Kandhamal: କନ୍ଧମାଳ ରାଇକିଆରେ ପ୍ରବଳ ବର୍ଷାରେ ଭାସିଗଲେ ୩ ଜଣ , ନିଖୋଜଙ୍କୁ ଖୋଜୁଛି ଦମକଳ ବାହିନୀ

Oct 30, 2026 - 12:48
Kandhamal: କନ୍ଧମାଳ ରାଇକିଆରେ ପ୍ରବଳ ବର୍ଷାରେ ଭାସିଗଲେ ୩ ଜଣ , ନିଖୋଜଙ୍କୁ ଖୋଜୁଛି ଦମକଳ ବାହିନୀ

ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ ବାତ୍ୟା 'ଅର୍ଣ୍ଣବ' ଜନିତ ପ୍ରବଳ ବର୍ଷାରେ ବ୍ୟାପକ କ୍ଷୟକ୍ଷତି ଘଟିଥିବା ସମୟରେ ରାଇକିଆ ବ୍ଲକ ମାଣିକେଶ୍ୱର ପଞ୍ଚାୟତର ଡାଙ୍ଗେଶି ଗ୍ରାମରେ ୩ ବ୍ୟକ୍ତି ନିଖୋଜ ସୂଚନା ମିଳିଛି।

୩ ନିଖୋଜ ବ୍ୟକ୍ତି ହେଉଛନ୍ତି ଡାଙ୍ଗେଶି ଗ୍ରାମର ଅଚ୍ୟୁତା ନନ୍ଦ ପ୍ରଧାନ (୩୫), ମାନସୀ ନନ୍ଦ ପ୍ରଧାନ(୨୮) ଓ ଜଣେ ୭ମାସର ଛୁଆ ରହିଥିବା ଗ୍ରାମବାସୀ କହିଛନ୍ତି ।

Advertisment ଆହୁରି ପଢନ୍ତୁ: Flood: ଭୁଟାନରେ ହିମବାହ ହ୍ରଦ ଫାଟି ବନ୍ୟା, ପଶ୍ଚିମବଙ୍ଗ ଓ ଆସାମକୁ ସତର୍କ ସୂଚନା ପ୍ରବଳ ବର୍ଷାରେ ଗ୍ରାମର ୧୫ ଘର ଧୋଇଯାଇଥିବା ଜଣାପଡ଼ିଛି।

ଘଟଣାସ୍ଥଳରେ କନ୍ଧମାଳ ଜିଲ୍ଲାପାଳ ବେଦଭୂଷଣ ଓ ଏସପି ରମେନ୍ଦ୍ର ପ୍ରସାଦ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି।

ଅଗ୍ନିଶମ ବାହିନୀ ନିଖୋଜଙ୍କୁ ବିଭିନ୍ନ ସ୍ଥାନରେ ଖୋଜାଖୋଜି ଜାରି ରଖିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।