶଦ ୱାର୍ସିଙ୍କ ଚରିତ୍ରର ଜୀବନର ଏକ ପୂର୍ବ ଅଧ୍ୟାୟ ଦେଖିବାକୁ ମିଳିପାରେ।

ତେବେ ଫିଲ୍ମର କାହାଣୀ ଓ ଅନ୍ୟ କଳାକାରଙ୍କ ସମ୍ପର୍କରେ ଏପର୍ଯ୍ୟନ୍ତ ଅଧିକାରିକ ଭାବେ କୌଣସି ସୂଚନା ଦିଆଯାଇନାହିଁ।

ପୁଣି ଫେରିବେ କି ପୁରୁଣା କଳାକାର?

ଏହି ଫ୍ରାଞ୍ଚାଇଜ୍‌ରେ ବିଚାରପତି ସୁନ୍ଦର ଲାଲ ତ୍ରିପାଠୀଙ୍କ ଭୂମିକାରେ ଅଭିନୟ କରି ଦର୍ଶକଙ୍କ ମନ ଜିଣିଥିବା ସୌରଭ ଶୁକ୍ଳାଙ୍କୁ ପୁଣି ଦେଖିବାକୁ ମିଳିବ ବୋଲି ଦର୍ଶକ ଆଶା ରଖିଛନ୍ତି।

ପ୍ରଥମ ଫିଲ୍ମରେ ଅମୃତା ରାଓ, ବୋମନ ଇରାନୀ, ମୋହନ କପୁର ଏବଂ ସଞ୍ଜୟ ମିଶ୍ରଙ୍କ ଭଳି କଳାକାର ମଧ୍ୟ ଅଭିନୟ କରିଥିଲେ।

Dead Body: ଘର ଅଗଣାରୁ ଯୁବକଙ୍କ ମୃତଦେହ ଉଦ୍ଧାର, ପରକୀୟା ପ୍ରୀତିରୁ ହତ୍ୟା ସନ୍ଦେହ ତେବେ ଅର୍ଶଦ ୱାର୍ସିଙ୍କ ବ୍ୟତୀତ ଏହି କଳାକାରମାନଙ୍କ ମଧ୍ୟରୁ କିଏ ପ୍ରିକ୍ୱେଲ୍‌ରେ ଅଭିନୟ କରିବେ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ।

ନିର୍ମାତାଙ୍କ ପକ୍ଷରୁ ଅନ୍ୟ କଳାକାରଙ୍କ ନାମ ନେଇ ମଧ୍ୟ କୌଣସି ଘୋଷଣା କରାଯାଇନାହିଁ।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।