Judgement: ଶୃଙ୍ଖଳା ରକ୍ଷା ପାଇଁ ଶିକ୍ଷକଙ୍କ ଦ୍ବାରା ଛାତ୍ରଙ୍କୁ ଭର୍ତ୍ସନା ଜୀବନ ହାରିବାକୁ ପ୍ରରୋଚନା ନୁହେଁ
"କଟକ: ଛାତ୍ରଛାତ୍ରୀଙ୍କୁ ଶୃଙ୍ଖଳିତ କରିବା ପାଇଁ ଶିକ୍ଷକଙ୍କ ଅନୁଶାସନମୂଳକ ପଦକ୍ଷେପ ଓ ସାଧାରଣ ଚେତାବନୀ ଆତ୍ମହତ୍ୟା କରିବାକୁ ପ୍ରରୋଚନା ବୋଲି ଧରାଯାଇପାରିବ ନାହିଁ।
ଏକ ବଡ଼ ମାମଲାର ଶୁଣାଣି କରି ଓଡ଼ିଶା ହାଇକୋର୍ଟ ଏହା କହିଛନ୍ତି।
ଏଥି ସହିତ ନିଶାସେବନ କରୁଥିବା ବେଳେ ଧରା ପଡ଼ିଥିବା ଛାତ୍ରଙ୍କ ମୃତ୍ୟୁ ଘଟଣାରେ କେନ୍ଦୁଝର ଜିଲ୍ଲା ଚମ୍ପୁଆର ଏକ ଇଂରାଜୀ ମାଧ୍ୟମ ସ୍କୁଲର ଶିକ୍ଷକ ଓ କର୍ମଚାରୀଙ୍କ ବିରୋଧରେ କଗନିଜାନ୍ସ ଗ୍ରହଣ କରି ଚମ୍ପୁଆ ଏସଡିଜେଏମ ଅଦାଲତ ପ୍ରଦାନ କରିଥିବା ୨୦୨୫, ସେପ୍ଟେମ୍ବର ୨୪ରେ ନିର୍ଦ୍ଦେଶକୁ ହାଇକୋର୍ଟ ରଦ୍ଦ କରିଛନ୍ତି।
Advertisment ଜଷ୍ଟିସ ଆର.କେ.ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ସୁରେନ୍ଦ୍ରନାଥ ମିଶ୍ର ଓ ଅନ୍ୟ ତିନି ଜଣଙ୍କ ତରଫରୁ ଦାୟର ଆବେଦନର ଶୁଣାଣି କରି ଏପରି ନିର୍ଦ୍ଦେଶ ପ୍ରଦାନ କରିଛନ୍ତି।
ପ୍ରକାଶିତ ରାୟରେ ଉଲ୍ଲେଖ କରାଯାଇଛି ଯେ ଆତ୍ମହତ୍ୟା କରିଥିବା ଜଣେ ଛାତ୍ରଙ୍କୁ ନିଶା ସେବନ ନେଇ ଶୃଙ୍ଖଳାଗତ ଭାବେ ଅନୁଶାସନ କରିବା କୌଣସି ଅପରାଧ ନୁହେଁ।
ଅନୁଶାସନ ରକ୍ଷା କରିବା ଶିକ୍ଷକଙ୍କ ନୈତିକ ଦାୟିତ୍ବ।
ଜଣେ ଶିକ୍ଷକଙ୍କ ଦ୍ୱାରା ଛାତ୍ରଛାତ୍ରୀଙ୍କୁ ଅନୁଶାସନରେ ରଖିବା ପାଇଁ ସାଧାରଣ ଆକଟ, ଭର୍ତ୍ସନା ଆତ୍ମହତ୍ୟା କରିବା ପାଇଁ ପ୍ରରୋଚନା ଦେବା କାର୍ଯ୍ୟ ଭାବେ ବିବେଚନା କରାଯିବ ନାହିଁ।
