Kalingapatnam: କଳିଙ୍ଗପଟ୍ଟନମ୍ ଦେଇ ପଶିଲା: ପବନର ସର୍ବାଧିକ ବେଗ ୬୫ କିମି ଛୁଇଁଲା
"ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ଗଭୀର ଅବପାତ ବିଶାଖାପାଟଣା ଓ ଗୋପାଳପୁର ମଧ୍ୟରେ କଳିଙ୍ଗପଟ୍ଟନମ୍ ନିକଟରେ ସ୍ଥଳଭାଗ ଅତିକ୍ରମ କରିଛି।
ରାତି ପ୍ରାୟ ସାଢ଼େ ୧୧ଟାରେ କଳିଙ୍ଗପଟ୍ଟନମ୍ର ଦକ୍ଷିଣପଶ୍ଚିମ ଦିଗରେ ଗଭୀର ଅବପାତ ରୂପେ ସ୍ଥଳ ଭାଗ ଛୁଇଁବା ପରେ ପ୍ରାୟ ୩ ଘଣ୍ଟା ଧରି ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ଜାରି ରହିଥିଲା।
ଘଣ୍ଟାପ୍ରତି ୭ କିମି ବେଗରେ ଆଗକୁ ବଢ଼ୁଥିବା ଗଭୀର ଅବପାତର ପବନର ବେଗ ସର୍ବାଧିକ ୫୫ରୁ ୬୫ କିମି ଥିଲା।
ଓଡ଼ିଶା ଉପକୂଳରେ ସମୁଦ୍ର ଲହଡ଼ି ୫ ମିଟର ଆଗକୁ ମାଡ଼ି ଆସିଥିଲା।
ରାତିରେ ଏହା ଦକ୍ଷିଣପଶ୍ଚିମ ଦିଗରେ ଗତି କରୁଥିବାରୁ ଆସନ୍ତା ୨୪ ଘଣ୍ଟା ଦକ୍ଷିଣ ଓ ପଶ୍ଚିମ ଓଡ଼ିଶା ପାଇଁ ଅଧିକ ଗୁରୁତ୍ବପୂର୍ଣ୍ଣ ରହିଛି।
କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ ଓ ମାଲକାନଗିରି ଜିଲ୍ଲାରେ ଅତିପ୍ରବଳରୁ ଅତ୍ୟନ୍ତ ପ୍ରବଳ ବର୍ଷା ହେବାର ଆଶଙ୍କା ଥିବାରୁ ରେଡ୍ ୱାର୍ଣ୍ଣିଂ ଦିଆଯାଇଛି।
ଏଥିସହ ନୂଆପଡ଼ା, ବଲାଙ୍ଗୀର, କନ୍ଧମାଳ, ରାୟଗଡ଼ା, ଗଜପତି ଓ ଗଞ୍ଜାମ ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷା ହେବାର ସମ୍ଭାବନା ଥିବାରୁ ଅରେଞ୍ଜ ୱାର୍ଣ୍ଣିଂ ଜାରି ହୋଇଛି।
ଉପକୂଳବର୍ତ୍ତୀ ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ଲାଗିରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।
Advertisment Demand: ୨ଟି ଏକ୍ସପ୍ରେସ୍ ଟ୍ରେନ୍ ଚଳାଇବାକୁ ଦାବି କଲେ ପୂର୍ବତନ ବିଧାୟକ ସମ୍ଭାବ୍ୟ ବର୍ଷାପବନକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଲୋକସେବା ଭବନରେ ସମୀକ୍ଷା କରି କହିଛନ୍ତି ଯେ ସମସ୍ତ ପ୍ରାକୃତିକ ବିପର୍ଯ୍ୟୟରେ ଆମର ଏକମାତ୍ର ନୀତି ହେଉଛି "ଜିରୋ କାଜୁଆଲ୍ଟି"।
