Judgement: ପୂର୍ବତନ ପୁଲିସ ଡିଜି ୱାଇବି ଖୁରାନିଆଙ୍କ ସତ୍ୟପାଠ ଦାଖଲ

Oct 01, 2026 - 08:04
Judgement: ପୂର୍ବତନ ପୁଲିସ ଡିଜି ୱାଇବି ଖୁରାନିଆଙ୍କ ସତ୍ୟପାଠ ଦାଖଲ

"କଟକ: ଓଡ଼ିଶା ହାଇକୋର୍ଟରେ ବିଚାରାଧୀନ ଅଦାଲତ ଅବମାନନା ମାମଲାରେ ଅଗଷ୍ଟ ୨୪ର ନିର୍ଦ୍ଦେଶ ପାଳନ କରି ରାଜ୍ୟର ପୂର୍ବତନ ଡିଜିପି ଯୋଗେଶ ବାହାଦୂର ଖୁରାନିଆ ସତ୍ୟପାଠ ଦାଖଲ କରିଛନ୍ତି।

ପରବର୍ତ୍ତୀ ତାରିଖରେ ଏହି ପ୍ରସଂଗରେ ବିଚାର ହେବ ବୋଲି ହାଇକୋର୍ଟ କହିଛନ୍ତି।

ଏଥି ସହିତ ପୁଲିସ ଡିଜି ଓ ଆଇଜିଙ୍କ ତରଫରୁ ଦାଖଲ ଆଦେଶ କାର୍ଯ୍ୟକାରୀ ସତ୍ୟପାଠକୁ ରେକର୍ଡଭୁକ୍ତ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି।

Advertisment ଆଦେଶ କାର୍ଯ୍ୟକାରୀ ସତ୍ୟପାଠ ବର୍ତ୍ତମାନର ପୁଲିସ ଡିଜି ଓ ଆଇଜି ଦାଖଲ କରି ସାରିଥିବା ଘଟଣାକୁ ହାଇକୋର୍ଟ ବିଚାରକୁ ନେଇ ପୁଲିସ ଆଇଜି (ପର୍ସୋନେଲ) ଓ ଡିଜିଙ୍କୁ ବ୍ୟକ୍ତିଗତ ହାଜିରାରୁ ମୁକ୍ତ କରିଛନ୍ତି।

ଜଷ୍ଟିସ ସଞ୍ଜୟ କୁମାର ମିଶ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ସାଗରିକା ପରିଡ଼ାଙ୍କ ଅଦାଲତ ଅବମାନନା ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।

ନଭେମ୍ବର ଦ୍ବିତୀୟ ସପ୍ତାହରେ ଅତାଲତ ଅବମାନନା ମାମଲାର ପରବର୍ତ୍ତୀ ଶୁଣାଣି ହେବ।

ଖୁରାନିଆଙ୍କୁ କାରଣ ଦର୍ଶାଅ ନୋଟିସ୍‌ଉଲ୍ଲେଖଯୋଗ୍ୟ ଯେ ଅଦାଲତ ଅବମାନନା ମାମଲାର ଅଗଷ୍ଟ ୨୪ରେ ହାଇକୋର୍ଟ ଶୁଣାଣି କରି ପୂର୍ବତନ ଡିଜିପି ଶ୍ରୀ ଖୁରାନିଆଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ।

୨୦୨୫, ସେପ୍ଟେମ୍ବର ୨୫ର ଆଦେଶର ଉଲ୍ଲଂଘନ ପାଇଁ କାହିଁକି ତାଙ୍କ ବିରୋଧରେ ଅଦାଲତ ଅବମାନନା ଆଇନର ଧାରା ୧୨ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ନାହିଁ, ସେ ନେଇ କାରଣ ଦର୍ଶାଇବାକୁ ଶ୍ରୀ ଖୁରାନିଆଙ୍କୁ ନୋଟିସ୍ ଜାରି କରିଥିଲେ ହାଇକୋର୍ଟ।

ଶ୍ରୀ ଖୁରାନିଆ ଅବସର ନେଇ ସାରିଥିବାରୁ ପୁଲିସ ଆଇଜି (ପର୍ସୋନେଲ) ତାଙ୍କୁ କାରଣ ଦର୍ଶାଅ ନୋଟିସ ପ୍ରଦାନ କରିବେ ବୋଲି ହାଇକୋର୍ଟ କହିଥିଲେ।

