Kalinga Studio: ନୂଆ ରୂପରେ ଫେରିଛି କଳିଙ୍ଗ ଷ୍ଟୁଡିଓ, ଆସନ୍ତାକାଲି ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

Oct 04, 2026 - 15:15
Kalinga Studio: ନୂଆ ରୂପରେ ଫେରିଛି କଳିଙ୍ଗ ଷ୍ଟୁଡିଓ, ଆସନ୍ତାକାଲି ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ

"ଭୁବନେଶ୍ବର: ଯେଉଁ କଳିଙ୍ଗଷ୍ଟୁଡିଓର ପୁନରୁଦ୍ଧାର କଥାକୁ ନେଇ ଚର୍ଚ୍ଚା ଲାଗି କାଲି ଏହାକୁ ନୂତନ ରୂପରେ ଲୋକାର୍ପିତ ହେବ।

୧୬୪ କୋଟି ଟଙ୍କାରେ ନବୀକରଣ ପରେ ନୂଆ ରୂପରେ ଫେରିଛି କଳିଙ୍ଗ ଷ୍ଟୁଡିଓ।

ଆସନ୍ତାକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାର ଲୋକାର୍ପଣ କରିବେ।

ଆଉ ସେ ପୁରୁଣା ରୂପରେ ନୁହେଁ, ସମ୍ପୂର୍ଣ୍ଣ ଅତ୍ୟାଧୁନିକ ରୂପ ନେଇ ଫେରୁଛି କଳିଙ୍ଗ ଷ୍ଟୁଡିଓ।

ସ୍ନୋ ୱାର୍ଲ୍ଡଠାରୁ ଆରମ୍ଭ କରି ଭୂତ ବଙ୍ଗଳା, ଆମାଜନ ଜଙ୍ଗଲ, ବିମାନ ବନ୍ଦର, ରେଳଷ୍ଟେସନ, ଗାଁ ପରିବେଶ ଆହୁରି କେତେ କ"ଣ ନୂଆରେ ଷ୍ଟୁଡିଓ ସଜେଇ ହୋଇଛି।Advertisment ଷ୍ଟୁଡିଓ ପରିସରରେ ରହିଛି ଆମ୍ୟୁଜ୍‌ମେଣ୍ଟ୍‌ ପାର୍କ ଷ୍ଟୁଡିଓ ପରିସରରେ ରହିଛି ଆମ୍ୟୁଜ୍‌ମେଣ୍ଟ୍‌ ପାର୍କ।

ଏହି ପାର୍କ ପାଇଁ ଟିକେଟ୍ ବ୍ୟବସ୍ଥା ହେବ ଏବଂ ଆଗନ୍ତୁକମାନେ ଏହାକୁ ଉପଭୋଗ କରିବା ସହ ସେଠାରେ ସୁଟିଂ ପାଇଁ ମଧ୍ୟ ବ୍ୟବସ୍ଥା ହେବ।

ଏହା ରାଜସ୍ୱ ସୃଷ୍ଟି କରିବାରେ ସହାୟ ହେବ ବୋଲି ଶିଳ୍ପ ବିଭାଗ ପକ୍ଷରୁ କୁହାଯାଇଛି।

ନୂଆ ଷ୍ଟୁଡିଓ ପ୍ରଯୋଜକ, ଚଳଚ୍ଚିତ୍ର ନିର୍ମାତାଙ୍କଠାରୁ ଆରମ୍ଭ କରି ପର୍ଯ୍ୟଟକ ଟାଣିବାରେ ସହାୟ ହେବ ବୋଲି ଓଏଫ୍‌ଡିସି ଆଶାପୋଷଣ କରିଛି।

୧୬୪ କୋଟି ଟଙ୍କାରେ ନବୀକରଣ କରାଯାଇଥିବା ଏହି ଷ୍ଟୁଡିଓର ରକ୍ଷଣାବେକ୍ଷଣା ଦାୟିତ୍ବ ଘରୋଇ ସଂସ୍ଥା "ଯାତ୍ରୀ କର୍ପୋରେଟ୍‌ ସର୍ଭିସ୍‌ ପ୍ରାଇଭେଟ୍‌ ଲିମିଟେଡ୍‌" ନେଇଛି।

