Kalinga Ghati Traffic Halted: ଲଗାଣ ବର୍ଷାରେ କଳିଙ୍ଗା ଘାଟିରେ ପୁଣି ଭୂସ୍ଖଳନ, ଧସିଲା ଗାର୍ଡ ୱାଲ୍
ଲଗାଣ ବର୍ଷାରେ କଳିଙ୍ଗା ଘାଟିରେ ପୁଣି ଭୂସ୍ଖଳନ। କଳିଙ୍ଗା ଘାଟିରେ ଧସିଲା ନବନିର୍ମିତ ଗାର୍ଡ ୱାଲ୍। ଅନ୍ଧାରକୋଟ ବନଦୁର୍ଗା ମନ୍ଦିର ସମ୍ମୁଖରେ ଗାର୍ଡ ୱାଲ୍ ଧସିଛି। ରାସ୍ତାରେ ଯାତାୟତ ସମ୍ପୂର୍ଣ୍ଣ ବନ୍ଦ ରହିଛି। ବର୍ଷା ଛାଡ଼ିବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ଜିଲ୍ଲାପାଳ। ପୂର୍ବରୁ ମଧ୍ୟ ଭୂସ୍ଖଳନ ହୋଇଥିଲା । ଯେଉଁଥିପାଇଁ କାଳିଙ୍ଗା ଘାଟିକୁ ସିଲ କରାଯାଇଥିଲା। ଗତ ବର୍ଷ ମଧ୍ୟ ଏହି ଘାଟିରେ ଭୂସ୍ଖଳନ ହୋଇଥିଲା। ଘାଟି ରାସ୍ତା ମରାମତି ପାଇଁ ପ୍ରାୟ ୨ ମାସ ବନ୍ଦ ରହିଥିଲା।
ଲଗାଣ ବର୍ଷାରେ ଧୋଇଗଲା ଅସ୍ଥାୟୀ ରାସ୍ତା। ବିଚ୍ଛିନ୍ନ ହେଲା ଯୋଗାଯୋଗ। ଗଞ୍ଜାମ ଧରାକୋଟ ବ୍ଲକ ମାଣିକ୍ୟପୁର ନିକଟରେ ନନ୍ଦିନୀ ନଦୀ ଉପରେ ନିର୍ମାଣାଧୀନ ପୋଲର ଅସ୍ଥାୟୀ ରାସ୍ତା ଧୋଇଯାଇଛି। ପୋଲ ନିର୍ମାଣ ଚାଲିଥିବାରୁ ଲୋକଙ୍କ ଯାତାୟତ ପାଇଁ ଠିକାଦାରଙ୍କ ପକ୍ଷରୁ ନଦୀ ଉପରେ ଦୁଇଟି ନଳା ପକାଇ ମାଟି ରାସ୍ତା ତିଆରି କରାଯାଇଥିଲା। ହେଲେ ପ୍ରବଳ ବର୍ଷାରେ ଏହି ଅସ୍ଥାୟୀ ରାସ୍ତା ଧୋଇଯିବାରୁ ପ୍ରାୟ ୬ଟି ଗାଁର ଲୋକେ ପ୍ରଭାବିତ ହୋଇଛନ୍ତି। ନୂଆଗାଁ, ବଡ଼ପୁର, କରତାଳି, ବେଲପଡ଼ା, ଖାନ୍ଧିପଡ଼ା ଓ ମାଣିକ୍ୟପୁର ଗ୍ରାମବାସୀଙ୍କ ଯାତାୟତରେ ସମସ୍ୟା ସୃଷ୍ଟି ହୋଇଛି।
ଅନ୍ୟ ଏକ ଘଟଣାରେ କୋଲାବ ଶାଖା ନଦୀର ପ୍ରଖର ସ୍ରୋତରେ ଭାସିଗଲେ ଶିକ୍ଷକ। ସୁନାବେଢ଼ା ଡିପି କ୍ୟାମ୍ପ ନିକଟରେ ଏଭଳି ଅଘଟଣ ଘଟିଛି। ମାଛିଲିଗୁଡ଼ା ପ୍ରାଥମିକ ବିଦ୍ୟାଳୟର ସହାୟକ ଶିକ୍ଷକ ଭୀମଧାର ନାୟକ ସ୍କୁଲ ଯିବା ବେଳେ ନଦୀ ସ୍ରୋତରେ ଭାସିଯାଇଥିବା ସୂଚନା ମିଳିଛି। ଘଟଣା ପରେ ଅଗ୍ନିଶମ ବିଭାଗ ପକ୍ଷରୁ ସର୍ଚ୍ଚ ଅପରେସନ ଆରମ୍ଭ ହୋଇଛି। ପ୍ରଖର ସ୍ରୋତ ଯୋଗୁଁ ଖୋଜାଖୋଜିରେ ବାଧା ସୃଷ୍ଟି ହେଉଥିବା ବେଳେ ଅଗ୍ନିଶମ ଟିମ୍ ର ଖୋଜାଖୋଜି ଜାରି ରଖିଛି।...
କଳିଙ୍ଗା ଘାଟିରେ ପୁଣି ଭୂସ୍ଖଳନ
ଲଗାଣ ବର୍ଷାରେ କଳିଙ୍ଗା ଘାଟିରେ ପୁଣି ଭୂସ୍ଖଳନ
କଳିଙ୍ଗା ଘାଟିରେ ଧସିଲା ନବନିର୍ମିତ ଗାର୍ଡ ୱାଲ୍
ଅନ୍ଧାରକୋଟ ବନଦୁର୍ଗା ମନ୍ଦିର ସମ୍ମୁଖରେ ଧସିଲା ଗାର୍ଡ ୱାଲ୍
ଭୂସ୍ଖଳନ ହୋଇଥିବା ସ୍ପଷ୍ଟ କଲେ କନ୍ଧମାଳ ଜିଲ୍ଲାପାଳ
ବର୍ଷା ଛାଡ଼ିବା ପରେ ପରବର୍ତ୍ତୀ ପଦକ୍ଷେପ- ଜିଲ୍ଲାପାଳ
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।