Kalahandi: କଳାହାଣ୍ଡି: ୫ ବର୍ଷରେ ଦାରିଦ୍ର୍ୟ ୨୭.୮୧% ହ୍ରାସ: ତଥାପି ରାଜ୍ୟ ଓ ଦେଶଠୁ ଅଧିକ ଦରିଦ୍ରତା

Nov 04, 2026 - 07:47
Kalahandi: କଳାହାଣ୍ଡି: ୫ ବର୍ଷରେ ଦାରିଦ୍ର୍ୟ ୨୭.୮୧% ହ୍ରାସ: ତଥାପି ରାଜ୍ୟ ଓ ଦେଶଠୁ ଅଧିକ ଦରିଦ୍ରତା

ଭବାନୀପାଟଣା (ଦେବେନ୍ଦ୍ର କୁମାର ବିଶି) : ଦିନେ ଅନାହାର, ଅପପୁଷ୍ଟି ଓ ଦାଦନ ଦୁର୍ଦ୍ଦଶା ପାଇଁ କଳାହାଣ୍ଡି ଜିଲ୍ଲା ଦେଶରେ ଚର୍ଚ୍ଚିତ ରହିଥିଲା।

ସମୟ ସହିତ ବଦଳିଛି ଦାରିଦ୍ର୍ୟ ର ଚିତ୍ର।

ପାଞ୍ଚ ବର୍ଷରେ ବହୁମୁଖୀ ଦାରିଦ୍ର୍ୟ ହାରରେ ୨୭.୮୧ % ହ୍ରାସ କଳାହାଣ୍ଡି ଜିଲ୍ଲା ପାଇଁ ଏକ ବଡ଼ ସଫଳତା।

କିନ୍ତୁ ବିକାଶର ଏହି ଗୋଲାପି ଚିତ୍ର ପଛରେ ଏବେ ବି ରହିଛି ଦାରିଦ୍ର୍ୟତାର ଅସଲ ଦାଗ।

ରାଜ୍ୟ ଓ ଜାତୀୟ ହାରଠୁ କଳାହାଣ୍ଡିର ଦାରିଦ୍ର୍ୟ ହାର ଅଧିକ ରହିବା ଏହି ବାସ୍ତବତାକୁ ପଦାରେ ପକାଇଛି।

ନିତି ଆୟୋଗର ୨୦୨୩ ଜାତୀୟ ବହୁମୁଖୀ ଦାରିଦ୍ର୍ୟ ସୂଚକାଙ୍କ ରିପୋର୍ଟ ଅନୁଯାୟୀ, ୨୦୧୫-୧୬ ମସିହାରେ କଳାହାଣ୍ଡିର ୪୭.୨୮ % ଲୋକ ଦାରିଦ୍ର୍ୟରେ ଥିଲେ।

୨୦୧୯-୨୧ ମସିହାରେ ଏହା ୧୯.୪୭%କୁ ଖସିଛି।

Advertisment Kumar Purnima celebration: ଗାନ୍ଧୀନଗରରେ କୁମାର ପୂର୍ଣ୍ଣିମାର ଭବ୍ୟ ଆୟୋଜନ; କଥା କହିଲା ଓଡ଼ିଆ ସଂସ୍କୃତି ତଥାପି ରାଜ୍ୟ ଓ ଦେଶଠୁ ଅଧିକ ଦରିଦ୍ରତା ବିକାଶର ଗୋଲାପି ଚିତ୍ରକୁ ନେଇ ପ୍ରଶ୍ନବାଚୀ ଅନ୍ୟପକ୍ଷରେ ଓଡ଼ିଶାରେ ଏହି ହାର ୨୯.୩୪%ରୁ ୧୫.୬୮ % ଏବଂ ଦେଶରେ ୨୪.୮୫%ରୁ ୧୪.୯୬%କୁ ହ୍ରାସ ପାଇଛି।

ଦାରିଦ୍ର୍ୟ ହ୍ରାସର ଗତିରେ କଳାହାଣ୍ଡି ଆଗରେ ଥିଲେ ମଧ୍ୟ ଅବଶିଷ୍ଟ ଦାରିଦ୍ର୍ୟର ହାର ଚିନ୍ତାଜନକ ଅଟେ।

ରାଜ୍ୟର ୩୦ଟି ଜିଲ୍ଲା ମଧ୍ୟରୁ କଳାହାଣ୍ଡିର ୧୯.୪୭% ଦାରିଦ୍ର୍ୟ ହାର ଏହାକୁ ମଧ୍ୟମରୁ ଉଚ୍ଚ ଦାରିଦ୍ର୍ୟ ଥିବା ଜିଲ୍ଲାମାନଙ୍କ ମଧ୍ୟରେ ରଖିଛି।

ମାଲକାନଗିରି ଜିଲ୍ଲାରେ ଏହା ୪୫.୦୧%, ରାୟଗଡ଼ାରେ ୩୪.୦୩%, କୋରାପୁଟରେ ୩୩.୫୪% ଓ ନବରଙ୍ଗପୁରରେ ୩୩.୪୫% ରହିଛି।

ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାର ଆଞ୍ଚଳିକ ବିକାଶ ଅସମାନତା ଏବେ ବି ଏକ ବଡ଼ ଆହ୍ବାନ।

ନିତି ଆୟୋଗର ସୂଚକାଙ୍କ କେବଳ ଆୟ ନୁହେଁ; ପୁଷ୍ଟି, ମାତୃସ୍ୱାସ୍ଥ୍ୟ, ଶିଶୁ ମୃତ୍ୟୁ, ଶିକ୍ଷା, ପାନୀୟଜଳ, ପରିମଳ, ଆବାସ, ବିଦ୍ୟୁତ୍ ଭଳି ୧୨ଟି ମାନଦଣ୍ଡ ଉପରେ ଆଧାରିତ।

ଏହି ସଫଳତାକୁ ସ୍ଥାୟୀ କରିବା ପାଇଁ ଜିଲ୍ଲାର ଥୁଆମୂଳ ରାମପୁର, ଲାଞ୍ଜିଗଡ଼, ମଦନପୁର ରାମପୁର, ଗୋଲାମୁଣ୍ଡା ସମେତ ଦୁର୍ଗମ ଅଞ୍ଚଳରେ ପୁଷ୍ଟି, ଗୁଣାତ୍ମକ ଶିକ୍ଷା, ସ୍ୱାସ୍ଥ୍ୟସେବା, ନିଯୁକ୍ତି ଓ ସୁରକ୍ଷିତ ପାନୀୟଜଳକୁ ପ୍ରାଥମିକତା ଦେବାର ଆବଶ୍ୟକତା ରହିଛି।

ଦାଦନ ରୋକିବାକୁ ସ୍ଥାନୀୟ ନିଯୁକ୍ତି, ଚାଷୀଙ୍କୁ ନିଶ୍ଚିତ ଆୟ ଓ ଆଦିବାସୀ ପରିବାରଙ୍କୁ ମୌଳିକ ସୁବିଧା ମିଳିଲେ ହିଁ ବିକାଶର ଲାଭ ଶେଷଧାଡ଼ିର ମଣିଷଙ୍କ ପାଖରେ ପହଞ୍ଚିପାରିବ ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଇଛି।

PSU Land Monetisation: କେନ୍ଦ୍ରୀୟ ଉଦ୍ୟୋଗ ଜମି ବିକ୍ରିରୁ ୧୫ ହଜାର କୋଟି ସଂଗ୍ରହ ଲକ୍ଷ୍ୟ

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।