kangaroo court: କଙ୍ଗାରୁ କୋର୍ଟରେ ଯୁବକଙ୍କୁ ସଜା: ଲଜ୍ଜାରେ ଆତ୍ମହତ୍ୟା

Sep 02, 2026 - 01:44
kangaroo court: କଙ୍ଗାରୁ କୋର୍ଟରେ ଯୁବକଙ୍କୁ ସଜା: ଲଜ୍ଜାରେ ଆତ୍ମହତ୍ୟା

"ମାଲକାନଗିରି: ଜଣେ ବିବାହିତଙ୍କୁ ପ୍ରେମ କରିବା ଅଭିଯୋଗରେ ଗାଁ କଙ୍ଗାରୁ କୋର୍ଟରେ ସର୍ବସମ୍ମୁଖରେ ମାଡ଼ ଖାଇବା ସହ ଅର୍ଥଦଣ୍ଡରେ ଦଣ୍ଡିତ ହୋଇଥିଲେ ଯୁବକ।

ତାଙ୍କୁ ମାଡ଼ ମରାଯିବା ସହ ୪୫ ହଜାର ଟଙ୍କା ଜରିମାନା ନିଷ୍ପତ୍ତି ପରେ ଲୋକଲଜ୍ଜା ସହିନପାରି ଆତ୍ମହତ୍ୟା କରିଛନ୍ତି ମାଲକାନଗିରି ଜିଲ୍ଲା ଏମ୍‌ଭି-୯୨ ଗାଁର ସାଗର ସରକାର (୨୨)।

ଏ ନେଇ ଯୁବକଙ୍କ ପରିବାର ସଦସ୍ୟଙ୍କ ଅଭିଯୋଗ ଆଧାରରେ ମାଲକାନଗିରି ଆଦର୍ଶ ଥାନାରେ ଗାଁ କମିଟି କର୍ମକର୍ତ୍ତାଙ୍କ ନାଁ‌ରେ ମାମଲା ରୁଜୁ ହୋଇଛି।Advertisment Indravati reservoir: ବିପଦସଂକୁଳର ନିକଟତର ଇନ୍ଦ୍ରାବତୀ, ବିଦ୍ୟୁତ ଉତ୍ପାଦନ ବଢ଼ିଲା ଅଭିଯୋଗ ଅନୁସାରେ, ସାଗର କୋଲକାତାରେ କାମ କରୁଥିବା ବେଳେ ଜଣେ ମହିଳାଙ୍କ ସହ ପ୍ରେମସମ୍ପର୍କ ଗଢ଼ି ଉଠିଥିଲା।

କିଛିଦିନ ପୂର୍ବରୁ ଉକ୍ତ ମହିଳାଙ୍କୁ ସାଗର ନିଜ ଗାଁକୁ ଆଣିଥିଲେ।

ଏହି ଖବର ଗାଁ ଲୋକ ଜାଣିବା ପରେ କଙ୍ଗାରୁ କୋର୍ଟର ସଭା ଡକାଇଥିଲେ।

ସେଠାରେ ହାଜର ହେବାକୁ ସାଗର ଓ ତାଙ୍କ ବାପା ରବି ସରକାରଙ୍କୁ ନିର୍ଦ୍ଦେଶ ଦେଇଥିଲେ।

କଙ୍ଗାରୁ କୋର୍ଟରେ ବିବାହିତାଙ୍କୁ ପ୍ରେମ କରି ସାଙ୍ଗରେ ଆଣିଥିବାରୁ ସାଗରଙ୍କୁ ଗାଁ କମିଟି ସଦସ୍ୟ ଦୋଷୀ ସାବ୍ୟସ୍ତ କରିବା ସହ ସମସ୍ତଙ୍କ ସମ୍ମୁଖରେ ମାଡ଼ ମାରିଥିଲେ।

Indian Railways: ପୂର୍ବତଟ ରେଳପଥର ଏଜିଏମ୍‌ ଭାବେ ଯୋଗଦେଲେ ବିଜୟ କୁମାର ମିଶ୍ର ଏଥିସହ ୪୫ ହଜାର ଟଙ୍କା ଜରିମାନାରେ ଦଣ୍ଡିତ କରିଥିଲେ।

ତାଙ୍କ ସହିତ ଆସିଥିବା ମହିଳାଙ୍କୁ ତାଙ୍କ ସ୍ବାମୀଙ୍କ ସହ ପଠାଇ ଦେଇଥିଲେ।

ଗାଁ କମିଟି ଦ୍ବାରା ମାଡ଼ ଖାଇବା ଓ ଜରିମାନା ଘଟଣାକୁ ସହ୍ୟ ନ କରିପାରି ସାଗର ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଅଭିଯୋଗ କରିଛନ୍ତି ସାଗରଙ୍କ ପରିବାର।

ଗାଁ କମିଟି ସଭାପତି ଏହାକୁ ଖଣ୍ଡନ କରିଥିବା ବେଳେ ମାଲକାନଗିରି ଆଦର୍ଶ ଥାନା ପୁଲିସ ମାମଲା ରୁଜ  କରିବା ସହ ଶବ ଜବତ କରି ତଦନ୍ତ ଆରମ୍ଭ କରିଛି।

ତଦନ୍ତ ପରେ ସବୁ ସତ ପଦାକୁ ଆସିବ ବୋଲି ପୁଲିସ କହିଛି।"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।