କୌଣସି ଅପରାଧିକ ମାନସିକତା ନ ଥାଇ କେବଳ ଛାତ୍ରଙ୍କୁ ଶୃଙ୍ଖଳିତ ଓ ସତର୍କ କରାଇଥିବା ଶିକ୍ଷକଙ୍କୁ ସମ୍ପୃକ୍ତ ଛାତ୍ରଙ୍କ ଆତ୍ମହତ୍ୟା ପାଇଁ ଦାୟୀ କରାଯାଇପାରିବ ନାହିଁ ବୋଲି ହାଇକୋର୍ଟ କହିଛନ୍ତି।
କ"ଣ ଥିଲା ମାମଲା?ମାମଲାର ବିବରଣୀରୁ ପ୍ରକାଶ ଯେ, କେନ୍ଦୁଝର ଜିଲ୍ଲା ଚମ୍ପୁଆସ୍ଥିତ ଏକ ଇଂରାଜୀ ମାଧ୍ୟମ ସ୍କୁଲର ହଷ୍ଟେଲରେ ରହୁଥିବା କିଛି ଛାତ୍ର ''ଡେଣ୍ଡ୍ରାଇଟ୍'' ନିଶା ସେବନ କରୁଥିବା ବେଳେ ଧରା ପଡ଼ିଥିଲେ।
ଏହି ଘଟଣାରେ ଆବେଦନକାରୀ ଶିକ୍ଷକ, ହଷ୍ଟେଲ୍ ୱାର୍ଡେନ ସମ୍ପୃକ୍ତ ଛାତ୍ରମାନଙ୍କୁ ଡାକି ଭର୍ତ୍ସନା କରିଥିଲେ ଓ ଅଭିଭାବକଙ୍କୁ ଏ ବିଷୟରେ ଜଣାଇଦିଆଯିବ ବୋଲି ଚେତାବନୀ ଦେଇଥିଲେ।
ଏହି ମାନସିକ ଚାପରେ ପଡ଼ି ଜଣେ ଦଶମ ଶ୍ରେଣୀ ଛାତ୍ର ହଷ୍ଟେଲର ୪ମହଲାରୁ ଡେଇଁ ଆତ୍ମହତ୍ୟା କରିଥିଲେ।
Judgement: ଜାହାଜର କ୍ରିୟୁ ମେମ୍ବରଙ୍କ ସ୍ବଦେଶ ପ୍ରତ୍ୟାବର୍ତ୍ତନ ପାଇଁ ପଦକ୍ଷେପ ନେବାକୁ ଓଡ଼ିଶା ହାଇକୋର୍ଟଙ୍କ ନିର୍ଦ୍ଦେଶ ମାନସିକ, ଶରୀରିକ ନିର୍ଯାତନା ଅଭିଯୋଗଛାତ୍ରଙ୍କୁ ମାନସିକ ଓ ଶରୀରିକ ନିର୍ଯାତନା ଦିଆଯାଉଥିବା ନେଇ ପରିବାର ତରଫରୁ ଅଭିଯୋଗ ହୋଇଥିଲା।
ଚମ୍ପୁଆ ଥାନାରେ ରୁଜୁ ମାମଲାରେ ପୁଲିିସ ତଦନ୍ତ କରି ସ୍କୁଲର ଶିକ୍ଷକ, ୱାର୍ଡେନଙ୍କ ବିରୋଧରେ ବିଏନଏସର ଧାରା ୧୦୭, ୩(୫) ଚାର୍ଜସିଟ କରିଥିଲା।
ଏହାପରେ ଚମ୍ପୁଆସ୍ଥିତ ଏସଡିଜେଏମ୍ ଅଦାଲତ ଏହି ମାମଲାରେ ଶିକ୍ଷକ ଓ କର୍ତ୍ତୃପକ୍ଷଙ୍କ ବିରୋଧରେ କଗନିଜାନ୍ସ ଗ୍ରହଣ କରିଥିଲେ।
୨୦୨୫, ସେପ୍ଟେମ୍ବର ୨୪ର କଗନିଜାନ୍ସ ନିର୍ଦ୍ଦେଶକୁ ବିରୋଧ କରି ଶିକ୍ଷକ ଓ ଅନ୍ୟମାନ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।