Judgement: ଓଡ଼ିଶା ହାଇକୋର୍ଟରୁ ବିଦ୍ୟାଭାରତୀଙ୍କୁ ମିଳିଲା ସାମୟିକ ଆଶ୍ବସ୍ତି

Sep 30, 2026 - 21:51
Judgement: ଓଡ଼ିଶା ହାଇକୋର୍ଟରୁ ବିଦ୍ୟାଭାରତୀଙ୍କୁ ମିଳିଲା ସାମୟିକ ଆଶ୍ବସ୍ତି

"କଟକ: ବହୁ ଚର୍ଚ୍ଚିତ ଏସିଏଫ୍‌ ସୌମ୍ୟରଂଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣାରେ ପତ୍ନୀ ବିଦ୍ୟାଭରତୀ ପଣ୍ଡାଙ୍କ ଆ‌ବେଦନ ସୁପ୍ରିମକୋର୍ଟରେ ଖାରଜ ହୋଇଛି।

ବିଦ୍ୟାଭାରତୀଙ୍କ ଆବେଦନକୁ ଖାରଜ କରି ଓଡ଼ିଶା ହାଇକୋର୍ଟ ୨୦୨୬, ସେପ୍ଟେମ୍ବର ୩ରେ ପ୍ରଦାନ କରିଥିବା ନିର୍ଦ୍ଦେଶ ବିରୋଧରେ ସେ ସୁପ୍ରିମକୋର୍ଟରେ ଏସଏଲପି ଦାୟର କରିଥିଲେ।

ବିଦ୍ୟାଭାରତୀ ଆଗୁଆ ଜାମିନ ପାଇଁ ଆବେଦନ କରି ପାରିବେ ବୋଲି ସୁପ୍ରିମକୋର୍ଟ କହିବା ସହିତ ତାଙ୍କ ଏସଏଲପିକୁ ଖାରଜ କରିଛନ୍ତି।

ଜଷ୍ଟିସ ପ୍ରଶାନ୍ତ କୁମାର ମିଶ୍ର ଓ ଜଷ୍ଟିସ ଶ୍ରୀ ଚନ୍ଦ୍ରଶେଖରଙ୍କୁ ନେଇ ଗଠିତ ଖଣ୍ଡପୀଠ ବିଦ୍ୟାଭାରତୀଙ୍କ ଏସଏଲପିର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।Advertisment ଅନ୍ୟପକ୍ଷରେ ଓଡ଼ିଶା ହାଇକୋର୍ଟରୁ ବିଦ୍ୟାଭାରତୀଙ୍କୁ ଆଜି ସାମୟିକ ଆଶ୍ବସ୍ତି ମିଳିଛି।

ଅକ୍ଟୋବର ୧ ତାରିଖ ବା ଏହା ପୂର୍ବରୁ ପାରଳାଖେମୁଣ୍ଡି ଏସଡିଜେଏମ ଅଦାଲତରେ ହାଜର ହେବାକୁ ବିଦ୍ୟାଭାରତୀଙ୍କୁ ହାଇକୋର୍ଟ ଗତ ସେପ୍ଟେମ୍ବର ୩ରେ ଦେଇଥିବା ନିର୍ଦ୍ଦେଶରେ ପରିବର୍ତ୍ତନ କରିବାକୁ ଓ ହାଜର ହୋବକୁ ଅଧିକ ସମୟ ପ୍ରଦାନ ପ୍ରସଂଗ ନେଇ ଦାୟର ଅନ୍ତରୀଣ ଆବେଦନର ଆଜି ଶୁଣାଣି ହୋଇଥିଲା।

ହାଜର ହେବା ପାଇଁ ଧାର୍ଯ୍ୟ ସମୟସୀମା ବୃଦ୍ଧି ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଅକ୍ଟୋବର ୩୦ ସୁଦ୍ଧା ଏସଡିଜେଏମ ଅଦାଲତରେ ହାଜର ହୋବକୁ ବିଦ୍ୟାଭାରତୀଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

ଜଷ୍ଟିସ ଶିବଶଙ୍କର ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ବିଦ୍ୟାଭାରତୀଙ୍କ ଅନ୍ତରୀଣ ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।

