Judgement: ଏସଆଇ, ଏଏସଆଇ ଓ କନ‌ଷ୍ଟେବଳଙ୍କ ଜାମିନ ଖାରଜ କଲେ ହାଇକୋର୍ଟ

Oct 15, 2026 - 07:59
Judgement: ଏସଆଇ, ଏଏସଆଇ ଓ କନ‌ଷ୍ଟେବଳଙ୍କ ଜାମିନ ଖାରଜ କଲେ ହାଇକୋର୍ଟ

"କଟକ: ୨୦୧୭ ମସିହାରେ ଜଣେ ବ୍ୟକ୍ତିଙ୍କ ପୁଲିସ ହେପାଜତରେ ମୃତ୍ୟୁ ଘଟଣାରେ ଗିରଫ ହୋଇ ଜେଲରେ ଥିବା ତିନି ଜଣ ପୁଲିସ କର୍ମଚାରୀଙ୍କ ଜାମିନ ଆବେଦନ ହାଇକୋର୍ଟ ଖାରଜ କରିଛନ୍ତି।

ମୃତ ବ୍ୟକ୍ତିଙ୍କ ଶରୀରରେ ୨୪ଟି ସ୍ଥାନରେ କ୍ଷତ ଚିହ୍ନ ଥିବା ତଥା ପୁଲିସ ହାଜତରେ ଏଭଳି ଘଟଣା ଘଟିଥିବା ଓ ଅଭିଯୁକ୍ତଙ୍କୁ ସୁହାଇଲା ଭଳି ଡାକ୍ତରୀ ମତ ହାସଲ ଉଦ୍ୟମ ଅଭିଯୋଗକୁ ବିଚାରକୁ ନେଇ ଏ ସଂପର୍କିତ ତିନୋଟି ଜାମିନ ଆବେଦନକୁ ଖାରଜ କରିଛନ୍ତି।

Advertisment ଜଷ୍ଟିସ ଭି.ନରସିଂହଙ୍କୁ ନେଇ ଗଠିତ ଖଣ୍ଡପୀଠ ପୁଲିସ କନଷ୍ଟେବଳ ଦେବେନ୍ଦ୍ର କୁମାର ପାଏକ, ଏଏସଆଇ କୃଷ୍ଣଚନ୍ଦ୍ର ବେହେରା ଓ ଏସଆଇ ଶିବ ପ୍ରସାଦ ସାହୁଙ୍କ ଜାମିନ ଆବେଦନକୁ ଖାରଜ କରିଛନ୍ତି।

ଏହି ଅଭିଯୁକ୍ତମାନେ ୨୦୨୫, ଅଗଷ୍ଟ ୨୯ରୁ ଗିରଫ ହୋଇ ଜେଲରେ ଅଛନ୍ତି।

କୋରାପୁଟ ଦୌରା ଅଦାଲତରେ ଜାମିନ ଖାରଜ ହେବା ପରେ ଅଭିଯୁକ୍ତମାନେ ଜାମିନ ପାଇଁ ହାଇକୋର୍ଟରେ ପୃଥକ ଆବେଦନ ଦାୟର କରିଥିଲେ।

କ"ଣ ଥିଲା ମାମଲା?ମାମଲାର ବିବରଣୀରୁ ପ୍ରକାଶ ଯେ ୨୦୧୭, ଜାନୁଆରି ୩୦ରେ ୧୪ଟି ଅପରାଧିକ ମାମଲାରେ ଜଡ଼ିତ ଆକାଶ ମହୁରିଆଙ୍କୁ ଗିରଫ କରିବା ପାଇଁ ପୁଲିସ ଦଳ ଯାଇଥିଲା।

ପୁଲିସ ପକ୍ଷରୁ ଦାବି କରାଯାଇଥିଲା ଯେ ଗିରଫଦାରୀ ଏଡ଼ାଇବା ପାଇଁ ମୋଟରସାଇକେଲରେ ଖସିଯିବା ବେଳେ ଜୟପୁର ଟାଉନ ଥାନା ଅନ୍ତର୍ଗତ କେନାଲ ରୋଡ଼ରେ ପଡ଼ିଯିବାରୁ ଆକାଶ ଗୁରୁତର ଆହତ ହୋଇଥିଲେ ଓ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା।

ପ୍ରାରମ୍ଭରେ ଏହାକୁ ଏକ ଦୁର୍ଘଟଣା ଦର୍ଶାଇ ମାମଲା ବନ୍ଦ କରାଯାଇଥିବା ବେଳେ, ମୃତକଙ୍କ ମା" ଓଡ଼ିଶା ମାନବିକ ଅଧିକାର କମିସନ ଓ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ।

ଏହା ପୁଲିସ ହେପାଜତରେ ହତ୍ୟା ବୋଲି ଅଭିଯୋଗ କରିଥିଲେ।

ଆକାଶଙ୍କୁ ପୁଲିସ ମାଡ ମାରି ହତ୍ୟା କରିଥିଲା ଓ ସଂପୂର୍ଣ୍ଣ ଘଟଣାକୁ ଏକ ଦୁର୍ଘଣାର ରୁପ ଦେବାକୁ ଉଦ୍ୟମ କରାଯାଇଥିଲା ବୋଲି ଅଭିଯୋଗରେ ଦର୍ଶାଯାଇଥିଲା।

କ୍ରାଇମବ୍ରାଞ୍ଚ ପକ୍ଷରୁ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ କରାଯାଇଥିଲା।

ଅଭିଯୁକ୍ତ ପୁଲିସ କନଷ୍ଟେବଳ ଦେବେନ୍ଦ୍ର କୁମାର ପାଇକ, ଏଏସ୍ଆଇ.

କୃଷ୍ଣଚନ୍ଦ୍ର ବେହେରା ଓ ଏସଆଇ ଶିବ ପ୍ରସାଦ ସାହୁ ୨୦୨୫ ଅଗଷ୍ଟ ୨୯ ତାରିଖରୁ ଗିରଫ କରାଯାଇଥିଲା।

ସାକ୍ଷୀଙ୍କ ବୟାନ, ଡାକ୍ତରୀ ପ୍ରମାଣ ଓ ମାମଲାର ଗମ୍ଭୀରତାକୁ ଦୃଷ୍ଟିରେ ରଖି ହାଇକୋର୍ଟ ଅଭିଯୁକ୍ତମାନଙ୍କୁ ଏହି ପର୍ଯ୍ୟାୟରେ ଜାମିନ ଦେବାକୁ ମନା କରିଦେଇଛନ୍ତି।

ଏତେଲାକାରୀ ଙ୍କ ତରଫରୁ ରୁ ଆଇନଜୀବୀ ସୂର୍ଯ୍ୟକାନ୍ତ ଦାଶ ମାମଲା ପରିଚାଳନା କରୁଥିଲେ l Judgement: ପଥର ଖଣି ଯାଞ୍ଚ ପାଇଁ ଆଇନଜୀବୀଙ୍କୁ ସ୍ବତନ୍ତ୍ର ଅଧିକାରୀ ଭାବେ ନିଯୁକ୍ତ କଲେ ହାଇକୋର୍ଟ"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।