Kandhamal: କନ୍ଧମାଳକୁ ଯକ୍ଷ୍ମା ଡର: ୬ ବର୍ଷରେ ମଲେଣି ୩୪୭
"ଫୁଲବାଣୀ: ଆଦିବାସୀବହୁଳ କନ୍ଧମାଳ ଜିଲ୍ଲାରେ ଯକ୍ଷ୍ମା ରୋଗ ଆତଙ୍କ ସୃଷ୍ଟି କରିଛି।
ଖଣି ଓ କଳ କାରଖାନା ନଥାଇ ବି ଏଠାରେ ସଂକ୍ରମିତଙ୍କ ସଂଖ୍ୟା ଅସ୍ବାଭାବିକ ଭାବେ ବଢ଼ିବା ଚିନ୍ତାର ବିଷୟ ପାଲଟିଛି।
ଗତ ୬ ବର୍ଷରେ ଜିଲ୍ଲାରେ ଯକ୍ଷ୍ମାରୋଗରେ ୩୪୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୧,୦୦୦ ଜଣ ସଂକ୍ରମିତ ଅଛନ୍ତି।
ଜିଲ୍ଲା ଯକ୍ଷ୍ମା ରୋଗ ବିଭାଗରୁ ମିଳିଥିବା ତଥ୍ୟ ଅନୁସାରେ, ୨୦୨୦ରେ କନ୍ଧମାଳରେ ୬୩ ଜଣ ରୋଗୀ ପ୍ରାଣ ହରାଇଥିଲେ।
ସେହିପରି ୨୦୨୧ରେ ୭୦ ଜଣ, ୨୦୨୨ରେ ୬୩ ଜଣ, ୨୦୨୩ରେ ୫୧ଜଣ, ୨୦୨୪ରେ ୭୦ ଜଣ ଏବଂ ୨୦୨୫ରେ ୩୦ ଜଣ ରୋଗୀଙ୍କ ମୃତ୍ୟୁ ଘଟିଛି।
ସେହିପରି ବର୍ତ୍ତମାନ ବାଲିଗୁଡ଼ା ବ୍ଲକରେ ୫୮ ଜଣ, ଚକାପାଦରେ ୪୬ ଜଣ, ଦାରିଙ୍ଗବାଡ଼ିରେ ୯୦ ଜଣ, ଘୁ.ଉଦୟଗିରିରେ ୪୭ ଜଣ, ଖଜୁରିପଡ଼ାରେ ୨୨ ଜଣ, କୋଟଗଡ଼ରେ ୪୬ ଜଣ, କ.ନୂଆଗାଁରେ ୪୮ ଜଣ, ଫିରିଙ୍ଗିଆରେ ୫୩ ଜଣ, ଫୁଲବାଣୀରେ ୩୩ ଜଣ, ରାଇକିଆରେ ୪୪ ଜଣ, ଟିକାବାଲିରେ ୫୮ ଜଣ, ତୁମୁଡ଼ିବନ୍ଧରେ ୪୧ ଜଣ ଓ ଫୁଲବାଣୀ ପୌରପାଳିକାରେ ୬୪ ଜଣ ଯକ୍ଷ୍ମା ରୋଗୀ ଅଛନ୍ତି ବୋଲି ସୂଚନା ମିଳିଛି।
Advertisment Traffic: ଟ୍ରାଫିକ ନିୟମ ଉଲ୍ଲଂଘନ କଲେ ବିଯୁକ୍ତ ପଏଣ୍ଟ ମିଳିବ, ଭଲ ଆଚରଣ ପାଇଁ ରିୱାର୍ଡ ୨୦୨୫ ମସିହା ସୁଦ୍ଧା ଭାରତକୁ ଯକ୍ଷ୍ମା ରୋଗମୁକ୍ତ କରିବାକୁ କେନ୍ଦ୍ର ସରକାର ବୟସ୍କଙ୍କୁ ବିସିଜି ଟିକାକରଣର ଶୁଭାରମ୍ଭ କରିଥିଲେ।
ଏହି ଯୋଜନା ମାଧ୍ୟମରେ ଆଶାକର୍ମୀ, ଅଙ୍ଗନବାଡ଼ି କର୍ମୀ ଏବଂ ସ୍ବାସ୍ଥ୍ୟକର୍ମୀମାନେ ଘରକୁ ଘର ବୁଲି ସର୍ବେକ୍ଷଣ କରିବା ସହିତ ହିତାଧିକାରୀ ଚିହ୍ନଟ କରି ସେମାନଙ୍କୁ ବିସିଜି ଟିକା ପ୍ରଦାନ କରୁଛନ୍ତି।
କନ୍ଧମାଳ ଜିଲ୍ଲାରେ "ଟିବି ୱିନ୍" କାର୍ଯ୍ୟକ୍ରମ ଜରିଆରେ ଯକ୍ଷ୍ମା ରୋଗୀଙ୍କୁ ପଞ୍ଜୀକୃତ କରାଯାଇ ନିରାକରଣ ସୁବିଧା ଯୋଗାଇ ଦିଆଯାଉଛି।
ତଥାପି ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା କମିବା ବଦଳରେ ବଢ଼ୁଛି।
ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା.ଅଞ୍ଜଳି ଶତପଥୀ କହିଛନ୍ତି, ଯକ୍ଷ୍ମା ନିରାକରଣ ପାଇଁ ବିଭିନ୍ନ ସଚେତନତାମୂଳକ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି।
ସମସ୍ତ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ଓ ସ୍ବାସ୍ଥ୍ୟକର୍ମୀଙ୍କ ଜରିଆରେ ରୋଗୀଙ୍କ ଠାରୁ କଫ ସଂଗ୍ରହ କରି ପରୀକ୍ଷଣ କରାଯାଉଛି।
ସେହିଭଳି ପ୍ରୋଟିନଯୁକ୍ତ ଖାଦ୍ୟ ପୁଡ଼ିଆ ବଣ୍ଟନ କରାଯାଉଛି।
ତେବେ ରୋଗୀ ସଚେତନ ହେବା ଦରକାର।
Horoscope 2026 September 08: ଜାଣନ୍ତୁ ଆଜିର ରାଶିଫଳ..."
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।