Kanpur Murder: ବ୍ୟବସାୟୀଙ୍କୁ ପିଟିପିଟି ହତ୍ୟା: ସିସିଟିଭି ଆଧାରରେ ଅଭିଯୁକ୍ତଙ୍କୁ ଖୋଜୁଛି ପୁଲିସ

Sep 10, 2026 - 10:43
Kanpur Murder: ବ୍ୟବସାୟୀଙ୍କୁ ପିଟିପିଟି ହତ୍ୟା: ସିସିଟିଭି ଆଧାରରେ ଅଭିଯୁକ୍ତଙ୍କୁ ଖୋଜୁଛି ପୁଲିସ

"କାନପୁର: ଉତ୍ତରପ୍ରଦେଶର କାନପୁରର କାକାଦେବ ଥାନା ଅଞ୍ଚଳରେ ଖୋଲାରେ ପରିସ୍ରା କରିବାକୁ ବାରଣ କରିବାରୁ ଜଣେ ବ୍ୟବସାୟୀଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି।

ଦୁଇ ଦିନ ଧରି ହସ୍ପିଟାଲରେ ଚିକିତ୍ସାଧୀନ ରହିବା ପରେ ଅଟୋ ବ୍ୟବସାୟୀ ଅମିତ ଗୁପ୍ତାଙ୍କ ମୃତ୍ୟୁ ହୋଇଛି।

ଘଟଣାକୁ ନେଇ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଥିବା ବେଳେ ପୁଲିସ ସିସିଟିଭି ଫୁଟେଜ୍ ଆଧାରରେ ଅଭିଯୁକ୍ତଙ୍କୁ ଖୋଜୁଛି।Advertisment ମୁଣ୍ଡରେ ଗୁରୁତର ଆଘାତ ସୂଚନା ଅନୁସାରେ, ଶନିବାର ରାତିରେ ଅମିତ ତାଙ୍କ ଭଉଣୀଙ୍କ ସହ ମାର୍କେଟ୍ ସମ୍ମୁଖରେ ଠିଆ ହୋଇଥିଲେ।

ଏହି ସମୟରେ କିଛି ଯୁବକ ରାସ୍ତାରେ ଖୋଲାରେ ପରିସ୍ରା କରୁଥିବା ଦେଖି ଅମିତ ସେମାନଙ୍କୁ ବାରଣ କରିଥିଲେ।

ଏହାକୁ ନେଇ ଯୁବକମାନଙ୍କ ସହ ତାଙ୍କର ବଚସା ହୋଇଥିଲା।

ପରେ ଯୁବକମାନେ ଅମିତଙ୍କୁ ଆକ୍ରମଣ କରିଥିଲେ।

ତାଙ୍କୁ ତଳେ ପକାଇ ଲାଠି ଓ ଠେଙ୍ଗାରେ ମାଡ଼ ମାରିଥିବା ଅଭିଯୋଗ ହୋଇଛି।

ଆକ୍ରମଣରେ ଅମିତଙ୍କ ମୁଣ୍ଡରେ ଗୁରୁତର ଆଘାତ ଲାଗିଥିଲା।

ପରେ ପରିବାର ଲୋକ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରିଥିଲେ।

ଦୁଇ ଦିନ ଧରି ଚିକିତ୍ସା ଚାଲିବା ପରେ ତାଙ୍କର ମୃତ୍ୟୁ ହୋଇଥିଲା।

Ferry fire: ଫିଲିପାଇନ୍ସ ପର୍ଯ୍ୟଟନସ୍ଥଳ ନିକଟ ଫେରିରେ ନିଆଁ ଲାଗି ୫ ଜଣଙ୍କର ମୃତ୍ୟୁ ଘଟଣାର ସିସିଟିଭି ଫୁଟେଜ୍ ପୁଲିସ ହାତରେ ଲାଗିଛି।

ଏଥିରେ ଆକ୍ରମଣ ସମ୍ପର୍କିତ ଦୃଶ୍ୟ କଏଦ ହୋଇଥିବା କୁହାଯାଉଛି।

ପୁଲିସ ଅଜଣା ବ୍ୟକ୍ତିମାନଙ୍କ ବିରୋଧରେ ମାମଲା ରୁଜୁ କରି ଫୁଟେଜ୍ ଆଧାରରେ ଅଭିଯୁକ୍ତଙ୍କ ପରିଚୟ ଚିହ୍ନଟ କରୁଛି।

ଘଟଣାର ୭୨ ଘଣ୍ଟା ପରେ ମଧ୍ୟ ଅଭିଯୁକ୍ତମାନେ ଗିରଫ ହୋଇନଥିବାରୁ ପରିବାର ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି।

ମୃତକଙ୍କ ପତ୍ନୀ ଶାଲିନୀ ଗୁପ୍ତା ଓ ଭଉଣୀ ଶିବାନୀ ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରି ନ୍ୟାୟ ପ୍ରଦାନ କରିବାକୁ ଦାବି କରିଛନ୍ତି।

କାକାଦେବ ଥାନା ଅଧିକାରୀ ଧର୍ମେନ୍ଦ୍ର କୁମାର କହିଛନ୍ତି ଯେ, ସିସିଟିଭି ଫୁଟେଜ୍ ଆଧାରରେ ଅଭିଯୁକ୍ତଙ୍କ ପରିଚୟ ଚିହ୍ନଟ କରାଯାଉଛି।

ଖୁବଶୀଘ୍ର ଅଭିଯୁକ୍ତମାନଙ୍କୁ ଗିରଫ କରାଯିବ।

"

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।