ନିର୍ଦ୍ଦେଶ ଦେଇଥିଲେ ହାଇକୋର୍ଟଅଦାଲତ ଅବମାନନାର ପ୍ରତିପକ୍ଷ ଅବସର ନେଇ ସାରିଥିଲେ ମଧ୍ୟ ତାଙ୍କ ବିରୋଧରେ ଅଦାଲତ ଅବମାନନା ମାମଲା ଚାଲିବ ବୋଲି ହାଇକୋର୍ଟ କହିଥିଲେ।

୪ସପ୍ତାହ ମଧ୍ୟରେ ଆବେଦନକାରୀଙ୍କୁ ଚାକିରିରେ ପୁନଃସ୍ଥାପିତ ସଂପର୍କିତ ପୂର୍ବ ନିର୍ଦ୍ଦେଶ କାର୍ଯ୍ୟକାରୀ ସୁନିଶ୍ଚିତ କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ।

ଯଦି ଏଥିରେ ଅବହେଳା ହୁଏ ତେବେ ଭାରପ୍ରାପ୍ତ ଡିଜିପି ଓ ଆଇଜି (ପର୍ସୋନେଲ) ପରବର୍ତ୍ତୀ ତାରିଖରେ ହାଜର ହେବେ ବୋଲି ଅଗଷ୍ଟ ୨୪ରେ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ।

Odisha High Court: ଓଡ଼ିଶା ହାଇକୋର୍ଟରେ ଅର୍ଦ୍ଧାଧିକ ବିଚାରପତି ପଦ ଖାଲି: ବିଚାରାଧୀନ ମାମଲା ସଂଖ୍ୟା ୧ଲକ୍ଷ ୭୨ହଜାର ପାର କ"ଣ ଥିଲା ମାମଲା?ମାମଲାର ବିବରଣୀରୁ ପ୍ରକାଶ ଯେ ୨୦୧୭ରେ ଆବେଦନକାରୀ ପୁଲିସ ଏସଆଇ ଭାବେ ନିଯୁକ୍ତି ପାଇଥିଲେ।

ତାଙ୍କ ବିରୋଧରେ କୌଣସି ଫୌଜଦାରୀ ମାମଲା ନଥିବା ତଥ୍ୟ ସେ ଦାଖଲ କରିଥିଲେ।

କିନ୍ତୁ ପରବର୍ତ୍ତୀ ସମୟରେ ତାଙ୍କ ବି‌ରୋଧରେ ଏରସମା ଥାନାରେ ତିନୋଟି ଫୌଜଦାରୀ ମାମଲା ଅତୀତରେ ପଞ୍ଜୀକୃତ ହୋଇଥିବା ଅଭିଯୋଗ ହୋଇଥିଲା।

ଏହାପରେ ତାଙ୍କୁ ୨୦୨୦, ନଭେମ୍ବର ୧୨ରେ କାର୍ଯ୍ୟରୁ ଅନ୍ତର କରାଯାଇଥିଲା।

ଜଣିକିଆ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ ୨୦୨୦, ନଭେମ୍ବର ୧୨ର ନିର୍ଦ୍ଦେଶକୁ ରଦ୍ଦ କରିବା ସହିତ ତାଙ୍କୁ ଚାକିରିରେ ପୁନଃଅବସ୍ଥାପିତ କରି ଆର୍ଥିକ ଓ ଚାକିରି ସଂପର୍କିତ ସୁବିଧା ପ୍ରଦାନ ପାଇଁ ୨୦୨୫, ସେପ୍ଟେମ୍ବର ୨୫ରେ ଆଦେଶ ଦେଇଥିଲେ।

ଏହି ରାୟ ବିରୋଧରେ ରାଜ୍ୟ ସରକାରଙ୍କ ତରଫରୁ ଦୁଇ ଜଣିଆ ଖଣ୍ଡପୀଠରେ ଦାୟର ରିଟ ଅପିଲକୁ ହାଇକୋର୍ଟ ୨୦୨୬, ଜୁନ ୨୨ରେ ଖାରଜ କରିଥିଲେ।

କିନ୍ତୁ ଏହାପରେ ମଧ୍ୟ ହାଇକୋର୍ଟଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ କରା ନ ଯିବାରୁ ଆବେଦନକାରୀ ଅଦାଲତ ଅବମାନନା ମାମଲା ତତ୍କାଳୀନ ପୁଲିସ ଡିଜି ଶ୍ରୀ ଖୁରାନିଆଙ୍କ ବିରୋଧରେ ରୁଜୁ କରିଥିଲେ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।