ଆସନ୍ତା ୨ ବର୍ଷ ଏହି ସଂସ୍ଥା କଳିଙ୍ଗ ଷ୍ଟୁଡିଓ କଥା ବୁଝିବ।

ଏ ବାବଦକୁ ଓଏଫ୍‌ଡିସି ୨ ବର୍ଷରେ ଖର୍ଚ୍ଚ କରିବ ୬ କୋଟି ୩୫ ଲକ୍ଷ ଟଙ୍କା।

ଓଏଫ୍‌ଡିସିର ନିଜସ୍ବ ବଜେଟ୍‌ ଶୂନ ହୋଇଥିବା ବେ‌ଳେ ଏତେ ଟଙ୍କା କିଭଳି ଭରଣା ହେବ, ଷ୍ଟୁଡିଓର ବିଦ୍ୟୁତ୍‌ ବିଲ୍‌ ବାବଦ ଟଙ୍କା କିଭଳି ଆଦାୟ ହେବ ସେ ନେଇ ଆଶଙ୍କା ସୃଷ୍ଟି ହୋଇଛି।

ଯଦି ଯୋଜନାବଦ୍ଧ ଭାବେ କଳିଙ୍ଗ ଷ୍ଟୁଡିଓକୁ ରାଜସ୍ବ ଆଦାୟ ମାଧ୍ୟମ ନ କରାଯାଏ, ତେବେ ଓଏଫ୍‌ଡିସି ପୁଣି ଏକ କ୍ଷତିକାରୀ ସଂସ୍ଥାରେ ପରିଣତ ହେବାର ଆଶଙ୍କା ଘନେଇବାରେ ଲାଗିଲାଣି।

ଓଏଫ୍‌ଡିସି ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ରାଜସ୍ବ ସଂଗ୍ରହ ପାଇଁ ବିଭିନ୍ନ ମାଧ୍ୟମ ଚୂଡ଼ାନ୍ତ କରାଯାଇଛି।

ଓଏଫ୍‌ଡିସି ପକ୍ଷରୁ ଷ୍ଟୁଡିଓ ମଧ୍ୟକୁ ପ୍ରବେଶ ଶୁଳ୍କ ନିର୍ଦ୍ଧାରଣ କରାଯାଇଛି।

ଭୂତ ବଙ୍ଗଳା, ସ୍ନୋ ୱାର୍ଲ୍ଡ, ଆମ୍ୟୁଜମେଣ୍ଟ୍‌ ପାର୍କ ଆଦି ବୁଲିବା ପାଇଁ ପର୍ଯ୍ୟଟକଙ୍କୁ ଦେୟ ଦେବାକୁ ପଡ଼ିବ।

ଏଥିସହ ଚଳଚ୍ଚିତ୍ର ସୁଟିଂ ପାଇଁ ବି ପ୍ରୟୋଜନା ସଂସ୍ଥା ପାଖରୁ ଦେୟ ଆଦାୟ ହେବ।

ଫଳରେ ଷ୍ଟୁଡିଓ ପରିଚାଳନା ଓ ରକ୍ଷଣାବେକ୍ଷଣା ଖର୍ଚ୍ଚ ବାହାରିପାରିବ ବୋଲି ଓଏଫ୍‌ଡିସି ଆଶା ରଖିଛି।

ଆସନ୍ତାକାଲି କଳିଙ୍ଗ ଷ୍ଟୁଡିଓ ‌ଉଦ୍‌ଘାଟନ ହେବା ସହ ପର୍ଯ୍ୟଟକଙ୍କୁ ଷ୍ଟୁଡିଓ ବୁଲିବା ପାଇଁ ସୁଯୋଗ ମିଳିବ।

ରାଜଧାନୀର ପର୍ଯ୍ୟଟନ ମାନଚିତ୍ରରେ ଏହା ଦୁଇଟି ବଡ଼ ପଦ‌କ୍ଷେପ ହେବ ବୋଲି କୁହାଯାଉଛି।

Earth Again Conference 2026: "ଅନେକ ସମୟରେ ନାଗରିକ ବିଜ୍ଞାନ ପ୍ଲାଟଫର୍ମରୁ ଆସୁଥିବା ତଥ୍ୟକୁ ବିଶ୍ୱାସ କରନ୍ତି ନାହିଁ ବୈଜ୍ଞାନିକ" "

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।