Judgement: ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ଆନ୍ଧ୍ର ପ୍ରଦେଶରେ ପୌର ନିର୍ବାଚନ ସ୍ଥଗିତ
ବିଶାଖାପାଟଣା: ନାମାଙ୍କନ ପ୍ରକ୍ରିୟା ସମୟରେ ବ୍ୟାପକ ହିଂସାକାଣ୍ଡ ମଧ୍ୟରେ ସୁପ୍ରିମକୋର୍ଟ ଙ୍କ ହସ୍ତକ୍ଷେପ ପରେ ଆନ୍ଧ୍ର ପ୍ରଦେଶର ସମସ୍ତ ୧୦୦ଟି ପୌରାଞ୍ଚଳରେ ନିର୍ବାଚନ ପ୍ରକ୍ରିୟା ସ୍ଥଗିତ ରଖାଯାଇଛି।
ନାମାଙ୍କନ କେନ୍ଦ୍ରରେ ବ୍ୟାପକ ହିଂସାକୁ ନେଇ ଶାସକ ତେଲୁଗୁ ଦେଶମ ପାର୍ଟି (ଟିଡିପି) ଓ ବିରୋଧୀ ୱାଇଏସ୍ଆର୍ସିପି ପରସ୍ପରକୁ ଦୋଷାରପ କରିଛନ୍ତି।
ପୂର୍ବତନ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ଅଭିଯୋଗ କରିଛନ୍ତି ଯେ, ପୁଲିସ ଓ ପ୍ରଶାସନ ସହଯୋଗରେ ବିରୋଧୀ ପ୍ରାର୍ଥୀମାନଙ୍କୁ ନାମାଙ୍କନ ପତ୍ର ଦାଖଲ କରିବାରୁ ବାଧା ଦିଆଯାଉଛି।
Advertisment ଅନ୍ୟପକ୍ଷରେ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ ଭିଡିଓ ଫୁଟେଜ୍ ଦେଖାଇ ବିରୋଧୀ ଦଳର କର୍ମୀମାନେ ଆକ୍ରମଣ ଯୋଜନା କରୁଥିବା, ପୁଲିସ କର୍ମଚାରୀଙ୍କୁ ଆକ୍ରମଣ କରୁଥିବା ଓ ରାଜନୈତିକ ବିରୋଧୀମାନଙ୍କୁ ଭୟଭୀତ କରିବା ପାଇଁ ଅସ୍ତ୍ରଶସ୍ତ୍ର ଧରିଥିବା ଅଭିଯୋଗ କରିଛନ୍ତି।
ସୂଚନାଯୋଗ୍ୟ, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଆନ୍ଧ୍ର ପ୍ରଦେଶ ରାଜ୍ୟ ନିର୍ବାଚନ କମିସନ ୧୦୦ଟି ପୌରାଞ୍ଚଳରେ ନିର୍ବାଚନ ପ୍ରକ୍ରିୟା ବନ୍ଦ କରିଦେଇଛନ୍ତି।
ରାଜ୍ୟ ନିର୍ବାଚନ କମିସନର ଅନିଲ ଚନ୍ଦ୍ର ପୁନେଥା ବୁଧବାର ୧୩ଟି ନଗର ନିଗମ ଓ ୮୭ଟି ପୌରପାଳିକା ଏବଂ ନଗର ପଞ୍ଚାୟତରେ ପରବର୍ତ୍ତୀ କାର୍ଯ୍ୟକୁ ତୁରନ୍ତ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।
କମିସନ ଅକ୍ଟୋବର ୧୪ ତାରିଖରେ ନିର୍ବାଚନ ବିଜ୍ଞପ୍ତି ଜାରି କରିଥିଲେ।
୧୬ ରୁ ୧୮ ତାରିଖ ପର୍ଯ୍ୟନ୍ତ ନାମାଙ୍କନ ଦାଖଲ କରାଯାଇଥିଲା, ୧୯ ତାରିଖରେ ନାମାଙ୍କନ ପତ୍ର ଯାଞ୍ଚ କରାଯାଇଥିଲା।
Supreme Court Recruitment : ସୁପ୍ରିମକୋର୍ଟରେ ଚାକିରି ସୁଯୋଗ ନାମାଙ୍କନ ଶେଷ ତାରିଖକୁ ବୃଦ୍ଧି କରିବାକୁ ଆନ୍ଧ୍ର ପ୍ରଦେଶ ହାଇକୋର୍ଟଙ୍କ ନିର୍ଦ୍ଦେଶ ବିରୋଧରେ ୱାଇଏସ୍ଆର୍ସିପି ଦ୍ୱାରା ସୁପ୍ରିମକୋର୍ଟରେ ଦାୟର ଏକ ସ୍ୱତନ୍ତ୍ର ଲିଭ୍ ପିଟିସନ୍ ପରେ ଏହି ନିଷ୍ପତ୍ତି ନିଆଯାଇଛି।
ସୁପ୍ରିମକୋର୍ଟ ପ୍ରାର୍ଥୀଙ୍କ ଚୂଡ଼ାନ୍ତ ତାଲିକା ପ୍ରକାଶନକୁ ଅକ୍ଟୋବର ୨୫ ପର୍ଯ୍ୟନ୍ତ ସ୍ଥଗିତ ରଖିବାକୁ କମିସନଙ୍କୁ ନିର୍ଦ୍ଦେଶ ଦେଇଥିଲେ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।