ତେଣୁ ରାଜ୍ୟ ସରକାରଙ୍କ ସମସ୍ତ ବିଭାଗ ଜିଲ୍ଲା ପ୍ରଶାସନ ସହିତ ସମନ୍ୱୟ ରକ୍ଷା କରି ପରିସ୍ଥିତିର ମୁକାବିଲା କରିବ।
ଜଳବନ୍ଦି ସମୟରେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ନେବା ଏବଂ ସେମାନଙ୍କୁ ଉପଯୁକ୍ତ ରିଲିଫ ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।
ଯଦିଓ ବାତ୍ୟାର ସମ୍ଭାବନା ନାହିଁ, ତଥାପି ସମସ୍ତ ପ୍ରକାର ସତର୍କତାମୂଳକ ବ୍ୟବସ୍ଥା ସହ ସର୍ବୋଚ୍ଚ ସ୍ତରର ପ୍ରସ୍ତୁତି ଜାରି ରଖିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି।
ସେହିପରି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ସୁରେଶ ପୂଜାରୀ ଏସ୍ଇଓସି ସମ୍ମିଳନୀ କକ୍ଷରେ ଉଚ୍ଚସ୍ତରୀୟ ସମୀକ୍ଷା କରି ଲୋକଙ୍କ ଧନଜୀବନ ସୁରକ୍ଷାକୁ ପ୍ରାଥମିକତା ଦେଇ ପୂର୍ବ ସୂଚନା, ପ୍ରସ୍ତୁତି ଓ ତ୍ୱରିତ କାର୍ଯ୍ୟକାରିତା ସୁନିଶ୍ଚିତ କରିବା ଉପରେ ଗୁରୁତ୍ୱାରୋପ କରିଛନ୍ତି।
ପରିସ୍ଥିତିର ମୁକାବିଲା ପାଇଁ ବିଭିନ୍ନ ଜିଲ୍ଲାରେ ୩୩ଟି ଓଡ୍ରାଫ୍ ଟିମ୍ ମୁତୟନ ହୋଇଛି।
ପବନର ସର୍ବାଧିକ ବେଗ ୬୫ କିମି ଛୁଇଁଲା ୫ ମିଟର ଆଗକୁ ମାଡ଼ି ଆସିଲା ସମୁଦ୍ର ଦକ୍ଷିଣ ଓ ପଶ୍ଚିମ ଓଡ଼ିଶାରେ ଆଉ ୨୪ ଘଣ୍ଟା ବର୍ଷା କଳାହାଣ୍ଡି, ନବରଙ୍ଗପୁର, କୋରାପୁଟ, ମାଲକାନଗିରିକୁ ରେଡ୍ ୱାର୍ଣ୍ଣିଂ ଓଡ୍ରାଫ୍ ଟିମ୍ ମୁତୟନ, ଖୋଲିଲା ଆପାତକାଳୀନ କେନ୍ଦ୍ର "ଜିରୋ କାଜୁଆଲ୍ଟି" ଆମର ଏକମାତ୍ର ନୀତି: ମୁଖ୍ୟମନ୍ତ୍ରୀ ଓଡ଼ିଶା ଉପକୂଳରେ ସମୁଦ୍ର ଅତ୍ୟନ୍ତ ଅଶାନ୍ତ ରହିବା ସମ୍ଭାବନା ଥିବାରୁ ସମସ୍ତ ବନ୍ଦରରେ ସତର୍କ ସଙ୍କେତ-୩ ଜାରି କରାଯାଇଛି।
