Judgement: ବିଚାରପତି ପିତାଙ୍କୁ ଆଗୁଆ ଜାମିନ, ସୁପ୍ରିମ୍‌କୋର୍ଟ ଯିବେ ପୀଡ଼ିତ ପରିବାର

Nov 05, 2026 - 22:40
Judgement: ବିଚାରପତି ପିତାଙ୍କୁ ଆଗୁଆ ଜାମିନ, ସୁପ୍ରିମ୍‌କୋର୍ଟ ଯିବେ ପୀଡ଼ିତ ପରିବାର

କୋଚି: କେରଳର ମର୍ସିଡିଜ୍‌ ଦୁର୍ଘଟଣା ମାମଲାରେ ଅଭିଯୁକ୍ତ ନାବାଳକଙ୍କ ବାପାଙ୍କୁ କେରଳ ହାଇକୋର୍ଟ ଆଗୁଆ ଜାମିନ ପ୍ରଦାନ କରିବା ପରେ ପୀଡ଼ିତ ପରିବାର ଏହାକୁ ତୀବ୍ର ବିରୋଧ କରିଛନ୍ତି।

ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ଝିଅ ଭଦ୍ରା କୀର୍ତ୍ତି କହିଛନ୍ତି, ଅଭିଯୁକ୍ତଙ୍କ ବାପାଙ୍କୁ ଜାମିନ ଦେବା ନିଷ୍ପତ୍ତି ତାଙ୍କ ଛାତିରେ ଛୁରାଘାତ କରିବା ସହ ସମାନ।

ଏହା ତାଙ୍କୁ ଗଭୀର ଆଘାତ ଦେଇଛି।

ହାଇକୋର୍ଟଙ୍କ ଏହି ରାୟକୁ ଚ୍ୟାଲେଞ୍ଜ କରି ପୀଡ଼ିତ ପରିବାର ସୁପ୍ରିମ୍‌କୋର୍ଟ ଯିବାକୁ ନିଷ୍ପତ୍ତି ନେଇଛନ୍ତି।

Advertisment ଏହି ମାମଲାରେ ଅଭିଯୁକ୍ତ ନାବାଳକଙ୍କ ବାପା ଜଣେ ସେସନ୍ସ କୋର୍ଟ ବିଚାରପତି।

ତାଙ୍କୁ କେରଳ ହାଇକୋର୍ଟ ଆଗୁଆ ଜାମିନ ଦେଇଛନ୍ତି।

ଏହି ନିଷ୍ପତ୍ତିକୁ ନେଇ ମୃତକଙ୍କ ଝିଅ ଭଦ୍ରା ଭାବପ୍ରବଣ ହୋଇପଡ଼ିଛନ୍ତି।

ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଭଦ୍ରା କହିଛନ୍ତି, ତାଙ୍କ ପରିବାର ନ୍ୟାୟ ଆଶା କରିଥିଲେ।

କିନ୍ତୁ ବାପାଙ୍କ ଅନ୍ତ୍ୟେଷ୍ଟିକ୍ରିୟା ଶେଷ ହେବାର ଠିକ୍‌ ଦିନକ ପୂର୍ବରୁ ହାଇକୋର୍ଟଙ୍କ ଏହି ରାୟ ଆସିଛି।

ତେଣୁ ହାଇକୋର୍ଟଙ୍କ ଜାମିନ ଆଦେଶ ବିରୋଧରେ ସେମାନେ ସୁପ୍ରିମ୍‌କୋର୍ଟଙ୍କ ଦ୍ୱାରସ୍ଥ ହେବେ ବୋଲି ଭଦ୍ରା କହିଛନ୍ତି।

Rupali Ganguly: ଫଟୋ ଓ ଭିଡିଓର ଅପବ୍ୟବହାର ରୋକିବାକୁ ବମ୍ବେ ହାଇକୋର୍ଟର ଦ୍ୱାରସ୍ଥ ହେଲେ ରୁପାଲି

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।