Judgement: ଗୁରୁତର ଅପରାଧୀଙ୍କୁ ପ୍ରୋବେସନ୍‌ରେ ଛାଡ଼ିବା ନେଇ ସୁପ୍ରିମ୍‌କୋର୍ଟଙ୍କ ଭର୍ତ୍ସନା

Oct 24, 2026 - 01:07
Judgement: ଗୁରୁତର ଅପରାଧୀଙ୍କୁ ପ୍ରୋବେସନ୍‌ରେ ଛାଡ଼ିବା ନେଇ ସୁପ୍ରିମ୍‌କୋର୍ଟଙ୍କ ଭର୍ତ୍ସନା

ନୂଆଦିଲ୍ଲୀ: ଛୁରି ଓ ବନ୍ଧୁକରେ ଗୁରୁତର ଆକ୍ରମଣ ମାମଲାରେ ଦଣ୍ଡିତ ଦୁଇ ଜଣଙ୍କୁ ଜେଲ୍‌ରେ ରଖିବା ପରିବର୍ତ୍ତେ ପ୍ରୋବେସନ୍‌ରେ ଛାଡ଼ିବା ନିଷ୍ପତ୍ତିକୁ ନେଇ ଆହ୍ଲାବାଦ ହାଇକୋର୍ଟ ଙ୍କୁ କଡ଼ା ଭର୍ତ୍ସନା କରିଛନ୍ତି ସୁପ୍ରିମ୍‌କୋର୍ଟ।

ଅପରାଧର ନିଷ୍ଠୁରତା ଓ ପୀଡ଼ିତଙ୍କ ଗୁରୁତର ଆଘାତକୁ ବିଚାରକୁ ନ ନେଇ ଦୋଷୀଙ୍କ ପ୍ରତି ଅଯଥା ସହାନୁଭୂତି ଦେଖାଯାଇଥିବା ଶୀର୍ଷ ଅଦାଲତ କହିଛନ୍ତି।

ଜଷ୍ଟିସ୍‌ ଜେବି ପାର୍ଦିୱାଲା ଓ ଜଷ୍ଟିସ୍‌ କେ ବିନୋଦ ଚନ୍ଦ୍ରନଙ୍କ ଖଣ୍ଡପୀଠ ହାଇକୋର୍ଟଙ୍କ ଆଦେଶକୁ ରଦ୍ଦ କରି ଦୁଇ ଦୋଷୀଙ୍କୁ ଦୁଇ ସପ୍ତାହ ମଧ୍ୟରେ ଆତ୍ମସମର୍ପଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

Advertisment ଉତ୍ତରପ୍ରଦେଶର ବହରାଇଚ୍‌ରେ ୨୦୦୩ରେ ଏହି ଘଟଣା ଘଟିଥିଲା।

ବ୍ୟବସାୟିକ ପ୍ରତିଦ୍ୱନ୍ଦ୍ୱିତାକୁ ନେଇ ଦୁଇ ଅଭିଯୁକ୍ତ ଜଣେ ବ୍ୟକ୍ତିଙ୍କୁ ଆକ୍ରମଣ କରିଥିଲେ।

ଏଥିରେ ପୀଡ଼ିତ ଗୁରୁତର ଆହତ ହୋଇଥିଲେ।

ଟ୍ରାଏଲ୍‌ କୋର୍ଟ ଦୁଇ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରି ପାଞ୍ଚ ବର୍ଷର କଠୋର କାରାଦଣ୍ଡ ସହ ପ୍ରତ୍ୟେକଙ୍କୁ ୨୦ ହଜାର ଟଙ୍କା ଜରିମାନା କରିଥିଲେ।

ପରେ ଆହ୍ଲାବାଦ ହାଇକୋର୍ଟ ଦୋଷୀ ସାବ୍ୟସ୍ତ ହେବାକୁ କାଏମ ରଖିଥିଲେ ମଧ୍ୟ ଭଲ ଆଚରଣ ଆଧାରରେ ପ୍ରୋବେସନ୍‌ ଅଫ୍‌ ଅଫେଣ୍ଡର୍ସ ଆଇନ, ୧୯୫୮ର ଧାରା ୪ ଅନୁଯାୟୀ ସେମାନଙ୍କୁ ଜେଲ୍‌ ଦଣ୍ଡରୁ ମୁକ୍ତି ଦେଇଥିଲେ।

ଏହି ନିଷ୍ପତ୍ତିକୁ ଉତ୍ତରପ୍ରଦେଶ ସରକାର ସୁପ୍ରିମ୍‌କୋର୍ଟରେ ଚାଲେଞ୍ଜ୍‌ କରିଥିଲେ।

ଶୀର୍ଷ ଅଦାଲତ କହିଛନ୍ତି, ପ୍ରୋବେସନ୍‌ରେ ମୁକ୍ତି ଦେବା ଏକ ସ୍ୱୟଂଚାଳିତ ସୁବିଧା ନୁହେଁ।

ଏଥିପାଇଁ ଅପରାଧର ପ୍ରକୃତି, ତାହାର ଗୁରୁତ୍ୱ ଏବଂ ଦୋଷୀଙ୍କ ଚରିତ୍ରକୁ ବିଚାର କରିବା ଆବଶ୍ୟକ।

ଏହି ମାମଲାରେ ଦୁଇ ଦୋଷୀ ଗୋଟିଏ ଦିନ ମଧ୍ୟ ଜେଲ୍‌ରେ ରହି ନ ଥିବାରୁ ଖଣ୍ଡପୀଠ ଅସନ୍ତୋଷ ପ୍ରକାଶ କରିଥିଲେ।

Judgement: ଆହ୍ଲାବାଦ ହାଇକୋର୍ଟଙ୍କର କ'ଣ ହୋଇଛି: ସୁପ୍ରିମ୍‌କୋର୍ଟ ଏଥିସହ ଟ୍ରାଏଲ୍‌ କୋର୍ଟ ହତ୍ୟା ଉଦ୍ୟମ ସମ୍ପର୍କିତ ଧାରା ୩୦୭ ପରିବର୍ତ୍ତେ ଧାରା ୩୦୮ ଅନୁଯାୟୀ ଅଭିଯୋଗ ଦାଏର କରିଥିବାରୁ ସୁପ୍ରିମ୍‌କୋର୍ଟ ଆପତ୍ତି ଉଠାଇଥିଲେ।

ଦୋଷୀମାନେ ଆତ୍ମସମର୍ପଣ ନ କଲେ ବହରାଇଚ୍‌ର ଅତିରିକ୍ତ ସେସନ୍ସ କୋର୍ଟ ସେମାନଙ୍କୁ ଧରିବା ପାଇଁ ତୁରନ୍ତ ପଦକ୍ଷେପ ନେବେ।

ଦୁଇ ଦୋଷୀଙ୍କୁ ହାଜତକୁ ନିଆଯିବା ପରେ ହିଁ ଆହ୍ଲାବାଦ ହାଇକୋର୍ଟର ଲକ୍ଷ୍ନୌ ଖଣ୍ଡପୀଠରେ ମାମଲାର ଶୁଣାଣି ହେବ ବୋଲି ସୁପ୍ରିମ୍‌କୋର୍ଟ କହିଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।