Kaali Kheti Teaser Release: ଜ୍ୟାକି ଶ୍ରଫ୍ ଓ ଶରଦ କେଲକରଙ୍କ ‘କାଲୀ ଖେତି’ ଟିଜରରେ ରହସ୍ୟ; ଗାଁ ମାଟିରେ ଲୁଚିଛି ଭୟ

Nov 03, 2026 - 15:13
Kaali Kheti Teaser Release: ଜ୍ୟାକି ଶ୍ରଫ୍ ଓ ଶରଦ କେଲକରଙ୍କ ‘କାଲୀ ଖେତି’ ଟିଜରରେ ରହସ୍ୟ; ଗାଁ ମାଟିରେ ଲୁଚିଛି ଭୟ

ଗାଁର ପରିଚୟ ସାଧାରଣତଃ ତାହାର ମାଟି, ଖେତ ଓ ସେଠାକାର ଲୋକଙ୍କ ଜୀବନଶୈଳୀ ସହ ଜଡ଼ିତ।

କିନ୍ତୁ ସେହି ମାଟି ଯଦି ଲୋକଙ୍କ ପାଇଁ ଭୟର କାରଣ ପାଲଟିଯାଏ, ତେବେ କ'ଣ ହେବ?

ଏଭଳି ଏକ ରହସ୍ୟମୟ କାହାଣୀକୁ ନେଇ ଆସୁଛି ଜ୍ୟାକି ଶ୍ରଫ୍ ଓ ଶରଦ କେଲକରଙ୍କ ଅପକମିଂ ଫିଲ୍ମ 'କାଲୀ ଖେତି' ।

Advertisment ଫିଲ୍ମର ଟିଜର୍‌ରେ ଏକ ଗାଁର ଚିତ୍ର ଦେଖାଯାଇଛି, ଯେଉଁଠାରେ ସବୁକିଛି ସାଧାରଣ ଲାଗୁଥିଲେ ମଧ୍ୟ ଭିତରେ ଲୁଚି ରହିଛି ଅନେକ ଅଜଣା ରହସ୍ୟ।

ଗାଁର ମାଟି ଓ ଚାଷ ସହ ଜଡ଼ିତ କିଛି ଅସ୍ୱାଭାବିକ ଘଟଣା ଧୀରେଧୀରେ ସେଠାକାର ଲୋକଙ୍କ ଜୀବନକୁ ପ୍ରଭାବିତ କରୁଥିବା ଦେଖାଯାଉଛି।

ଫିଲ୍ମର ସବୁଠାରୁ ଆକର୍ଷଣୀୟ ଦିଗ ହେଉଛି ଏହାର କନସେପ୍ଟ।

ଏଠାରେ ଚାଷକୁ କେବଳ ଜୀବିକାର ମାଧ୍ୟମ ଭାବେ ନୁହେଁ, ବରଂ ଏକ ଅଜଣା ଓ ଭୟଙ୍କର ଶକ୍ତି ସହ ଯୋଡ଼ାଯାଇଛି।

ଟିଜର୍‌ରେ ଗାଁର ନିରବତା, ଖେତର ଦୃଶ୍ୟ ଏବଂ ହଠାତ୍ ଘଟୁଥିବା କିଛି ରହସ୍ୟମୟ ଘଟଣା ଦର୍ଶକଙ୍କ ମନରେ ଅନେକ ପ୍ରଶ୍ନ ସୃଷ୍ଟି କରୁଛି।

Advertisment କାହାଣୀକୁ ଗୋପନ ରଖିଛନ୍ତି ନିର୍ମାତା ଟିଜର୍‌ରେ ଫିଲ୍ମର ମୁଖ୍ୟ କାହାଣୀ ବିଷୟରେ ଅଧିକ କିଛି ଖୋଲାସା କରାଯାଇନାହିଁ।

ଏହା ବଦଳରେ ଭୟଭୀତ କରୁଥିବା ଦୃଶ୍ୟ ଓ ରହସ୍ୟମୟ ପରିବେଶ ମାଧ୍ୟମରେ ଦର୍ଶକଙ୍କ ଉତ୍ସୁକତା ବଢ଼ାଇବାକୁ ଚେଷ୍ଟା କରାଯାଇଛି।

ଗାଁରେ ଲୁଚିଥିବା ଏହି ରହସ୍ୟ କ'ଣ ଏବଂ ଏହାର ସମ୍ପର୍କ ସେଠାକାର ଲୋକଙ୍କ ସହ କିପରି ରହିଛି, ତାହା ଏପର୍ଯ୍ୟନ୍ତ ସସ୍ପେନ୍ସରେ ରଖାଯାଇଛି।

ଟିଜର୍‌ରେ ଜ୍ୟାକି ଶ୍ରଫ୍ ତାଙ୍କ ସ୍ୱତନ୍ତ୍ର ଅନ୍ଦାଜରେ ନଜର ଆସିଛନ୍ତି।

ତାଙ୍କ ଉପସ୍ଥିତି ଫିଲ୍ମର ରହସ୍ୟମୟ ପରିବେଶକୁ ଆହୁରି ଗଭୀର କରିଛି।

ସେହିପରି ଶରଦ କେଲକର ମଧ୍ୟ ତାଙ୍କ ଦମଦାର ବ୍ୟକ୍ତିତ୍ୱରେ ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରୁଛନ୍ତି।

ଉଭୟଙ୍କ ଚରିତ୍ର ବିଷୟରେ ଅଧିକ ଖୋଲାସା ନହୋଇଥିଲେ ମଧ୍ୟ କାହାଣୀରେ ସେମାନଙ୍କ ଭୂମିକା ବେଶ୍ ଗୁରୁତ୍ୱପୂର୍ଣ୍ଣ ଥିବା ସଙ୍କେତ ମିଳୁଛି।

ହାରିସ୍ ଇମ୍ତିଆଜ୍ ଖାନଙ୍କ ଲେଖନୀ ଓ ନିର୍ଦ୍ଦେଶନାରେ ପ୍ରସ୍ତୁତ 'କାଲୀ ଖେତି'କୁ ସନା ଖାନ ପ୍ରଯୋଜନା କରିଛନ୍ତି।

ବ୍ଲାକ୍ କ୍ୟାନଭାସ୍ ଷ୍ଟୁଡିଓ ବ୍ୟାନରରେ ନିର୍ମିତ ଏହି ଫିଲ୍ମରେ ଜ୍ୟାକି ଶ୍ରଫ୍ ଓ ଶରଦ କେଲକରଙ୍କ ସହ ନେହା ସରଗମ୍, ବୀରେନ୍ଦ୍ର ସକ୍ସେନା ଓ ଶାଜି ଚୌଧୁରୀଙ୍କୁ ମଧ୍ୟ ଦେଖିବାକୁ ମିଳିବ।

ଫିଲ୍ମଟି ୨୦ ନଭେମ୍ବର ୨୦୨୬ରେ ପ୍ରେକ୍ଷାଳୟକୁ ଆସିବ।

ଏବେ ଦେଖିବାକୁ ବାକି ରହିଲା, ଗାଁର ମାଟି ଓ ଚାଷ ସହ ଜଡ଼ିତ ଏହି ରହସ୍ୟକୁ ନିର୍ମାତାମାନେ ପରଦାରେ କିପରି ଜୀବନ୍ତ କରୁଛନ୍ତି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।