୨୪ ତାରିଖ ପର୍ଯ୍ୟନ୍ତ କେନ୍ଦ୍ରୀୟ-ଉତ୍ତର ବଙ୍ଗୋପସାଗର, ଓଡ଼ିଶା ଏବଂ ଉତ୍ତର ଆନ୍ଧ୍ରପ୍ରଦେଶ ଉପକୂଳ ସମୁଦ୍ରକୁ ମତ୍ସ୍ୟଜୀବୀଙ୍କ ପ୍ରବେଶ ଉପରେ କଟକଣା ଲଗାଯାଇଛି।
ଗତ ୨୪ ଘଣ୍ଟାରେ କୋରାପୁଟରେ ହାରାହାରି ୯୩.୩ ମିମି, ଗଜପତିରେ ୭୯.୨ ମିମି, ବାଲେଶ୍ୱରରେ ୬୧.୮ ମିମି, ନବରଙ୍ଗପୁରରେ ୫୯.୬ ମିମି ଓ ଗଞ୍ଜାମରେ ୫୫.୫ ମିମି ବର୍ଷା ହୋଇଛି।
କୋରାପୁଟ ଜିଲ୍ଲା ସେମିଳିଗୁଡ଼ାରେ ୨୩୦.୨ ମିମି, ଜୟପୁରରେ ୧୬୧.୬ ମିମି, ରାୟଗଡ଼ାର ଗୁଣୁପୁରରେ ୧୬୦ ମିମି, ଗଜପତିର ମୋହନାରେ ୧୪୫ ମିମି, କୋରାପୁଟର ବୋରିଗୁମ୍ମାରେ ୧୩୮.୨ ମିମି ଓ ନବରଙ୍ଗପୁରର ତେନ୍ତୁଳିଖୁଣ୍ଟିରେ ୧୩୮ ମିମି ବର୍ଷା ହୋଇଛି।
Education: ସମସ୍ୟା ଘେରରେ ଶ୍ରମଶକ୍ତି ସରକାରୀ ହାଇସ୍କୁଲ ଆଇଏମ୍ଡି ଏହାକୁ ଗଭୀର ଅବପାତ କହୁଥିବା ବେଳେ ଜେଟିଡବ୍ଲୁସି ଏହି ବ୍ୟବସ୍ଥାକୁ ଟ୍ରପିକାଲ ସାଇକ୍ଲୋନ୍ ୦୧ବି (ୱାନ୍) ଭାବେ ଚିହ୍ନଟ କରିଛି। "ୱାନ୍" ହେଉଛି ଜେଟିଡବ୍ଲୁସିର ଚିହ୍ନଟ ସଂଖ୍ୟା, ଏହା ବାତ୍ୟାର ଅନ୍ତର୍ଜାତୀୟ ନାମ ନୁହେଁ।
ଜେଟିଡବ୍ଲୁସି ଅନୁଯାୟୀ ଆଜି ପୂର୍ବାହ୍ଣ ୧୧ଟା ୩୦ରେ ସର୍ବାଧିକ ସ୍ଥାୟୀ ପବନ ବେଗ ୪୫ ନଟ୍ (୮୩ କିମି/ଘଣ୍ଟା), ଝଟକା ପବନ ୫୫ ନଟ୍ (୧୦୨ କିମି/ଘଣ୍ଟା) ରହିଥିଲା।
ସ୍ଥଳଭାଗରେ ଏହା ଶ୍ରୀକାକୁଲମ୍, ପାର୍ବତୀପୁରମ୍ ମାନ୍ୟମ୍, ରାୟଗଡ଼ା, କୋରାପୁଟ, କଳାହାଣ୍ଡି ଓ ନବରଙ୍ଗପୁର ଦେଇ ଆଗକୁ ବଢ଼ିବ।
ଏହାର କେନ୍ଦ୍ର କଳିଙ୍ଗପଟ୍ଟନମ୍ ଆଡ଼କୁ ଥିବାରୁ ଓଡ଼ିଶାର ଅଧିକାଂଶ ଅଞ୍ଚଳ ମୁଖ୍ୟ ତୀବ୍ର ପବନ ବଳୟ ବାହାରେ ରହିବ।
ବର୍ଷା ବଳୟ ଆହୁରି ଭିତର ଓ କେନ୍ଦ୍ରୀୟ ଓଡ଼ିଶା ପର୍ଯ୍ୟନ୍ତ ବିସ୍ତାରିତ ହୋଇପାରେ ବୋଲି ପାଣିପାଗ ବିଶେଷଜ୍ଞ ପ୍ରଫେସର ସୁରେନ୍ଦ୍ରନାଥ ପଶୁପାଳକ କହିଛନ୍ତି।"
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।