ଏସିଏଫ୍ ସୌମ୍ୟରଂଜନ ମହାପାତ୍ରଙ୍କ ମୃତ୍ୟୁ ମାମଲା: ହାଇକୋର୍ଟ ଗଲେ ବିଦ୍ୟାଭାରତୀ, ଡିଏଫ୍‌ଓ ଉଲ୍ଲେଖ ଯୋଗ୍ୟ ଯେ ବ୍ୟକ୍ତିଗତ ହାଜିରାରୁ ମୁକ୍ତି ପ୍ରସଂଗ ‌ନେଇ ବିଦ୍ୟାଭରତୀ ସିଆରପିସିର ଧାରା ୨୦୫ରେ ଦାୟର କରିଥିବା ଆବେଦନକୁ ଖାରଜ କରି ପାରଳାଖେମୁଣ୍ଡି ଏସଡିଜେଏମ ଅଦାଲତ ୨୦୨୩, ଜୁନ ୨୩ ଓ ୨୦୨୪, ମାର୍ଚ୍ଚ ୧୧ରେ ଦେଇଥିବା ନିର୍ଦ୍ଦେଶରେ ହସ୍ତକ୍ଷେପ କରିବାକୁ ହାଇକୋର୍ଟ ମନା କରିଥିଲେ।

ଏଥି ସହିତ ଏସଡିଜେଏମ ଅଦାଲତଙ୍କ ଏପରି ନିର୍ଦ୍ଦେଶ ବିରୋଧରେ ବିଦ୍ୟାଭାରତୀ ଦାୟର କରିଥିବା ଦୁଇ ଆବେଦନକୁ ଗତ ସେପ୍ଟେମ୍ବର ୩ରେ ହାଇକୋର୍ଟ ଖାରଜ କରିଥିଲେ।

ଅକ୍ଟୋବର ୧ ତାରିଖ ବା ଏହା ପୂର୍ବରୁ ଏସଡିଜେଏମ ଅଦାଲତରେ ହାଜର ହେବାକୁ ବିଦ୍ୟାଭାରତୀଙ୍କୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ।

ମାମଲାର ବିବରଣୀରୁ ପ୍ରକାଶ ଯେ ୨୦୨୧, ଜୁଲାଇ ୧୨ ରାତିରେ ଫରେଷ୍ଟ କଲୋନିସ୍ଥିତ ନିଜ ସରକାରୀ ବାସଭବନରେ ଏସିଏଫ୍‌ ସୌମ୍ୟରଞ୍ଜନ ସନ୍ଦେହଜନକ ଅବସ୍ଥାରେ ପୋଡ଼ି ହୋଇ ଗୁରୁତର ହୋଇଥିଲେ।

୧୩ ତାରିଖ ଦିନ ତାଙ୍କ ମୃତ୍ୟୁ ହୋଇଥିଲା।

ଏହି ଘଟଣାରେ ସୌମ୍ୟରଞ୍ଜନଙ୍କ ପତ୍ନୀ, ତତ୍କାଳୀନ ଡିଏଫଓ ଓ ରୋଷେୟାଙ୍କ ସଂପୃକ୍ତି ଥିବା ପରିବାର ତରଫରୁ ଅଭିଯୋଗ କରାଯାଇଥିଲା।

ତଦନ୍ତକାରୀ ସଂସ୍ଥାର ତଦନ୍ତରେ ଅସନ୍ତୋଷବ୍ୟକ୍ତ କରି ସୌମ୍ୟରଂଜନଙ୍କ ବାପା ଅଭିରାମ ମହାପାତ୍ର ଏସଡିଜେଏମ ଅଦାଲତରେ ପ୍ରୋଟେଷ୍ଟ ପିଟିସନ ଦାୟର କରିଥିଲେ।

୨୦୨୩, ଏପ୍ରିଲ ୧୨ରେ ପାରଳାଖେମୁଣ୍ଡି ଏସଡିଜେଏମ ଅଦାଲତ ଏହି ପିଟିସନର ଶୁଣାଣି କରି ବିଦ୍ୟାଭାରତୀ, ତତ୍କାଳୀନ ଡିଏଫଓ ଶ୍ରୀ ବେହେରା ଓ ରୋଷେୟା ମନ୍ମଥ କୁମ୍ଭଙ୍କ ବିରୋଧରେ ଆଇପିସିର ଦଫା ୩୦୨ ଓ ୧୨୦-ଖ"ରେ କଗନିଜାନ୍ସ ଗ୍ରହଣ କରିଥିଲେ।

ଏହି କଗନିଜାନ୍ସ ନିର୍ଦ୍ଦେଶ ବିରୋଧରେ ବିଦ୍ୟାଭାରତୀ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇ ନିରାଶ ହୋଇଥିଲେ।

ଏହାପରେ ଏସଡିଜେଏମ ଅଦାଲତରେ ବିଚାରାଧୀନ ମୂଳ ମାମଲା ଓ ‌ପ୍ରୋଟେଷ୍ଟ ପିଟିସନ ଆଧାରରେ ବିଚାରାଧୀନ ମାମଲାରେ ବ୍ୟକ୍ତିଗତ ହାଜିରାରୁ ମୁକ୍ତି ପାଇଁ ବିଦ୍ୟାଭାରତୀ ଦାୟର କରିଥିବା ଆବେଦନ ଏସଡିଜେଏମ ଅଦାଲତରେ ଖାରଜ ହୋଇଥିଲା।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।