Judgement: ଏନ୍‌ସିଏଲ୍‌ଟିକୁ କବ୍‌ଜାରେ ରଖିଛି କର୍ପୋରେଟ୍ ବ୍ୟାପାର ମନ୍ତ୍ରଣାଳୟ: ସୁପ୍ରିମକୋର୍ଟ

Oct 29, 2026 - 21:09
Judgement: ଏନ୍‌ସିଏଲ୍‌ଟିକୁ କବ୍‌ଜାରେ ରଖିଛି କର୍ପୋରେଟ୍ ବ୍ୟାପାର ମନ୍ତ୍ରଣାଳୟ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଜାତୀୟ କମ୍ପାନି ଆଇନ ଟ୍ରିବ୍ୟୁନାଲ୍‌ (ଏନ୍‌ସିଏଲ୍‌ଟି) ଓ ଏହାର ଅପିଲ୍‌ ସଂସ୍ଥା ଏନ୍‌ସିଏଲ୍‌ଏଟିର କାର୍ଯ୍ୟରେ କର୍ପୋରେଟ୍ ବ୍ୟାପାର ମନ୍ତ୍ରଣାଳୟର ହସ୍ତକ୍ଷେପକୁ ନେଇ କଡ଼ା ମନ୍ତବ୍ୟ ଦେଇଛନ୍ତି ସୁପ୍ରିମକୋର୍ଟ ।

ଏହି ଦୁଇ ସଂସ୍ଥାକୁ ମନ୍ତ୍ରଣାଳୟ ସମ୍ପୂର୍ଣ୍ଣ ନିଜ କବ୍‌ଜାକୁ ନେଇଯାଇଛି ବୋଲି ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ ମୌଖିକ ମନ୍ତବ୍ୟ ଦେଇଛନ୍ତି।

ଏହାଦ୍ୱାରା ସଂସ୍ଥାଗୁଡ଼ିକର ସ୍ୱାଧୀନତା ପ୍ରଭାବିତ ହେଉଥିବା ସେ କହିଛନ୍ତି।

Advertisment ପ୍ରଧାନ ବିଚାରପତି, ବିଚାରପତି ଜୟମାଲ୍ୟ ବାଗଚୀ ଓ ବିଚାରପତି ଭି ମୋହନାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏକ ଆବେଦନର ଶୁଣାଣି କରି ଉଭୟ ସଂସ୍ଥାର ଅଧ୍ୟକ୍ଷଙ୍କୁ କର୍ମଚାରୀ ନିଯୁକ୍ତି କ୍ଷେତ୍ରରେ ଅଧିକ ସ୍ୱାଧୀନତା ଦେବାକୁ କହିଛନ୍ତି।

ଏନ୍‌ସିଏଲ୍‌ଟି ଓ ଏନ୍‌ସିଏଲ୍‌ଏଟିର ଅଧ୍ୟକ୍ଷଙ୍କୁ ଆସନ୍ତା ଚାରି ସପ୍ତାହ ମଧ୍ୟରେ ଆବଶ୍ୟକ ଭିତ୍ତିଭୂମି, କର୍ମଚାରୀ ଓ ପ୍ରଶାସନିକ ସୁବିଧା ସମ୍ପର୍କରେ ବିସ୍ତୃତ ପ୍ରସ୍ତାବ ଦାଖଲ କରିବାକୁ ସୁପ୍ରିମକୋର୍ଟ କହିଛନ୍ତି।

ଟ୍ରିବ୍ୟୁନାଲ୍‌ଗୁଡ଼ିକର ସୁଚାରୁ ପରିଚାଳନା ପାଇଁ କେନ୍ଦ୍ର ସରକାର ଶୀଘ୍ର ଆବଶ୍ୟକ ପଦକ୍ଷେପ ନେବା ଉପରେ ମଧ୍ୟ ଖଣ୍ଡପୀଠ ଗୁରୁତ୍ୱ ଦେଇଛନ୍ତି।

Supreme Court: ସରକାର ଏବଂ ନିର୍ବାଚନ କମିସନଙ୍କୁ ଜବାବ ତଲବ କଲେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି କହିଛନ୍ତି, ଦୁଇ ସଂସ୍ଥା ଉପରେ ମନ୍ତ୍ରଣାଳୟ ସମ୍ପୂର୍ଣ୍ଣ ନିୟନ୍ତ୍ରଣ ରଖିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ।

ଟ୍ରିବ୍ୟୁନାଲ୍‌ଗୁଡ଼ିକର ସ୍ୱାଧୀନତା ରକ୍ଷା ପାଇଁ ନିଯୁକ୍ତି ସମ୍ପର୍କିତ ନିଷ୍ପତ୍ତି ନେବାର ଅଧିକାର ସେମାନଙ୍କ ଅଧ୍ୟକ୍ଷଙ୍କ ପାଖରେ ରହିବା ଆବଶ୍ୟକ।

ଅସ୍ଥାୟୀ ଭାବେ ସରକାରୀ ବିଭାଗର ଅଭିଜ୍ଞ କର୍ମଚାରୀଙ୍କୁ ଡେପୁଟେସନ୍‌ରେ ନିଯୁକ୍ତି ଦେବା ସହ ପରବର୍ତ୍ତୀ ସମୟରେ ୟୁପିଏସ୍‌ସି କିମ୍ବା ଏସ୍‌ଏସ୍‌ସି ସହାୟତାରେ ପର୍ଯ୍ୟାୟକ୍ରମେ ନିୟମିତ ନିଯୁକ୍ତି କରିବାକୁ ସେ ପରାମର୍ଶ ଦେଇଛନ୍ତି।

ଶୁଣାଣି ସମୟରେ ଏନ୍‌ସିଏଲ୍‌ଟିରେ ପଦବି ଖାଲି ପଡ଼ିଥିବା ଓ ଭିତ୍ତିଭୂମିର ଅଭାବ ସମସ୍ୟା ମଧ୍ୟ ସାମ୍ନାକୁ ଆସିଥିଲା।

ଟ୍ରିବ୍ୟୁନାଲ୍‌ର ୩୨୦ଟି ନିୟମିତ ପ୍ରଶାସନିକ ପଦବି ମଧ୍ୟରୁ ମାତ୍ର ୬୭ଟି ପୂରଣ ହୋଇଥିବା ବେଳେ ୨୫୩ଟି ଖାଲି ପଡ଼ିଛି।

ଏଥିସହ ବିଚାରପତି ଓ ବୈଷୟିକ ସଦସ୍ୟଙ୍କ ଅଭାବ ଓ କୋର୍ଟ କାର୍ଯ୍ୟରେ ବିଳମ୍ବକୁ ନେଇ ମଧ୍ୟ ଚିନ୍ତା ପ୍ରକାଶ ପାଇଥିଲା।

ବହୁଦିନ ଧରି କାର୍ଯ୍ୟ କରୁଥିବା ଚୁକ୍ତିଭିତ୍ତିକ କର୍ମଚାରୀମାନଙ୍କ ଭବିଷ୍ୟତ ସମ୍ପର୍କରେ ମଧ୍ୟ ଶୁଣାଣି ବେଳେ ଆଲୋଚନା ହୋଇଥିଲା।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।